ଏଲ୍‌ଆଇସି ଆଇପିଓକୁ ବଡ଼ ସଫଳତା: ୧ମ ଦିନରେ ୬୬% ସବ୍‌ସ୍କ୍ରିପ୍ସନ

ନୂଆଦିଲ୍ଲୀ,୫।୫: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ତଥା ଦେଶର ସର୍ବବୃହତ୍‌ ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ) ବୁଧବାର ଠାରୁ ବଜାରରେ ପ୍ରବେଶ ସହ ଏହାର କାରବାର ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ଆଇପିଓ ନିବେଶକଙ୍କ ପାଇଁ ମେ’ ୯ ପର୍ଯ୍ୟନ୍ତ ଉପଲବ୍ଧ ରହିବ ସୂଚନା ମିଳିଛି। ଏଲ୍‌ଆଇସି ଆଇପିଓ ପାଇଁ ପ୍ରତି ଇକ୍ୱିଟି ଶେୟାର ପିଛା ପ୍ରାଇସ୍‌ ବ୍ୟାଣ୍ଡ ୯୦୨ଟଙ୍କାରୁ ଆରମ୍ଭ ହୋଇ ୯୪୯ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଉକ୍ତ ଆଇପିଓରେ ନିବେଶକଙ୍କୁ ସର୍ବନିମ୍ନ ୧୫ଟି ଇକ୍ୱିଟି ଶେୟାର ପାଇଁ ନିବେଶ କରିବାକୁ କୁହାଯାଇଛି। ବୁଧବାର ଏହାର ଶୁଭାରମ୍ଭ ସହ ପ୍ରଥମ ଦିନରୁ ହିଁ ଏଲ୍‌ଆଇସି ଆଇପିଓ ଉପରେ ନିବେଶକମାନଙ୍କର ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଫଳରେ ପ୍ରଥମ ଦିନରେ ଏଲଆଇସି ଆଇପିଓକୁ ଏକ ବଡି ସଫଳତା ମିଳିଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରଥମ ଦିନରେ ଏହା ୬୬% ସବ୍‌ସ୍କ୍ରିପ୍ସନ ହାତେଇ ପାରିଛି। ଇସ୍ୟୁ ଖୋଲିବା ପରେ ଭିନ୍ନ ଭିନ୍ନ ବିଭାଗର ନିବେଶକମାନେ ଏଥିରେ ଖୁବ୍‌ ଆଗ୍ରହ ଦେଖାଇଛନ୍ତି। ଏହା ଓପନ୍‌ ହେବାର ଅଢ଼େଇ ଘଣ୍ଟା ମଧ୍ୟରେ ପଲିସି ହୋଲ୍ଡର୍ସ କୋଟା ସମ୍ପୂର୍ଣ୍ଣ ଭାବେ ସବ୍‌ସ୍କ୍ରାଇବ୍‌ ହୋଇଯାଇଥିଲା। ବିଶେଷ କରି ପଲିସିହୋଲ୍ଡରମାନଙ୍କ ପାଇଁ ସଂରକ୍ଷିତ ଅଂଶର ୧.୯ଗୁଣରେ ନିବେଶ ହୋଇଛି। ସେହିପରି ଆଇପିଓରେ କର୍ମଚାରୀମାନଙ୍କ ପାଇଁ ସଂରକ୍ଷିତ ଅଂଶ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଯାଇଛି। ଏହାବ୍ୟତୀତ ଖୁଚୁରା ନିବେଶକାରୀଙ୍କ ପାଇଁ ସଂରକ୍ଷିତ ଭାଗରେ ୫୭% ବୁକିଂ କରାଯାଇଛି। ଅପରପକ୍ଷରେ ନିବେଶକଙ୍କ ମଧ୍ୟରୁ ନନ୍‌ ଇନ୍‌ଷ୍ଟିଚ୍ୟୁଶନାଲ ଇନ୍‌ଭେଷ୍ଟର୍ସଙ୍କ ଅଂଶରେ ୨୫% ନିବେଶ ହୋଇଥିବା ବେଳେ କ୍ୱାଲିଫାଏଡ୍‌ ଇନ୍‌ଷ୍ଟିଚ୍ୟୁଶନାଲ୍‌ କ୍ରେତାଙ୍କ ଭାଗ ମଧ୍ୟରୁ ୦.୩୩% ପୂରଣ ହୋଇଛି। ଏଥିରେ ଏଲ୍‌ଆଇସି ପଲିସିଧାରୀଙ୍କ ପାଇଁ ୧୦% ଏବଂ କମ୍ପାନୀ କର୍ମଚାରୀମାନଙ୍କ ପାଇଁ ୦.୭% ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାଛଡ଼ା ଏଲ୍‌ଆଇସିର ଇସ୍ୟୁ ଦରରେ ପଲିସିଧାରକ, ଖୁଚୁରା ନିବେଶକାରୀ ଏବଂ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଆରକ୍ଷଣ ବ୍ୟବସ୍ଥା ରହିଛି। ଏଲ୍‌ଆଇସିର ଇସ୍ୟୁ ଦରରେ ପଲିସିଧାରକମାନଙ୍କୁ ୬୦ଟଙ୍କାର ରିହାତି ପ୍ରଦାନ କରାଯାଉଥିବା ବେଳେ ଖୁଚୁରା ନିବେଶକାରୀ ଏବଂ କର୍ମଚାରୀଙ୍କୁ ଇସ୍ୟୁ ଦରରେ ୪୫ଟଙ୍କା ରିହାତି ମିଳୁଛି। ଏହି ଆଇପିଓ ଖୁଚୁରା ନିବେଶକାରୀଙ୍କ ପାଇଁ ଶନିବାର ମଧ୍ୟ ଖୋଲା ରହିବ। ଏ ନେଇ ମଧ୍ୟ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ଏଲ୍‌ଆଇସିର ଶେୟାର ଉପରେ ଗ୍ରେ ମାର୍କେଟ୍‌ରେ ୬୫ଟଙ୍କାର ପ୍ରିମିୟମ ଚାଲୁ ରହିଛି। ଏହା ଇସ୍ୟୁ ପ୍ରାଇସ୍‌ ତୁଳନାରେ ପ୍ରାୟ ୧୦% କମ୍‌ ରହିଛି। ତେବେ ମେ’ ୧୭ରେ ଏହା ଶେୟାର ବଜାରରେ ଉତ୍ତମ ପ୍ରିମିୟମ ସହିତ ତାଲିକାଭୁକ୍ତ ହେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri