ସାମ୍ନାକୁ ଆସିଲା ମହା ଦୁର୍ନୀତି: ବଦଳେଇ ଦେଲେ ଜଳାଶୟ କିସମ

ଢେଙ୍କାନାଳ ଅଫିସ,୨୭।୮: ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ ବଦଳାଯାଇଛି ଜମି କିସମ। ଜମି ଦଲାଲମାନେ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତ କରି ଏକ ଜଳାଶୟକୁ ଶାରଦ କିସମରେ ପରିବର୍ତ୍ତନ କରି ବିକ୍ରି କରିବାକୁ ମସୁଧା ହୋଇଛି। ଗତବର୍ଷ ଏପ୍ରିଲ ୨୭ରୁ ଏହି ଦୁର୍ନୀତି ପଦାକୁ ଆସିଥିଲେ ମଧ୍ୟ ଏହାର ତଦନ୍ତକୁ ଚାପି ଦିଆଯାଇଥିଲା। ନୂତନ ତହସିଲଦାର ପୁରୁଣା କାଗଜପତ୍ର ଯାଞ୍ଚ କରିବା ପରେ ଏଭଳି ଏକ ବଡ଼ ଧରଣର ଦୁର୍ନୀତିର ଗୁମର ପଦାକୁ ଆସିଛି। ଏହା ପରେ ପ୍ରଶାସନ ପକ୍ଷରୁ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି।
ଢେଙ୍କାନାଳ ସହର ସାନଷାଠିଏବାଟିଆ ମୌଜାର ଖାତା ନଂ.୩୮୭/୧୮୯୬ର ପ୍ଲଟ୍‌ ନଂ. ୫୨୨ରେ ୦.୩୧୦ ଡେସିମିଲ ପରିମିତ ଜମି ଜଳାଶୟ-୨ କିସମର ଥିଲା। ଜମି ମାଫିଆମାନେ ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କୁ ହାତ କରି ବିନା ସରକାରୀ ନିର୍ଦ୍ଦେଶରେ ଏହାକୁ ଶାରଦ-୨ କିସମରେ ପରିଣତ କରିଦେଇଥିଲେ। ଘଟଣା ପଦାକୁ ଆସିବା ପରେ ତତ୍କାଳୀନ ଜିଲାପାଳ ୨୦୨୦ ମେ ୫ରେ ଚିଠି ନଂ. ୪୪୫୫ରେ ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ତତ୍କାଳୀନ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ସେପ୍ଟେମ୍ବର ୧୫ ସୁଦ୍ଧା ଏହାର ରିପୋର୍ଟ ଦେବାଲାଗି ଚିଠିରେ ଉଲ୍ଲେଖ କରିଥିଲେ। ଉତ୍ତର ନ ଆସିବାରୁ ୨୦୨୦ ସେପ୍ଟେମ୍ବର ୭ରେ ଚିଠି ନଂ. ୮୦/୨୪ରେ ଏକ ରିମାଇଣ୍ଡର ମଧ୍ୟ ଦେଇଥିଲେ। ହେଲେ ତତ୍କାଳୀନ ଉପଜିଲାପାଳ ଏହାର ତଦନ୍ତ କଲେ ନାହିଁ କି ରିପୋର୍ଟ ମଧ୍ୟ ଦେଲେନାହିଁ। ୨୦୨୧ ଜୁଲାଇ ୭ରେ ତହସିଲଦାରଙ୍କ କାର୍ଯ୍ୟାଳୟରୁ ଜିଲା ସବ୍‌ରେଜିଷ୍ଟ୍ରାରଙ୍କୁ ଏକ ପତ୍ର ଲେଖାଯାଇଥିଲା। ତଦନ୍ତ ନ ସରିବା ଯାଏ ପ୍ଲଟ ନଂ. ୫୨୨ର କୌଣସି ପ୍ରକାର ଜମି ବିକ୍ରି କିମ୍ବା ଏ ସଂକ୍ରାନ୍ତ ଅନ୍ୟାନ୍ୟ କାର୍ଯ୍ୟ ନ କରିବାକୁ ଏଥିରେ କୁହାଯାଇଥିଲା। ଏହାର ନକଲ ଜିଲାପାଳ ଏବଂ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଇସ୍ୟୁ କରାଯାଇଥିବା ଦିନ ଜିଲାପାଳ ଓ ଉପଜିଲାପାଳଙ୍କ ପାଖରେ ଚିଠି ପହଞ୍ଚତ୍ୟାଇଥିଲା। ହେଲେ ଜିଲା ସବ୍‌ରେଜିଷ୍ଟ୍ରାରଙ୍କ ପାଖକୁ ଯିବାକୁ ଥିବା ଚିଠିକୁ ଜୁଲାଇ ୨୭ ଯାଏ ଫାଇଲ ମଧ୍ୟରେ ଚାପି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଜିଲା ସଦରରେ କୌଣସି ସରକାରୀ କାର୍ଯ୍ୟାଳୟରୁ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଚିଠିପତ୍ର ଯିବା ଲାଗି ଗୋଟିଏ ଦିନ ସମୟ ଲାଗିଥାଏ। କିନ୍ତୁ କେଉଁ କାରଣରୁ ଏବଂ କାହାର ପ୍ରରୋଚନାରେ ଚିଠିକୁ ୨୦ ଦିନ ଧରି ଚାପି ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ। ଜମି କିସମ ପରିବର୍ତ୍ତନ ଦୁର୍ନୀତିର ଗନ୍ଧ ପ୍ରାୟ ବର୍ଷେ ହେଲା ଉଠିଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ କିସମ ପରିବର୍ତ୍ତନ କରି ଅନେକ ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ଭିଜିଲାନ୍ସ ତଦନ୍ତ କରାଗଲେ ଦୋଷୀ ଧରାପଡ଼ିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ସଦର ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା କୁହନ୍ତି, ସାନଷାଠିଏବାଟିଆ ଅଞ୍ଚଳର ଖାତା ନଂ. ୩୮୭/୧୮୯୬, ପ୍ଲଟ ନଂ. ୫୨୨ରେ ଥିବା ଜଳାଶୟ କିସମ ଜମିକୁ ଶାରଦ କିସମରେ ପରିଣତ କରାଯାଇଛି। ଏହା ସରକାରୀ ନିୟମର ଖୋଲା ଉଲ୍ଲଂଘନ। ଦୁର୍ନୀତି ଜଣାପଡ଼ିବା ପରେ ତତ୍କାଳୀନ ଜିଲାପାଳ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ତତ୍କାଳୀନ ଉପଜିଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ। କିନ୍ତୁ ଅଧିକାରୀ ଜଣକ କାହିଁକି ତଦନ୍ତ କରି ରିପୋର୍ଟ ପ୍ରଦାନ କଲେନାହିଁ, ତାହା କହିପାରିବି ନାହିଁ। କିସମ ପରିବର୍ତ୍ତନ ହୋଇଥିବାରୁ ଉକ୍ତ ଜାଗାକୁ ବିକ୍ରିବଟା ନ କରିବାକୁ ଜିଲା ସବ୍‌ ରେଜିଷ୍ଟ୍ରାରଙ୍କ ପାଖକୁ ପତ୍ର ପଠାଯାଇଥିଲା। ଇସ୍ୟୁ ରେଜିଷ୍ଟ୍ରରରେ ଯେଉଁଦିନ ପତ୍ର ଯାଇଛି, ତାହାର ତାରିଖ ଲେଖାଯାଇଛି। କିନ୍ତୁ ଉକ୍ତ ପତ୍ରକୁ ଜିଲା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଦିଆଯିବା ବଦଳରେ ତହସିଲ ଅଫିସରେ ୨୦ଦିନ ଧରି ଫାଇଲ ଭିତରେ ରଖି ଦିଆଯାଇଥିଲା। ଗୁରୁବାର ଏ ସମ୍ପର୍କରେ ଜଣାପଡ଼ିଛି। ଏହାପରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନର ଜିଲାପାଳଙ୍କୁ ସମସ୍ତ ବିଷୟରେ ଅବଗତ କରାଯିବ। ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀ ଏବଂ ଜମି ମାଲିକଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨...

ଚନ୍ଦ୍ରଭାଗାରେ ପାନୀୟଜଳ ଟ୍ୟାପ୍‌ ଅଚଳ

କୋଣାର୍କ,୧୮।୪(ଡି.ଏନ୍‌.ଏ.): ଚନ୍ଦ୍ରଭାଗାଠାରେ ପର୍ଯ୍ୟଟକ, ପଥଚାରୀ ଓ ଜନସାଧାରଣଙ୍କ ନିମନ୍ତେ ଓ୍ବାଟ୍‌କୋ ପକ୍ଷରୁ ନିର୍ମିତ ପାନୀୟଜଳ ଟ୍ୟାପ୍‌ ଅଚଳାବସ୍ଥାରେ ପଡ଼ିଛି। ଏଥିଯୋଗୁ ଏଠାକୁ ଆସୁଥିବା ଲୋକେ ପାନୀୟଜଳ...

ଅସରାଏ ବର୍ଷାରେ ମଧୁବନ ମିନିଷ୍ଟାଡିୟମ ଜଳାର୍ଣ୍ଣବ

ଖଣ୍ଡପଡ଼ା,୩ା୪(ସ୍ବ.ପ୍ର.): ଅଦିନିଆ ବର୍ଷାରେ ଖଣ୍ଡପଡ଼ା ମଧୁବନ ମିନିଷ୍ଟାଡିୟମ ପରିସରରେ ବର୍ଷା ପାଣି ଜମି ରହି ସମସ୍ୟା ସୃଷ୍ଟି କରୁଛି। ଅଦିନିଆ ଲଗାଣ ବର୍ଷା ପ୍ରଭାବରେ ଖେଳପଡ଼ିଆ...

ଆଠମଲ୍ଲିକରେ ୫୦ ହଜାର ଲୋକ ପ୍ରଭାବିତ

ଆଠମଲ୍ଲିକ,୧୭।୮(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକରେ ବନ୍ୟା ସ୍ଥିତି ଗମ୍ଭୀର ହେଉଛି। ବ୍ଲକ ଅଞ୍ଚଳର ୧୩ଟି ପଞ୍ଚାୟତବାସୀ ୩ ଦିନ ହେଲା ମହାନଦୀ ଜଳ ଦ୍ୱାରା ପ୍ରଭାବିତ...

CORONAVIRUS UPDATE: ତଥ୍ୟ ବଦଳାଇଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ: କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ବରଂ ୪। ଏନେଇ ରବିବାର ଅପରାହ୍ନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆଜି...

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ମାଲିକ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬ା୧- କନ୍ଧମାଳ ଜିଲାରେ ଗଞ୍ଜେଇ ଚୋରା ଚାଲାଣ କାରବାର ବେଧଡକ ଚାଲିଛି। ପୋଲିସକୁ ଚକ୍‌ମା ଦେଖାଇବାକୁ ଚାଲାଣକାରୀମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଗଞ୍ଜେଇ...

‘ସିଏଏ ସହ ଏନ୍‌ଆର୍‌ସିକୁ ଯୋଡ଼ା ନ ଯାଉ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ(ସିଏବି) ଗୃହୀତ ହୋଇ ସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଏକ ଆଇନରେ ମଧ୍ୟ ପରିଣତ ହୋଇଛି। ହେଲେ ଏହି...

ଜୋର୍‌ ଧରିଲା କ୍ୟାନସର ହସ୍ପିଟାଲ ସ୍ଥାପନ ଦାବି, ଜିଲପାଳ ଅଫିସକୁ ଚେତାବନୀ ଶୋଭାଯାତ୍ରା

ବରଗଡ ଅଫିସ,୧୯।୧୧- ବରଗଡ ଜିଲାରେ କ୍ୟାନସର ହସପିଟାଲ ଦାବି ଜୋର୍‌ ଧରିଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାରରୁ କୋସଲ ସେନାର ୨କର୍ମୀ ସ୍ଥାନୀୟ...

Advertisement
Archives

Model This Week