ପୁଣି ଗ୍ରାମସଭା ବର୍ଜନ କଲେ ୩୧୭ ସରପଞ୍ଚ

ବଲାଙ୍ଗୀର ଅଫିସ, ୩୧ା୧: ଗତ ୨୬ ତାରିଖରେ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ କରିବା ପରେ ସୋମବାର ପୁଣି ଥରେ ବଲାଙ୍ଗୀର ଜିଲାର ୩୧୭ ସରପଞ୍ଚ ଆବାସ ଯୋଜନା ପାଇଁ ଆୟୋଜିତ ହେବାକୁ ଥିବା ଗ୍ରାମସଭା ବର୍ଜନ କରିଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ଅନୁମୋଦନ ହୋଇପାରିନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବାକୁ ଜିଲାର ୩୧୭ ଗ୍ରାମପଞ୍ଚାୟତରେ ସର୍ଭେ କରାଯାଇଥିଲା। ଏହାର ନୂଆ ତାଲିକା ପ୍ରସ୍ତୁତ ହୋଇଛି। ଏହାକୁ ଗ୍ରାମସଭାରେ ଅନୁମୋଦନ କରାଯିବା କଥା। ତେବେ ପ୍ରସ୍ତୁତ ତାଲିକାରେ ଅନେକ ବିସଙ୍ଗତି ରହିଛି। ଅଯୋଗ୍ୟ ଲୋକଙ୍କୁ ଆବାସ ହିତାଧିକାରୀ ଦର୍ଶାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ସର୍ବୋପରି ତାଲିକା ପ୍ରସ୍ତୁତିରେ ସରପଞ୍ଚମାନଙ୍କ କୌଣସି ମତାମତ ନିଆଯାଇ ନାହିଁ। ତେଣୁୁ ଏଭଳି ତାଲିକା ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲାର ସରପଞ୍ଚମାନେ କହିଆସୁଛନ୍ତି। ଫଳରେ ସର୍ଭେ ତାଲିକା ଗ୍ରାମସଭାରେ ଅନୁମୋଦନ ହୋଇ ନ ଥିତ୍ବାରୁ ହିତାଧିକାରୀମାନେ ଆବାସ ଯୋଜନାରେ ଘର ପାଇବା ଆହୁରି ବିଳମ୍ବ ହେବା ସ୍ପଷ୍ଟ ହୋଇଛି।
ଗତ ୨୬ ତାରିଖରେ ଅନୁଷ୍ଠିତ ଗ୍ରାମସଭାରେ ସର୍ଭେ ତାଲିକାକୁ ବିରୋଧ କରି ସରପଞ୍ଚମାନେ ବର୍ଜନ କରିଥିଲେ। ଫଳରେ ଜିଲାର ୩୧୭ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ହୋଇପାରି ନ ଥିଲା। ଏହାପରେ ୩୦ ତାରିଖ ପୁୁଣି ଥରେ ଗ୍ରାମସଭା କରାଯିବାକୁ ବିଡିଓମାନେ ଚିଠି କରିଥିଲେ। ଜିଲା ସରପଞ୍ଚ ସଂଘ ସଭାପତି ବୀରଭଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ବଳଦେବ ସାହୁ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ ପରେ ଆଜି ମଧ୍ୟ ଜିଲାର ସମସ୍ତ ପଞ୍ଚାୟତରେ ଗ୍ରାମସଭା ବର୍ଜନ କରାଯାଇଥିବା ସୂଚନା ଦେଇଛନ୍ତି। କାର୍ଯ୍ୟକାରୀ ସଭାପତି ସାହୁ କହିଛନ୍ତି ଯେ, ଆବାସ ଯୋଜନା ପାଇଁ ଯେଉଁ ତାଲିକା ପ୍ରସ୍ତୁତିରେ ଯେଉଁ ବିସଙ୍ଗତି ଓ ତ୍ରୁଟି ରହିଛି, ତାକୁ ନ ସୁଧାରିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ। ଏହି ତାଲିକାକୁ ଅନୁମୋଦନ କଲେ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ବହୁ ପ୍ରକୃତ ହିତାଧିକାରୀ ଏବେବି ଘର ପାଇବା ତାଲିକାରେ ନାହାନ୍ତି ବୋଲି ସେ କହିଛନ୍ତି। ଏନେଇ ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ ଶତପଥୀଙ୍କୁ ପଚରାଯିବାରୁ ଜିଲାରେ ଆଜି ଗ୍ରାମସଭା ହେବାର ଥିଲା। ତେବେ ସବୁ ପଞ୍ଚାୟତରେ ଗ୍ରାମସଭା ହୋଇଛି କି ନାହିଁ ତାଙ୍କ ପାଖରେ ସବିଶେଷ ରିପୋର୍ଟ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଜୁଆର,ସମୁଦ୍ର ଯିବାକୁ ବାରଣ

ପୁରୀ ଅଫିସ,୫।୧୨:: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସମ୍ଭାବ୍ୟ ବାତ୍ୟା ଜୱାଦ। ପୁରୀ ଉପକୂଳ ନିକଟରେ ପହଞ୍ଚିବା ବେଳକୁ ବାତ୍ୟାର ବେଗ କମିଯାଇଥିବା ନେଇ...

ନାଁ ଫୌଜି, କାମ ସେବା କରିବା

କେନ୍ଦୁଝର, ୧୬ା୩(ସ୍ବ.ପ୍ର.)- ଦେଶ ସୁରକ୍ଷା ଲାଗି ସେନା ବାହିନୀରେ ଯୋଗ ଦେବାକୁ ସେ ନେଇଥିଲେ ତାଲିମ । ତାଙ୍କ ଚିନ୍ତାଧାରା ଓ କର୍ମ ପରେ ତାଙ୍କ...

ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ଚିତ୍ରଶିଳ୍ପୀଙ୍କ କଳାକୃତୀ

ବରଗଡ଼ ଅଫିସ୍‌,୨।୮: ଟୋକିଓ ଅଲିମ୍ପିକ୍ସରେ ପଶ୍ଚିମ ଓଡ଼ିଶା ଚିତ୍ରଶିଳ୍ପୀଙ୍କ କଳାକୃତୀ ସ୍ଥାନୀତ ହୋଇଛି । ସମ୍ବଲପୁର ଏବଂ ବରଗଡ଼ ଜିଲାର ୮ଜଣ ଚିତ୍ରଶିଳ୍ପୀ ଏହି ଗୌରବ...

ଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍‌ ତାର

ଫୁଲବାଣୀ ଅଫିସ,୨୫।୨: କନ୍ଧମାଳ ଜିଲାରେ ମଙ୍ଗଳବାରରୁ ବର୍ଷା, ପବନ ଲାଗି ରହିଛି। ଏହାର ପ୍ରଭାବରେ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛପଡ଼ି ରାସ୍ତା ଅବରୋଧ...

କାଦୁଅରେ ୫ ଖଣ୍ଡ ଗାଁ

ଦଶମନ୍ତପୁର, ୧୨ା୮ ( ଡି.ଏନ.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ସଦର ପଞ୍ଚାୟତ ଠାରୁ ଝୋପରାପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା...

ସମ୍ମେଟିଭ୍‌-୨ ପରୀକ୍ଷା ଫଳ ପ୍ରକାଶ ପାଉନି: ଦ୍ୱନ୍ଦ୍ୱରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର

ବାରିପଦା ଅଫିସ,୧୫।୫: ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ନେଇ ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି।...

ଆକାଶଦୀପ ଵାଣ ଖସିପଡି ଗୋପଵନ୍ଧୁ ଙ୍କ ଷଠିଘରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ, ୨୪।୧୦ (ଡି. ଏନ୍. ଏ)ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଦୀପାବଳୀ ସନ୍ଧ୍ୟାରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଛି। ଦୀପାବଳିରେ ଅବସରରେ...

୨୭ କ୍ରୋମାଇଟ ଭର୍ତ୍ତି ଗାଡ଼ି ଅଟକ

ଆନନ୍ଦପୁର,୯ା୧୧(ସ୍ବ.ପ୍ର.): ଆନନ୍ଦପୁର ପୋଲିସ ଦ୍ୱାରା ୨୭ଟି କ୍ରୋମାଇଟ୍‌ ଭର୍ତ୍ତି ୬ ଚକିଆ ଯାନ ଅଟକ ରଖାଯାଇଛି। ଗାଡ଼ିଗୁଡ଼ିକ ମଙ୍ଗଳବାର ବିଳମ୍ବିତ ରାତିରେ କାଳିଆପାଣି ଅଞ୍ଚଳରୁ କ୍ରୋମାଇଟ୍‌...

Advertisement
Archives

Model This Week