ପାଣି ପାଇଁ ମହାସଂଗ୍ରାମ: ପିଏଚଡି କାର୍ଯ୍ୟାଳୟ ଘେରିଲେ ମହିଳା, ବିଭାଗୀୟ ଅଧିକାରୀ ଦେଲେ ଏମିତି ପ୍ରତିଶ୍ରୁତି

ଛତ୍ରପୁର,୨୮।୫ (ଦିଲ୍ଲୀପ ସାମଲ): “ପାଣି ଟୋପେ ପାଇଁ ଜୀବନ ବିକଳ, ପ୍ରଶାସନ କିନ୍ତୁ ନିଦାବିଷ୍ଣୁ।” ଏଭଳି ଏକ ଚରମ ଅସନ୍ତୋଷ ପ୍ରକାଶ କରି ଆଜି ଛତ୍ରପୁର ପୌର ପରିଷଦର ୬ ନଂ ୱାର୍ଡର ଭାସ୍କର ରାଓ ପେଟା ସାହି ବାସିନ୍ଦା
ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଦୀର୍ଘ ୫ ଦିନ ଧରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ସାହି ବାସିନ୍ଦା ଶେଷରେ ପିଏଚଡି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଶେଷ କରି ମହିଳାମାନେ ଏହି ଘେରାଉରେ ସାମିଲ ହୋଇଛନ୍ତି। ସେମାନଙ୍କ କହିବା କଥା ହେଲା ସାହିକୁ ଆଜିକୁ ୫ ଦିନ ହେଲା ପାଣି ଆସୁନାହିଁ । ଯାହାଫଳରେ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । ଶେଷରେ ଆଜି ବହୁ ମହିଳାମାନେ ବାଧ୍ୟ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ବିରୋଧରେ ତୀବ୍ର ନାରାବାଜି କରିବା ସହ ଅଫିସର ମୁଖ୍ୟ ଫାଟକ ସମ୍ମୁଖରେ ହୋହଲ୍ଲା କରିଥିଲେ।

“ପାଇପ ଅଛି, ପାଣି ନାହିଁ” ସାହିକୁ ବୁନ୍ଦାଏ ହେଲେ ବି ପାନୀୟ ଜଳ ମିଳୁନାହିଁ। “ଆମକୁ ପାଣି ଦିଅ, ନହେଲେ ଚଉକି ଛାଡ଼”, ବିଭାଗୀୟ ମନମୁଖୀ କାର୍ଯ୍ୟ ଚଳିବ ନାହିଁ” ବୋଲି ନାରା ଦେଇଥିଲେ। ଘଟଣାର ଖବର ପାଇ ବିଭାଗୀୟ ଅଧିକାରୀ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ । ପାଣି ମିଳିବ ପ୍ରତିଶ୍ରୁତି ମିଳିବା ପରେ
ଆନ୍ଦୋଳନ ଥମିଥିଲା । ଆସନ୍ତାକାଲି ସୁଦ୍ଧା ସାହିକୁ ସ୍ବାଭାବିକ ଭାବେ ପାଣି ଯୋଗାଇ ଦିଆଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଯାଇ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ପ୍ରତିଶ୍ରୁତି ରକ୍ଷା ନହେଲେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ସାହି ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି ।

 

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri