ପୁଣି ଗ୍ରାମସଭା ବର୍ଜନ କଲେ ୩୧୭ ସରପଞ୍ଚ

ବଲାଙ୍ଗୀର ଅଫିସ, ୩୧ା୧: ଗତ ୨୬ ତାରିଖରେ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ କରିବା ପରେ ସୋମବାର ପୁଣି ଥରେ ବଲାଙ୍ଗୀର ଜିଲାର ୩୧୭ ସରପଞ୍ଚ ଆବାସ ଯୋଜନା ପାଇଁ ଆୟୋଜିତ ହେବାକୁ ଥିବା ଗ୍ରାମସଭା ବର୍ଜନ କରିଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ଅନୁମୋଦନ ହୋଇପାରିନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବାକୁ ଜିଲାର ୩୧୭ ଗ୍ରାମପଞ୍ଚାୟତରେ ସର୍ଭେ କରାଯାଇଥିଲା। ଏହାର ନୂଆ ତାଲିକା ପ୍ରସ୍ତୁତ ହୋଇଛି। ଏହାକୁ ଗ୍ରାମସଭାରେ ଅନୁମୋଦନ କରାଯିବା କଥା। ତେବେ ପ୍ରସ୍ତୁତ ତାଲିକାରେ ଅନେକ ବିସଙ୍ଗତି ରହିଛି। ଅଯୋଗ୍ୟ ଲୋକଙ୍କୁ ଆବାସ ହିତାଧିକାରୀ ଦର୍ଶାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ସର୍ବୋପରି ତାଲିକା ପ୍ରସ୍ତୁତିରେ ସରପଞ୍ଚମାନଙ୍କ କୌଣସି ମତାମତ ନିଆଯାଇ ନାହିଁ। ତେଣୁୁ ଏଭଳି ତାଲିକା ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲାର ସରପଞ୍ଚମାନେ କହିଆସୁଛନ୍ତି। ଫଳରେ ସର୍ଭେ ତାଲିକା ଗ୍ରାମସଭାରେ ଅନୁମୋଦନ ହୋଇ ନ ଥିତ୍ବାରୁ ହିତାଧିକାରୀମାନେ ଆବାସ ଯୋଜନାରେ ଘର ପାଇବା ଆହୁରି ବିଳମ୍ବ ହେବା ସ୍ପଷ୍ଟ ହୋଇଛି।
ଗତ ୨୬ ତାରିଖରେ ଅନୁଷ୍ଠିତ ଗ୍ରାମସଭାରେ ସର୍ଭେ ତାଲିକାକୁ ବିରୋଧ କରି ସରପଞ୍ଚମାନେ ବର୍ଜନ କରିଥିଲେ। ଫଳରେ ଜିଲାର ୩୧୭ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ହୋଇପାରି ନ ଥିଲା। ଏହାପରେ ୩୦ ତାରିଖ ପୁୁଣି ଥରେ ଗ୍ରାମସଭା କରାଯିବାକୁ ବିଡିଓମାନେ ଚିଠି କରିଥିଲେ। ଜିଲା ସରପଞ୍ଚ ସଂଘ ସଭାପତି ବୀରଭଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ବଳଦେବ ସାହୁ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ ପରେ ଆଜି ମଧ୍ୟ ଜିଲାର ସମସ୍ତ ପଞ୍ଚାୟତରେ ଗ୍ରାମସଭା ବର୍ଜନ କରାଯାଇଥିବା ସୂଚନା ଦେଇଛନ୍ତି। କାର୍ଯ୍ୟକାରୀ ସଭାପତି ସାହୁ କହିଛନ୍ତି ଯେ, ଆବାସ ଯୋଜନା ପାଇଁ ଯେଉଁ ତାଲିକା ପ୍ରସ୍ତୁତିରେ ଯେଉଁ ବିସଙ୍ଗତି ଓ ତ୍ରୁଟି ରହିଛି, ତାକୁ ନ ସୁଧାରିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ। ଏହି ତାଲିକାକୁ ଅନୁମୋଦନ କଲେ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ବହୁ ପ୍ରକୃତ ହିତାଧିକାରୀ ଏବେବି ଘର ପାଇବା ତାଲିକାରେ ନାହାନ୍ତି ବୋଲି ସେ କହିଛନ୍ତି। ଏନେଇ ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ ଶତପଥୀଙ୍କୁ ପଚରାଯିବାରୁ ଜିଲାରେ ଆଜି ଗ୍ରାମସଭା ହେବାର ଥିଲା। ତେବେ ସବୁ ପଞ୍ଚାୟତରେ ଗ୍ରାମସଭା ହୋଇଛି କି ନାହିଁ ତାଙ୍କ ପାଖରେ ସବିଶେଷ ରିପୋର୍ଟ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri