ମହିଳାଙ୍କୁ ରୋଜଗାର ଦେଇଛି ସବାଇଘାସ

ବାରିପଦା ଅଫିସ,୨୬ା୭(ରଞ୍ଜନ କୁମାର ପ୍ରଧାନ): ସବାଇ ଘାସରେ ପ୍ରସ୍ତୁତ ସୁନ୍ଦର ହସ୍ତକଳା ଓ ବିଭିନ୍ନ ଘରକରଣା ଜିନିଷର ଚାହିଦା ରହିଛି। ଫୁଲ ଚାଙ୍ଗୁଡ଼ି,ପାଛିଆ, ବ୍ୟାଗ୍‌ ସହିତ ବିଭିନ୍ନ ଉପକରଣ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି ଲାଭ କରୁଛି। ମୟୂରଭଞ୍ଜ ଜିଲାର ଅଧିକାଂଶ ମହିଳା ଏହାଦ୍ୱାରା ସ୍ବାବଲମ୍ବୀ ହୋଇ ପାରିଛନ୍ତି। ସେମାନେ ତିଆରି କରୁଥିବା ଉପକରଣ ରାଜ୍ୟର ବିଭିନ୍ନ ମେଳା ଓ ମହୋତ୍ସବରେ ବିକ୍ରି ହେଉଛି। ମୁମ୍ବାଇ, ଅହମ୍ମଦାବାଦ୍‌, ଦିଲ୍ଲୀ ଓ କୋଲକାତାର ବିଭିନ୍ନ ଷ୍ଟଲରେ ମଧ୍ୟ ଏହି ସାମଗ୍ରୀ ଉପଲବ୍ଧ ହୋଇପାରୁଛି।
ଜିଲାର ବିଭିନ୍ନ ସ୍ଥାନରେ ସବାଇ ଘାସ ଚାଷ କରାଯାଉଛି। ଅଧିକାଂଶ ଲୋକ ଏହି ଘାସରୁ ରଶି ତିଆରି କରି ବିକ୍ରି କରୁଛନ୍ତି। ହେଲେ ଆଉ କେତେକ ମହିଳା ଦୁଇ ପାଦ ଆଗେଇ ଏଥିରେ ଘରକରଣା ଜିନିଷ ତିଆରି କରୁଛନ୍ତି। ଏହାକୁ ଭଲ ଦାମରେ ବିକ୍ରି କରି ସେମାନେ ବେଶ୍‌ ଦି’ପଇସା ରୋଜଗାର କରୁଛନ୍ତି। ବାରିପଦା ବ୍ଲକ ବଡ଼ଯୋଡ଼ ପଞ୍ଚାୟତ ଗୁହାଳଡ଼ିହି ଗ୍ରାମ ସବାଇ ଉପତ୍ାଦନ କେନ୍ଦ୍ରର ମହିଳାମାନେ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ୨୦୧୧ରେ ମାତ୍ର ୧୧ ସଦସ୍ୟାଙ୍କୁ ଗଠିତ ହୋଇଥିବା ଏହି ଗ୍ରୁପ ବ୍ୟାଙ୍କ୍‌ରୁ କିଛି ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୩ରେ ଓରମାସ୍‌ ତାଙ୍କୁ ସହଯୋଗର ହାତ ବଢ଼ାଇବା ସହିତ ସେମାନେ ଉପତ୍ାଦନ କରୁଥିବା ବିଭିନ୍ନ ଜିନିଷକୁ ମାର୍କେଟିଂ କରିବାରେ ସହାୟକ ହୋଇଥିଲା। ସେହିଭଳି ଓରମାସ୍‌ ପକ୍ଷରୁ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଫଳରେ ମହିଳାମାନେ ବର୍ତ୍ତମାନ ମେଶିନ୍‌ ଓ ହାତରେ ବିଭିନ୍ନ ସାମଗ୍ରୀ ତିଆରି କରିବାରେ ପାରଙ୍ଗମ ହୋଇ ପାରିଛନ୍ତି। ଏହି ଗ୍ରୁପରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ୧୩ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୬୧ ସଦସ୍ୟା ରହିଛନ୍ତି। ସେମାନଙ୍କର ମାସିକ ଆୟ ୫ରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ହେଉଛି। ଯେଉଁ ମାସରେ ଜିନିଷର ଚାହିଦା ରହୁଛି, ସେହି ମାସରେ ଆୟ ଅଧିକ ହେଉଛି। ଗ୍ରୁପର ସମ୍ପାଦକ ଉଷାରାଣୀ ନାୟକ କୁହନ୍ତି, ମହିଳାମାନେ ସକାଳ ୧୦ଟାରୁ ଘର କାମ ସାରି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। କିଛି ଘାସ ଚାଷ କରାଯାଉଥିବା ବେଳେ ଅବଶିଷ୍ଟ କିଣା ଯାଉଥିବା ସେ ପ୍ରକାଶ କରିଥିଲେ। ଜିଲାର ଉଦଳା, ବେତନଟୀ, କୁଳିଅଣା, ଶୁଳିଆପଦା ଆଦି ବ୍ଲକରେ ମଧ୍ୟ ଅନ୍ୟ ମହିଳାମାନେ ସବାଇ ଉତ୍ପାଦନ କେନ୍ଦ୍ର କରି ବିଭିନ୍ନ ଉପକରଣ ପ୍ରସ୍ତୁତ କରୁଛନ୍ତି। ଜିଲା ଓରମାସ୍‌ର ଡେପୁଟି ସିଇଓ ବିମାନ ମଲ୍ଲ କୁହନ୍ତି ୨୦୧୩ରେ ଉକ୍ତ କ୍ଲଷ୍ଟରକୁ ସହାୟତା ପ୍ରଦାନ କରାଯାଇଥିଲା। ମହିଳମାନଙ୍କୁ ଲୋନ୍‌ ଦିଆଯିବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ପରେ ସେମାନେ ସୁନ୍ଦର ଜିନିଷ ଉପତ୍ାଦନ କରିବା ସହ ଭଲ ରୋଜଗାର କରିପାରୁଛନ୍ତି। ଏହାଦ୍ୱାରା କେବଳ ମହିଳାମାନେ ଆର୍ଥିକ ସ୍ବାବଲମ୍ବୀ ହୋଇନାହାନ୍ତି ବରଂ ନିଜର ସ୍ବତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri