ଏଲ୍‌ଆଇସି ଆଇପିଓକୁ ବଡ଼ ସଫଳତା: ୧ମ ଦିନରେ ୬୬% ସବ୍‌ସ୍କ୍ରିପ୍ସନ

ନୂଆଦିଲ୍ଲୀ,୫।୫: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ତଥା ଦେଶର ସର୍ବବୃହତ୍‌ ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ) ବୁଧବାର ଠାରୁ ବଜାରରେ ପ୍ରବେଶ ସହ ଏହାର କାରବାର ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ଆଇପିଓ ନିବେଶକଙ୍କ ପାଇଁ ମେ’ ୯ ପର୍ଯ୍ୟନ୍ତ ଉପଲବ୍ଧ ରହିବ ସୂଚନା ମିଳିଛି। ଏଲ୍‌ଆଇସି ଆଇପିଓ ପାଇଁ ପ୍ରତି ଇକ୍ୱିଟି ଶେୟାର ପିଛା ପ୍ରାଇସ୍‌ ବ୍ୟାଣ୍ଡ ୯୦୨ଟଙ୍କାରୁ ଆରମ୍ଭ ହୋଇ ୯୪୯ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଉକ୍ତ ଆଇପିଓରେ ନିବେଶକଙ୍କୁ ସର୍ବନିମ୍ନ ୧୫ଟି ଇକ୍ୱିଟି ଶେୟାର ପାଇଁ ନିବେଶ କରିବାକୁ କୁହାଯାଇଛି। ବୁଧବାର ଏହାର ଶୁଭାରମ୍ଭ ସହ ପ୍ରଥମ ଦିନରୁ ହିଁ ଏଲ୍‌ଆଇସି ଆଇପିଓ ଉପରେ ନିବେଶକମାନଙ୍କର ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଫଳରେ ପ୍ରଥମ ଦିନରେ ଏଲଆଇସି ଆଇପିଓକୁ ଏକ ବଡି ସଫଳତା ମିଳିଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରଥମ ଦିନରେ ଏହା ୬୬% ସବ୍‌ସ୍କ୍ରିପ୍ସନ ହାତେଇ ପାରିଛି। ଇସ୍ୟୁ ଖୋଲିବା ପରେ ଭିନ୍ନ ଭିନ୍ନ ବିଭାଗର ନିବେଶକମାନେ ଏଥିରେ ଖୁବ୍‌ ଆଗ୍ରହ ଦେଖାଇଛନ୍ତି। ଏହା ଓପନ୍‌ ହେବାର ଅଢ଼େଇ ଘଣ୍ଟା ମଧ୍ୟରେ ପଲିସି ହୋଲ୍ଡର୍ସ କୋଟା ସମ୍ପୂର୍ଣ୍ଣ ଭାବେ ସବ୍‌ସ୍କ୍ରାଇବ୍‌ ହୋଇଯାଇଥିଲା। ବିଶେଷ କରି ପଲିସିହୋଲ୍ଡରମାନଙ୍କ ପାଇଁ ସଂରକ୍ଷିତ ଅଂଶର ୧.୯ଗୁଣରେ ନିବେଶ ହୋଇଛି। ସେହିପରି ଆଇପିଓରେ କର୍ମଚାରୀମାନଙ୍କ ପାଇଁ ସଂରକ୍ଷିତ ଅଂଶ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଯାଇଛି। ଏହାବ୍ୟତୀତ ଖୁଚୁରା ନିବେଶକାରୀଙ୍କ ପାଇଁ ସଂରକ୍ଷିତ ଭାଗରେ ୫୭% ବୁକିଂ କରାଯାଇଛି। ଅପରପକ୍ଷରେ ନିବେଶକଙ୍କ ମଧ୍ୟରୁ ନନ୍‌ ଇନ୍‌ଷ୍ଟିଚ୍ୟୁଶନାଲ ଇନ୍‌ଭେଷ୍ଟର୍ସଙ୍କ ଅଂଶରେ ୨୫% ନିବେଶ ହୋଇଥିବା ବେଳେ କ୍ୱାଲିଫାଏଡ୍‌ ଇନ୍‌ଷ୍ଟିଚ୍ୟୁଶନାଲ୍‌ କ୍ରେତାଙ୍କ ଭାଗ ମଧ୍ୟରୁ ୦.୩୩% ପୂରଣ ହୋଇଛି। ଏଥିରେ ଏଲ୍‌ଆଇସି ପଲିସିଧାରୀଙ୍କ ପାଇଁ ୧୦% ଏବଂ କମ୍ପାନୀ କର୍ମଚାରୀମାନଙ୍କ ପାଇଁ ୦.୭% ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାଛଡ଼ା ଏଲ୍‌ଆଇସିର ଇସ୍ୟୁ ଦରରେ ପଲିସିଧାରକ, ଖୁଚୁରା ନିବେଶକାରୀ ଏବଂ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଆରକ୍ଷଣ ବ୍ୟବସ୍ଥା ରହିଛି। ଏଲ୍‌ଆଇସିର ଇସ୍ୟୁ ଦରରେ ପଲିସିଧାରକମାନଙ୍କୁ ୬୦ଟଙ୍କାର ରିହାତି ପ୍ରଦାନ କରାଯାଉଥିବା ବେଳେ ଖୁଚୁରା ନିବେଶକାରୀ ଏବଂ କର୍ମଚାରୀଙ୍କୁ ଇସ୍ୟୁ ଦରରେ ୪୫ଟଙ୍କା ରିହାତି ମିଳୁଛି। ଏହି ଆଇପିଓ ଖୁଚୁରା ନିବେଶକାରୀଙ୍କ ପାଇଁ ଶନିବାର ମଧ୍ୟ ଖୋଲା ରହିବ। ଏ ନେଇ ମଧ୍ୟ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ଏଲ୍‌ଆଇସିର ଶେୟାର ଉପରେ ଗ୍ରେ ମାର୍କେଟ୍‌ରେ ୬୫ଟଙ୍କାର ପ୍ରିମିୟମ ଚାଲୁ ରହିଛି। ଏହା ଇସ୍ୟୁ ପ୍ରାଇସ୍‌ ତୁଳନାରେ ପ୍ରାୟ ୧୦% କମ୍‌ ରହିଛି। ତେବେ ମେ’ ୧୭ରେ ଏହା ଶେୟାର ବଜାରରେ ଉତ୍ତମ ପ୍ରିମିୟମ ସହିତ ତାଲିକାଭୁକ୍ତ ହେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍‌ ପାଳି…

ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ (ସିଇଏଲ୍‌) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍‌ର ଶତ ପ୍ରତିଶତ ଅଂଶଧନ...

ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ...

ଆକାଶ ଅମ୍ବାନୀ ସମ୍ଭାଳିବେ ରିଲାଏନ୍ସ ଜିଓର ଦାୟିତ୍ୱ

ନୂଆଦିଲ୍ଲୀ,୨୮।୬: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର...

୫% ଜିଡିପି ହାସଲ କଷ୍ଟସାଧ୍ୟ

ନୂଆଦିଲ୍ଲୀ,୧-୨:ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ ବିକାଶ...

ନିୟନ୍ତ୍ରଣକୁ ଆସିବ ମୁଦ୍ରାସ୍ପୀତି: ସିଇଏ

ନୂଆଦିଲ୍ଲୀ, ୧୪।୯: ଦେଶରେ ବଢୁଥିବା ମୁଦ୍ରାସ୍ଫୀତି ସମ୍ପର୍କରେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କେ.ଭି. ସୁବ୍ରମଣ୍ୟନ ସୋମବାର ମତ ରଖିଛନ୍ତି। ସେ କହିଛନ୍ତି, ଆଗାମୀ ଦିନ...

ଡିଜିଟାଲ ପେମେଣ୍ଟରେ ଧମାକା କରିବ ଜିଓର ପିଓଏସ୍‌

ମୁମ୍ବାଇ,୨୮-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ମେଶିନ ଲଞ୍ଚତ୍ଙ୍ଗ୍‌ରୁ ପେମେଣ୍ଟ କମ୍ପାନୀଙ୍କ ମଧ୍ୟରେ କିରାନା ଷ୍ଟୋର୍‌ସକୁ ନେଇ ଲଢ଼େଇ ହେବ। ଏହାଦ୍ୱାରା ଡିଜିଟାଲ...

ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୦।୯: ସରକାର ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଯାତ୍ରୀ ପରିବହନ କ୍ଷମତା ୭୨.୫%ରୁ ୮୫%କୁ ବୃଦ୍ଧି କରିଛନ୍ତି। ଏହା ସହ ବିମାନ ଭଡ଼ା...

ମଝି ସିଟ୍‌ ଖାଲି ରଖିବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୬: ବର୍ତ୍ତମାନ କରୋନା ମାମଲା ବଢୁଥିବାରୁ ସରକାର ଏହାକୁ ନଜରରେ ରଖି କଟକଣା କୋହଳ କରିଥିଲେ ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି। ମେ ମାସ ୨୫...

Advertisement
Archives

Model This Week