Posted inଜାତୀୟ

କେବଳ ବିଳାସପୂର୍ଣ୍ଣ ଟ୍ରେନ ଉପରେ ସରକାରଙ୍କ ଧ୍ୟାନ, ସାଧାରଣ ଲୋକଙ୍କୁ ଅବହେଳା, ଏହି କାରଣରୁ ଗଲା ବହୁ ସଂଖ୍ୟକ ଜୀବନ: ସରକାରଙ୍କୁ ଘେରିଲେ ବିରୋଧୀ…

ନୂଆଦିଲ୍ଲୀ,୩।୬ : ଓଡିଶାରେ ଟ୍ରିପଲ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଛି। ସେହିପରି ଆହତଙ୍କ ସଂଖ୍ୟା ୯୦୦ ପାଖାପାଖି ରହିଛି। ଏହି ପ୍ରସଙ୍ଗରେ ବିରୋଧୀ ବର୍ତ୍ତମାନ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାର ଅନୁସନ୍ଧାନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇ ଯାଉଥିବା କରୋମଣ୍ଡଲ ଏକ୍ସପ୍ରେସ, ବେଙ୍ଗାଲୁରୁ ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ମାଲଗାଡ଼ି ମଧ୍ୟରେ ହୋଇଥିବା ଭୟଙ୍କର ଦୁର୍ଘଟଣା ବିରୋଧୀ ଦଳର ନେତାମାନେ ସିଗନାଲ ବିଫଳତା ଅଭିଯୋଗ କରିବା ଆରମ୍ଭ କରିଛନ୍ତି। ତୃଣମୂଳ କଂଗ୍ରେସ ମୁଖପାତ୍ର ସାକେତ ଗୋଖଲେ କହିଛନ୍ତି ସିଗନାଲ ବିଫଳତା ଯୋଗୁଁ ଏଭଳି ଏକ ବଡ଼ ଦୁର୍ଘଟଣା ହୋଇଥିବା ଆଶ୍ଚର୍ଯ୍ୟଜନକ ।

ଏହି ଦୁର୍ଘଟଣା କିଛି ଗମ୍ଭୀର ପ୍ରଶ୍ନ ଉଠାଇଛି ଯାହାର ଉତ୍ତର ସରକାର ଦେବା ଆବଶ୍ୟକ। ଏହି ତିନୋଟି ଟ୍ରେନ ପରସ୍ପର ଉପରେ କିପରି ଧକ୍କା ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଡାଉନ ଲାଇନରେ ଥିବା ବେଙ୍ଗାଲୁରୁ-ହାଓ୍ବଡ଼ା ଟ୍ରେନ ସନ୍ଦ୍ୟା ୬ ଟା ୫୫ରେ ଏବଂ କରୋମଣ୍ଡେଲ ସନ୍ଧ୍ୟା ୭ ଟାରେ ଚଳାଚଳ କରିଥିଲା। କରୋମଣ୍ଡଲର ଲାଇନଚ୍ୟୁତ କୋଚଗୁଡ଼ିକ ପ୍ରଥମେ ବେଙ୍ଗାଲୁରୁ-ହାଓ୍ବଡ଼ାର ଏବଂ ପରେ ମାଲଗାଡ଼ି ସହିତ ମୁହାଁମୁହିଁ ହୋଇଥିଲା।

ଅନ୍ୟପକ୍ଷରେ ଟ୍ରେନ ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ସମସ୍ତଙ୍କୁ କନ୍ଦାଇଛି। କୁହାଯାଉଛି ଆମେ ଟ୍ରେନରେ କବଚ ଲଗାଉଛୁ, ଏହା ସମସ୍ତ ଦୁର୍ଘଟଣାକୁ ବନ୍ଦ କରିବ। ସୁରକ୍ଷା କବଚ କେଉଁଠାରେ ଅଛି? ତିନୋଟି ଟ୍ରେନ ଧକ୍କା ହେଲା, କବଚ କୁଆଡେ ଗଲା ?

ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି ଦିନକୁ ଦିନ ବଢ଼ିବା ସହ ଏନସିପି ନେତା ଅଜିତ ପାୱାର କହିଛନ୍ତ ଏଭଳି ଘଟଣାରେ ପୂର୍ବରୁ ରେଳମନ୍ତ୍ରୀ ଇସ୍ତଫା ଦେଉଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ଏବେ କେହି କହିବାକୁ ପ୍ରସ୍ତୁତ ନୁହଁନ୍ତି। ସରକାର କେବଳ ବିଳାସପୂର୍ଣ୍ଣ ଟ୍ରେନ ଉପରେ ଧ୍ୟାନ ହେଉଛନ୍ତି। ସାଧାରଣ ଲୋକଙ୍କ ଟ୍ରେନ ଏବଂ ଟ୍ରାକ ଅବହେଳିତ। ଓଡିଶାରେ ମୃତ୍ୟୁ ଏହାର ଫଳାଫଳ । ଏଭଳି ତ୍ରୁଟି ଯୋଗୂ ରେଳ ମନ୍ତ୍ରୀ ନୈତିକ ଦୃଷ୍ଟିକୋଣରୁ ଇସ୍ତଫା ଦେବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?