ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ ଗମାଙ୍ଗ, କଂଗ୍ରେସର ସତ୍ୟଜିତ ଗମାଙ୍ଗ ଏବଂ ଭାଜପାର ତ୍ରିନାଥ ଗମାଙ୍ଗ ପ୍ରାର୍ଥୀ ହୋଇଛନ୍ତି। ତେବେ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ଗୋଟିଏ ପରିବାରର ଏବଂ ପରସ୍ପରର ସମ୍ପର୍କୀୟ ହୋଇଥିବାରୁ ଗୁଣପୁର ରାଜନୀତି ବେଶ୍‌ ରୋଚକ ମୋଡ଼ ନେଇଛି। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗଙ୍କ ପରିବାର ରାଜନୀତିକୁ ନେଇ ଚର୍ଚ୍ଚା ରହିଛି। ହେଲେ ଚଳିତ ନିର୍ବାଚନରେ ତାଙ୍କ ପରିବାରର ସ୍ତ୍ରୀ ହେମା ଗମାଙ୍ଗ କିମ୍ବା ପୁଅ ଶିଶିର ଗମାଙ୍ଗଙ୍କୁ ଟିକେଟ ମିଳି ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର ଗିରିଧର ଗମାଙ୍ଗଙ୍କ ପରିବାର ସହ ପାରିବାରିକ ସମ୍ପର୍କ ରହିଛି ା ଭାଜପା ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ହେଉଛନ୍ତି ହେମା ଗମାଙ୍ଗଙ୍କ ଭାଇ। ଅନ୍ୟପକ୍ଷରେ ବିଜେଡିର ରଘୁନାଥ ଗମାଙ୍ଗ, କଂଗ୍ରେସର ସତ୍ୟଜିତ ଗମାଙ୍ଗ ଏବଂ ତ୍ରିନାଥ ଗମାଙ୍ଗ ମଧ୍ୟରେ ପାରିବାରିକ ସମ୍ପର୍କ ରହିଛି। ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଦାଦା ହୋଇଥିବାବେଳେ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତ୍ରିନାଥ ଗମାଙ୍ଗ ତାଙ୍କ ପୁତୁରା। ସେହିପରି ରଘୁନାଥଙ୍କ ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତଙ୍କ ଅଜା ନାତିର ସମ୍ପର୍କ ରହିଛି। ଭାଜପାର ତ୍ରିନାଥ ଏବଂ କଂଗ୍ରେସର ସତ୍ୟଜିତଙ୍କ ମଧ୍ୟରେ ମାମୁ-ଭଣଜାର ସମ୍ପର୍କ ରହିଥିବା ଜଣାପଡ଼ିଛି।
ରଘୁନାଥଙ୍କୁ ବିଜେଡି ରିପିଟ୍‌ କରିଥିବାବେଳେ ତ୍ରିନାଥ ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି। ହେଲେ ସତ୍ୟଜିତ କଂଗ୍ରେସ ପାଇଁ ନବାଗତ। ୩ ପ୍ରମୁଖ ପ୍ରାର୍ଥୀ ନିଜ ନିଜ ଦଳର ସଫଳତାକୁ ଆୟୁଧ କରିବା ସହ ବିରୋଧୀ ବିଫଳତାକୁ ନେଇ ନିର୍ବାଚନ ବୈତରଣୀ ପାର କରିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ନିର୍ବାଚନରେ କମ୍‌ ଭୋଟ ବ୍ୟବଧାନ ରହିଥିବାରୁ ବିଜେଡି ପାଇଁ ଗଡ଼ ବଞ୍ଚାଇବା ଚ୍ୟାଲେଞ୍ଜ ହୋଇପଡ଼ିଛି। ସେହିପରି ବିରୋଧୀ କଂଗ୍ରେସକୁ ପୁନର୍ବାର ଗଡ଼ ଅକ୍ତିଆର କରିବାର ଚିନ୍ତା ଘାରିଛି। ତେବେ ଭାଜପା ଦୁଇ ଜଣଙ୍କୁ ଟକ୍କର ଦେଇ ବିଜୟ ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ପହିଲାରୁ ବଦଳିବ LPG Gasର ୫ ବଡ଼ ନିୟମ! ବୁକିଂ କରିବା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ସହିତ ଜଡିତ ଅନେକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଗ୍ୟାସ ବୁକିଂ ଓ ରିଫିଲିଂକୁ ପ୍ରଭାବିତ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?