Posted inଖେଳ

ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ଚାଲିଛି। ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଅଗଷ୍ଟ ୧୨ରୁ ଆରମ୍ଭ ହେବାକୁ ଥିବା ଲର୍ଡସ ଟେଷ୍ଟରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହେବେ। ତେବେ ଏହାପୂର୍ବରୁ ଉଭୟ ଦଳକୁ ବଡ ଝଟ୍‌କା ଲାଗିଛି। ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଆଘାତ ହୋଇ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଥିବା ବେଳେ ଇଂଲଣ୍ଡ ତାରକା ଷ୍ଟୁଆର୍ଟ ବ୍ରଡଙ୍କୁ ପୁରା ସିରିଜରୁ ବାଦ ଦିଆଯାଇଛି। ଅଭ୍ୟାସ ସମୟରେ ବ୍ରଡ ତାଙ୍କ ଡାହାଣ ଗୋଡରେ ଆଘାତ ପାଇଥିଲେ, ଯାହା ପରେ ସେ ବୁଧବାର ଲଣ୍ଡନରେ ଏମଆରଆଇ ସ୍କାନ କରିଥିଲେ ଏବଂ ଆହତ ହୋଇଥିବା ଜଣାପଡିଛି। ବ୍ରଡଙ୍କ ଆଘାତ ପରେ ଲାନକାଶିର ଫାଷ୍ଟ ବୋଲର ଶାକିବ ମେହମୁଦଙ୍କୁ କଭର ଦଳରେ ସାମିଲ କରାଯାଇଛି। ସାକିବ ୭ ଟି ଦିନିକିଆ ଏବଂ ୯ଟି -୨୦ ଅନ୍ତର୍ଜାତୀୟ ସହିତ ଇଂଲଣ୍ଡ ଦଳ ପାଇଁ ୧୬ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କମଳେଶଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)- ହରିୟାଣାର କର୍ନଲଠାରେ ଅନୁଷ୍ଠିତ ଚମୁଣ୍ଡା-ଏଆଇଟିଏ ଚାମ୍ପିୟନଶିପ୍‌ ସିରିଜ(ସିଏସ୭)ରେ ଓଡ଼ିଶା ଟେନିସ ପ୍ରତିଭା କମଳେଶ ରଥ ୧୨ ବର୍ଷରୁ କମ୍‌ ବିଭାଗରେ ସିଙ୍ଗଲ୍ସ...

କ୍ରିକେଟ୍‌କୁ ଅଲବିଦା କହିଲେ ହରଭଜନ

ଚଣ୍ଡିଗଡ,୨୪।୧୨: ଭାରତର ତାରକା ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୪୧ ବର୍ଷୀୟ ହରଭଜନ ସିଂ ଭାରତ ପାଇଁ ୭୧୧ ଉଇକେଟ ନେଇଛନ୍ତି।...

୨୭୫ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ପୁଣେ,୧୨।୧୦- ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭୫ ରନ୍‌ରେ ସୀମିତ ରହିଛି। ଫଳରେ...

ଆଇପିଏଲ ୨୦୨୨: ଅରେଞ୍ଜ-ପର୍ପଲ କ୍ୟାପ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ମୁମ୍ବାଇ,୧୭।୫: ଆଇପିଏଲ ୨୦୨୨ର ୬୪ତମ ମ୍ୟାଚ୍‌ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଚାଇନାମାନ ସ୍ପିନର କୁଲଦୀପ ଯାଦବ ଏବଂ ପଞ୍ଜାବ କିଙ୍ଗ୍ସର ଓପନର୍‌ ଶିଖର ଧାୱନର ଅରେଞ୍ଜ୍‌...

ପିଟରସନ୍‌ଙ୍କ ଆଶ୍ଚର୍ଯ୍ୟ କଲା ଭଳି ଭବିଷ୍ୟବାଣୀ, ୨୦୨୬ ସୁଦ୍ଧା ଶେଷ ହୋଇଯିବ…

ଲଣ୍ଡନ,୫।୯: ଟି -୨୦ କ୍ରିକେଟ୍‌ ଆସିବା ପରେ ଟେଷ୍ଟ କ୍ରିକେଟର ଧୀରେ ରୋମାଞ୍ଚ କମିବାରେ ଲାଗିଛି। ବହୁ ପୂର୍ବତନ ଭେଟେରାନ ମଧ୍ୟ ଏଥିରେ ସହମତ ଅଛନ୍ତି।...

ଶତକୀୟ ମ୍ୟାଚ୍‌ରେ ରୁଟ୍‌ଙ୍କ ଶତକ

ଚେନ୍ନାଇ, ୫ା୨- ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଶୁକ୍ରବାର କ୍ୟାରିୟରର ଦୁଇ ଦୁଇଟି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ...

ଫେଡରରଙ୍କୁ ହରାଇଲେ ଜୋକୋଭିଚ୍‌

ମେଲବୋର୍ନ, ୩୧ା୧ (ଏଏଫ୍‌ପି)-ରୋଜର ଫେଡରରଙ୍କୁ ସିଧାସଳଖ ସେଟ୍‌ରେ ହରାଇ ନୋଭାକ ଜୋକୋଭିଚ୍‌ ୮ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି।...

ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୯: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ବାଜିମାତ କରିଛି ଟିମ୍‌ ଇଣ୍ଡିଆ। ଦଳ ଏହି କର ବା ମର ମ୍ୟାଚ୍‌କୁ ୬ ଉଇକେଟରେ ଜିତିନେଇ...

Advertisement
Archives

Model This Week