ଖୋର୍ଦ୍ଧା ଅଫିସ,୧୬ା୧୨: ଖୋର୍ଦ୍ଧା ଜିଲାରେ ବେଧଡ଼କ ଭାବେ ଗୋଚାଲାଣ ଚାଲିଛି। ଖୋର୍ଦ୍ଧା, ସଦର, ଜଙ୍କିଆ, ବେଗୁନିଆ, ବୋଲଗଡ଼ ଓ ଟାଙ୍ଗୀ ଅଞ୍ଚଳରୁ ଦୈନିକ ୧୬ ଓ ୫୭ନଂ. ଜାତୀୟ ରାଜପଥ ଦେଇ ବାହାର ରାଜ୍ୟ ଏବଂ ବାଂଲାଦେଶକୁ ଗୋରୁ ଚାଲାଣ କରାଯାଉଛି। ଗ୍ରାମାଞ୍ଚଳରେ ଏଜେଣ୍ଟମାନେ ରହି ଗୋରୁଙ୍କୁ କମ୍ ଦାମ୍ରେ କିଣି ବେପାରୀ କିମ୍ବା ମାଫିଆଙ୍କୁ ଅଧିକ ଦାମ୍ରେ ବିକୁଛନ୍ତି। କିଛି ମାସ ପୂର୍ବେ କେତେଜଣ ଯୁବକ ଡାଲା ଅଟୋରେ ଆସି ଜଟଣୀ ସହରର ରାସ୍ତାକଡ଼ ଓ ଗୁହାଳରୁ ଗୋରୁ ଚୋରି କରୁଥିବା ଭିଡିଓ ଭାଇରାଲ ହୋଇଥିଲା।
ପୋଲିସ ସୂଚନା ଅନୁଯାୟୀ, ଗତ ୪ବର୍ଷ ମଧ୍ୟରେ ୫ଶହରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର ହୋଇଥିବାବେଳେ ପ୍ରାୟ ୬୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ସେହିପରି ୩୦ରୁ ଊର୍ଦ୍ଧ୍ୱ ଚାଲାଣକାରୀଙ୍କୁ ଗିରଫ କରାଯାଇଛିି। ତେବେ କେତେଜଣ ଅସାଧୁ ପୋଲିସ କର୍ମଚାରୀ ଏବଂ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଜାତୀୟ ରାଜପଥ ଦେଇ ଆନ୍ଧ୍ରପ୍ରଦେଶ ପଟୁ ଗୋରୁ ବାହାର ରାଜ୍ୟକୁ ଅବାଧରେ ଚାଲାଣ ହେଉଛି।
ସୂଚନାଥାଉ କି, ୨୦୧୬ରେ ଖୋର୍ଦ୍ଧା ଟାଉନ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଉଭୟଙ୍କଠାରୁ ୨୭ ଗୋରୁ ଉଦ୍ଧାର କରିଥିଲା। ସେହି ବର୍ଷ ବେଗୁନିଆ ଥାନା ଅଞ୍ଚଳରୁ ଜଣଙ୍କୁ ଗିରଫ କରାଯିବା ସହ ୫ଟି ଗୋରୁ ଉଦ୍ଧାର କରାଯାଇଥିଲା। ଜଙ୍କିଆ ପୋଲିସ ୨ଟି ପୃଥକ ମାମଲାରେ ୩ଜଣଙ୍କୁ ଗିରଫ କରି ୪୦ ଗୋରୁ ଉଦ୍ଧାର କରିଥିଲା। ୨୦୧୭ରେ ଖୋର୍ଦ୍ଧା ପୋଲିସ ୫ଜଣଙ୍କୁ ଗିରଫ କରିବା ସହ ୨୯ ଗୋରୁ ଉଦ୍ଧାର କରିଥିଲା। ସେହିପରି ଟାଙ୍ଗୀ ପୋଲିସ ୬ଟି ଗୋରୁ ଉଦ୍ଧାର କରିଥିବାବେଳେ ୧୦ ଜଣଙ୍କୁ ଏବଂ ବେଗୁନିଆ ପୋଲିସ ଦୁଇଟି ପୃଥକ ମାମଲାରେ ୭୫ ଗୋରୁ ଉଦ୍ଧାର ସହ ୧୧ ଜଣଙ୍କୁ ଗିରଫ କରିଥିଲା। ବାଣପୁର ପୋଲିସ ୩ ମାଫିଆଙ୍କୁ ଗିରଫ କରିଥିଲା। ୨୦୧୮ରେ ବେଗୁନିଆ ପୋଲିସ ୩ଜଣଙ୍କୁ ଗିରଫ କରି ୪୦ ଗୋରୁଙ୍କୁ ଉଦ୍ଧାର କରିଥିଲା। ଖୋର୍ଦ୍ଧା ଟାଉନ ପୋଲିସ ବାଟମଙ୍ଗଳା ଛକଠାରେ ଏକ କଣ୍ଟେନରରୁ ୧୩୨ଟି ଗୋରୁ ଉଦ୍ଧାର କରିଥିଲା। ଏମାନଙ୍କ ମଧ୍ୟରୁ ଶ୍ୱାସରୁଦ୍ଧ ହୋଇ ୫୫ଟିର ଜୀବନ ଚାଲିଯାଇଥିଲା। ୨୦୨୦ ମାର୍ଚ୍ଚ ୧୯ରେ ବ୍ରହ୍ମପୁରରୁ କୋଲକାତାକୁ ଗୋଚାଲାଣ ହେଉଥିବାବେଳେ ୧୬ନଂ. ଜାତୀୟ ରାଜପଥର ଦଳେଇପୁଟ ଛକଠାରେ ସଦର ପୋଲିସ ଏକ କଣ୍ଟେନରରୁ ୪୫ଟି ଗୋରୁ ଜବତ କରିଥିଲା। ସେଥିରୁ ଶ୍ୱାସରୁଦ୍ଧ ହୋଇ ୨ ଗୋରୁଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣାରେ କଣ୍ଟେନର ଡ୍ରାଇଭର ମଞ୍ଜୁର ଖାନକୁ ଗିରଫ କରାଯାଇଥିଲା। ଚଳିତ ମାସ ୬ ତାରିଖ ରାତିରେ କୁଶପଲ୍ଲାରୁ ଆନ୍ଧ୍ରକୁ ଗୋଚାଲାଣ ବେଳେ ବେଗୁନିଆ ବଜାରରୁ ମଇଁଷି ବୋଝେଇ ଏକ କଣ୍ଟେନର ଜବତ ହୋଇଥିଲା। ସେଥିରୁ ୪୮ଟି ମଇଁଷି ଉଦ୍ଧାର ହୋଇଥିଲେ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଡ୍ରାଇଭର କୁଶପଲା ଗ୍ରାମର ତାହିଉଦ୍ଦିନ ଖାନ୍କୁ ଗିରଫ କରାଯାଇଥିଲା। କିଛିଦିନ ତଳେ ରାତିରେ ଆଦର୍ଶ ଥାନା ପୋଲିସ କୁମାରବସ୍ତ ଗଁା ଛକରୁ ଗୋରୁ ଗାଡ଼ି ଜବତ ସହ କେରଙ୍ଗର ୨ଜଣଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷରେ ଗୋରୁ ଉଦ୍ଧାର ପରେ ସେମାନଙ୍କୁ ରଖାଯିବା ଓ ଯତ୍ନ ନେବା ଚିନ୍ତାର ବିଷୟ ହେଉଛି। ପ୍ରଶାସନ ପକ୍ଷରୁ ଗୋଶାଳା ବ୍ୟବସ୍ଥା କରାଗଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ପୋଲିସ କହିଛି।
Posted inଆମ ଜିଲା ଖବର, ଖୋର୍ଦ୍ଧା View All
ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ
ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…
ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!
ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…
ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…
ପିକ୍ଅପ୍ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…
ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ
ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…
ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ
କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…
କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି
ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…
ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା
ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

