Posted inରାଜ୍ୟ

ହଡ଼ପ ହେଉଛି ସରକାରୀ ଅର୍ଥ: ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଶାସକ ଦଳ ବୁଡି ରହିଛି। ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ସରକାର ବିକାଶର ଡିଣ୍ଡିମ ପିଟି ଚାଲିଛନ୍ତି। ଗରିବ ଲୋକଙ୍କ ପାଇଁ ଆସୁଥିବା ଆବାସ ଯୋଜନାର ଅର୍ଥ, ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅର୍ଥ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ମିଳିଥିବା କୋଟି କୋଟି ଟଙ୍କାର ଅନୁଦାନକୁ ଖର୍ଚ୍ଚ କରାଯାଉନାହିଁ। ଯାହା ବି ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ ବୋଲି ରାଜ୍ୟ ଭାଜପା ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ, ପଞ୍ଚାୟତିରାଜ ବିଭାଗ ଲୋକାଲ ଫଣ୍ଡ ଅଡିଟ୍‌ର ରିପୋର୍ଟ ଅନୁଯାୟୀ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ପଞ୍ଚାୟତ ସମିତି ପାଉଥିବା ଅନୁଦାନ ସମେତ ଅନ୍ୟ ସମ୍ବଳ ଖର୍ଚ୍ଚ କରାଯାଉ ନାହିଁ। ବିନିଯୋଗ ପ୍ରମାଣପତ୍ର ଦେବାରେ ସେମାନେ ଅସମର୍ଥ ହେଉଛନ୍ତି। ଖର୍ଚ୍ଚ ନ ହୋଇ ଜିଲାପରିଷଦର ୨୫ କୋଟି, ପଞ୍ଚାୟତ ସମିତିରେ ୧୪୧ କୋଟି ଏବଂ ପଞ୍ଚାୟତଗୁଡିକରେ ୮୮ କୋଟି ଟଙ୍କା ପଡିରହିଛି। ବିନିଯୋଗ ହେଉଥିବା ଅର୍ଥରୁ ପଞ୍ଚାୟତ ସମିତିଗୁଡ଼ିକ ୨୪୦ କୋଟି ଓ ପଞ୍ଚାୟତଗୁଡିକ ୧୨୬ କୋଟି ଟଙ୍କାର ହିସାବ ରଖିନାହାନ୍ତି। ଅଗ୍ରିମ ଅର୍ଥ ମଧ୍ୟରୁ ପଞ୍ଚାୟତ ସମିତିଗୁଡିକରେ ୧୨ କୋଟି ଓ ପଞ୍ଚାୟତଗୁଡିକରେ ୭୯ ଲକ୍ଷ ଟଙ୍କାର କୌଣସି କାର୍ଯ୍ୟ ହୋଇନାହିଁ କି ସେମାନଙ୍କଠାରୁ ଏହି ଅର୍ଥ ଅସୁଲ କରାଯାଇ ନାହିଁ। ସରକାରୀ ଅର୍ଥକୁ ଖୋଲାଖୋଲି ହଡପ କରାଯାଉଛି ବୋଲି ବକ୍ସିପାତ୍ର ଅଭିଯୋଗ କରିଛନ୍ତି। ଅର୍ଥକୁ ଠିକ୍‌ ଭାବେ ବିନିଯୋଗ କରାଗଲେ ତିର୍ତ୍ତୋଲବାସୀ ବିଶେଷକରି ଗରିବ ଅସହାୟ ଲୋକମାନେ ଉପକୃତ ହେବା ସହ ସେମାନଙ୍କ ପାଇଁ ଲାଗୁ ହୋଇଥିବା ଯୋଜନାର ଲାଭ ଉଠାଇ ପାରନ୍ତେ ବୋଲି ବକ୍ସିପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri