କଟକଣା ସତ୍ତ୍ୱେ ଗ୍ରାମସଭା

କେନ୍ଦୁଝର, ୧୦।୧ (ସ୍ବ.ପ୍ର.) କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜନସମାବେଶ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ତେବେ ଏହା ସତ୍ତ୍ୱେ କେନ୍ଦୁଝର ଜିଲାର ଜଜାଙ୍ଗ ଲୌହ ଖଣି ପାଇଁ ଗ୍ରାମସଭା(ଜଙ୍ଗଲ ଜମି ଅଧିକାର ଆଇନ-୨୦୦୭) ଆୟୋଜନ କରି ଜନସମାବେଶ କରାଯାଇଥିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜିଲାରେ କୋଭିଡ୍‌ ସଂକ୍ରମଣ ବିଶେଷ କରି ଖଣି ଅଞ୍ଚଳରେ ଅଧିକ ଦେଖାଦେଇଥିବାରୁ ଗ୍ରାମସଭା ସ୍ଥଗିତ ରଖିବାକୁ ପଳସା ସରପଞ୍ଚ ନିରୁପମା ନାୟକ ଯୋଡା ବିଡିଓଙ୍କୁ ଚିଠି ନଂ. ୬୦/ ୫।୧।୨୦୨୧ରେ ଅବଗତ କରିଥିଲେ। କୋଭିଡ୍‌ କଟକଣା ଯୋଗୁ ସଦର ବ୍ଲକ ଟିକରପଡ଼ାରେ ରବିବାର ହେବାକୁ ଥିବା ଜନଶୁଣାଣିକୁ ସ୍ଥଗିତ କରାଯାଇଥିବା ବେଳେ ୭ ତାରିଖରେ ପଳସା ପଞ୍ଚାୟତ ଅଧୀନ ପଳସା(କ) ଗ୍ରାମରେ କିପରି ଗ୍ରାମସଭା ଅନୁଷ୍ଠିତ ହେଲା ତାହାକୁ ନେଇ ପରିବେଶବିତମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ସମାବେଶ ଯୋଗୁ କରୋନା ବ୍ୟାପିବା ଆଶଙ୍କା ଥିଲେ ହେଁ କାହା ସ୍ବାର୍ଥରେ ପ୍ରଶାସନ ଗ୍ରାମସଭା ଆୟୋଜନ କରାଇଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ଗତ ୬ ଏବଂ ୭ ତାରିଖରେ ଯୋଡା ବ୍ଲକର ଜଜାଙ୍ଗ, ହେସାବେଡା, ବନ୍ଧୁଆବେଡା, ପଳସା(କ) ଗାଁରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଗ୍ରାମସଭା କରାଯାଇଥିଲା। କଟକଣା ପାଇଁ ଏବଂ ସରକାରଙ୍କ କୋଭିଡ୍‌ ନିୟମକୁ ମାନି ବହୁ ଲୋକ ଗ୍ରାମସଭାରେ ଭାଗ ନେବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ସରକାରଙ୍କ ନିୟମକୁ ପାଳନ କରି ଗ୍ରାମସଭାକୁ ଆସି ନ ଥିବା ଅଭିଯୋଗ ହୋଇଛି। ଫଳରେ ସେମାନେ ମତାମତ ଦେବାରୁ ବଞ୍ଚିତ ହୋଇଥିଲେ। ଫଳରେ ଗ୍ରାମ ସଭାର ସଫଳତାକୁ ନେଇ ମଧ୍ୟ ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି। ଅନୁପସ୍ଥିତ ଗ୍ରାମବାସୀଙ୍କୁ ବିଭିନ୍ନ କଥା କହି ଗ୍ରାମସଭା ସଫଳ କରିବା ପାଇଁ ଘରକୁ ଯାଇ ଦସ୍ତଖତ ନିଆଯାଇଥିବା ନେଇ ହେଉଥିବା ଅଭିଯୋଗ ତଦନ୍ତ ସାପେକ୍ଷ। ଏଣୁ ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଯୋଡା ବିଡିଓ ଜଗନ୍ନାଥ ହନୁମାନ କହିଛନ୍ତି, କୋଭିଡ୍‌ ଆଇନର କାୈଣସି ଉଲ୍ଲଂଘନ ହୋଇନାହିଁ। ସମସ୍ତ ନୀତିନିୟମ ପାଳନ ହୋଇ ଗ୍ରାମସଭା ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri