ଏଲ୍‌ଆଇସି ଆଇପିଓକୁ ବଡ଼ ସଫଳତା: ୧ମ ଦିନରେ ୬୬% ସବ୍‌ସ୍କ୍ରିପ୍ସନ

ନୂଆଦିଲ୍ଲୀ,୫।୫: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ତଥା ଦେଶର ସର୍ବବୃହତ୍‌ ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ) ବୁଧବାର ଠାରୁ ବଜାରରେ ପ୍ରବେଶ ସହ ଏହାର କାରବାର ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ଆଇପିଓ ନିବେଶକଙ୍କ ପାଇଁ ମେ’ ୯ ପର୍ଯ୍ୟନ୍ତ ଉପଲବ୍ଧ ରହିବ ସୂଚନା ମିଳିଛି। ଏଲ୍‌ଆଇସି ଆଇପିଓ ପାଇଁ ପ୍ରତି ଇକ୍ୱିଟି ଶେୟାର ପିଛା ପ୍ରାଇସ୍‌ ବ୍ୟାଣ୍ଡ ୯୦୨ଟଙ୍କାରୁ ଆରମ୍ଭ ହୋଇ ୯୪୯ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଉକ୍ତ ଆଇପିଓରେ ନିବେଶକଙ୍କୁ ସର୍ବନିମ୍ନ ୧୫ଟି ଇକ୍ୱିଟି ଶେୟାର ପାଇଁ ନିବେଶ କରିବାକୁ କୁହାଯାଇଛି। ବୁଧବାର ଏହାର ଶୁଭାରମ୍ଭ ସହ ପ୍ରଥମ ଦିନରୁ ହିଁ ଏଲ୍‌ଆଇସି ଆଇପିଓ ଉପରେ ନିବେଶକମାନଙ୍କର ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଫଳରେ ପ୍ରଥମ ଦିନରେ ଏଲଆଇସି ଆଇପିଓକୁ ଏକ ବଡି ସଫଳତା ମିଳିଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରଥମ ଦିନରେ ଏହା ୬୬% ସବ୍‌ସ୍କ୍ରିପ୍ସନ ହାତେଇ ପାରିଛି। ଇସ୍ୟୁ ଖୋଲିବା ପରେ ଭିନ୍ନ ଭିନ୍ନ ବିଭାଗର ନିବେଶକମାନେ ଏଥିରେ ଖୁବ୍‌ ଆଗ୍ରହ ଦେଖାଇଛନ୍ତି। ଏହା ଓପନ୍‌ ହେବାର ଅଢ଼େଇ ଘଣ୍ଟା ମଧ୍ୟରେ ପଲିସି ହୋଲ୍ଡର୍ସ କୋଟା ସମ୍ପୂର୍ଣ୍ଣ ଭାବେ ସବ୍‌ସ୍କ୍ରାଇବ୍‌ ହୋଇଯାଇଥିଲା। ବିଶେଷ କରି ପଲିସିହୋଲ୍ଡରମାନଙ୍କ ପାଇଁ ସଂରକ୍ଷିତ ଅଂଶର ୧.୯ଗୁଣରେ ନିବେଶ ହୋଇଛି। ସେହିପରି ଆଇପିଓରେ କର୍ମଚାରୀମାନଙ୍କ ପାଇଁ ସଂରକ୍ଷିତ ଅଂଶ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଯାଇଛି। ଏହାବ୍ୟତୀତ ଖୁଚୁରା ନିବେଶକାରୀଙ୍କ ପାଇଁ ସଂରକ୍ଷିତ ଭାଗରେ ୫୭% ବୁକିଂ କରାଯାଇଛି। ଅପରପକ୍ଷରେ ନିବେଶକଙ୍କ ମଧ୍ୟରୁ ନନ୍‌ ଇନ୍‌ଷ୍ଟିଚ୍ୟୁଶନାଲ ଇନ୍‌ଭେଷ୍ଟର୍ସଙ୍କ ଅଂଶରେ ୨୫% ନିବେଶ ହୋଇଥିବା ବେଳେ କ୍ୱାଲିଫାଏଡ୍‌ ଇନ୍‌ଷ୍ଟିଚ୍ୟୁଶନାଲ୍‌ କ୍ରେତାଙ୍କ ଭାଗ ମଧ୍ୟରୁ ୦.୩୩% ପୂରଣ ହୋଇଛି। ଏଥିରେ ଏଲ୍‌ଆଇସି ପଲିସିଧାରୀଙ୍କ ପାଇଁ ୧୦% ଏବଂ କମ୍ପାନୀ କର୍ମଚାରୀମାନଙ୍କ ପାଇଁ ୦.୭% ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାଛଡ଼ା ଏଲ୍‌ଆଇସିର ଇସ୍ୟୁ ଦରରେ ପଲିସିଧାରକ, ଖୁଚୁରା ନିବେଶକାରୀ ଏବଂ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଆରକ୍ଷଣ ବ୍ୟବସ୍ଥା ରହିଛି। ଏଲ୍‌ଆଇସିର ଇସ୍ୟୁ ଦରରେ ପଲିସିଧାରକମାନଙ୍କୁ ୬୦ଟଙ୍କାର ରିହାତି ପ୍ରଦାନ କରାଯାଉଥିବା ବେଳେ ଖୁଚୁରା ନିବେଶକାରୀ ଏବଂ କର୍ମଚାରୀଙ୍କୁ ଇସ୍ୟୁ ଦରରେ ୪୫ଟଙ୍କା ରିହାତି ମିଳୁଛି। ଏହି ଆଇପିଓ ଖୁଚୁରା ନିବେଶକାରୀଙ୍କ ପାଇଁ ଶନିବାର ମଧ୍ୟ ଖୋଲା ରହିବ। ଏ ନେଇ ମଧ୍ୟ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ଏଲ୍‌ଆଇସିର ଶେୟାର ଉପରେ ଗ୍ରେ ମାର୍କେଟ୍‌ରେ ୬୫ଟଙ୍କାର ପ୍ରିମିୟମ ଚାଲୁ ରହିଛି। ଏହା ଇସ୍ୟୁ ପ୍ରାଇସ୍‌ ତୁଳନାରେ ପ୍ରାୟ ୧୦% କମ୍‌ ରହିଛି। ତେବେ ମେ’ ୧୭ରେ ଏହା ଶେୟାର ବଜାରରେ ଉତ୍ତମ ପ୍ରିମିୟମ ସହିତ ତାଲିକାଭୁକ୍ତ ହେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri