Posted inଜାତୀୟ

ସ୍ଥାୟୀ କମିଶନ ହେବେ ମହିଳା

ନୂଆଦିଲ୍ଲୀ,୨୪ା୭(ପି.ଟି.):ସୈନ୍ୟବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ସଂକ୍ଷିପ୍ତ ସେବା କମିଶନ (ଏସ୍‌ଏସ୍‌ସି) ଯୋଜନାରେ ନିଯୁକ୍ତ ସମସ୍ତ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନିମନ୍ତେ ବିଚାର କରିବା ପାଇଁ ଗତ ଫେବୃୟାରୀରେ ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରିଥିଲେ। ସରକାରଙ୍କ ନିର୍ଦ୍ଦେଶନାମା ଫଳରେ ସୈନ୍ୟବାହିନୀରେ ମହିଳା ଅଧିକାରୀମାନଙ୍କୁ ବଡ଼ ଭୂମିକା ମିଳିବ ଓ ଅବସର ନେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିପାରିବେ ବୋଲି ସେନା ମୁଖପାତ୍ର କଲୋନେଲ ଅମନ ଆନନ୍ଦ କହିଛନ୍ତି।
ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ସେନାର ସମସ୍ତ ୧୦ଟି ବିଭାଗରେ ଏସ୍‌ଏସ୍‌ସିରେ ଥିବା ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ମିଳିବ। ସେହି ବିଭାଗଗୁଡ଼ିକ ହେଲା ଆର୍ମି ଏୟାର ଡିଫେନ୍ସ, ସିଗ୍‌ନାଲ୍ସ, ଇଞ୍ଜିନିୟର୍ସ, ଆର୍ମି ଆଭିଏଶନ, ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲ ଇଞ୍ଜିନିୟର୍ସ, ଆର୍ମି ସର୍ଭିସ କର୍ପସ ଏବଂ ଇଣ୍ଟେଲିଜେନ୍ସ କର୍ପସ। ସମ୍ପ୍ରତି ମହିଳା ଅଫିସରକୁ କେବଳ ଦୁଇଟି ବିଭାଗ ଜଜ୍‌ ଆଡଭୋକେଟ ଜେନେରାଲ (ଜେଏଜି) ଏବଂ ଶିକ୍ଷାରେ ସ୍ଥାୟୀ କମିଶନ ମିଳିଛି। ଏସ୍‌ଏସ୍‌ସି ମହିଳା ଅଫିସରମାନେ ସେମାନଙ୍କର ଆବଶ୍ୟକ ଦସ୍ତାବିଜ୍‌ କାମ ଶେଷ କରିବା ପରେ ଚୟନ ବୋର୍ଡ ବସି ସେମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବେ ବୋଲି ସେନା ମୁଖପାତ୍ର କହିଛନ୍ତି।
ଏସ୍‌ଏସ୍‌ସିରେ ମହିଳା ଅଫିସରମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ବର୍ଷ ପାଇଁ ନିଆଯାଉଥିବାବେଳେ ଏହାକୁ ୧୪ ବର୍ଷ ପର୍ଯ୍ୟନ୍ତ ବଢ଼ାଯିବାର ବ୍ୟବସ୍ଥା ରହିଥିଲା। ତେବେ ସ୍ଥାୟୀ କମିଶନରେ ସେମାନେ ଅବସର ନେବା ପର୍ଯ୍ୟନ୍ତ ସେନାରେ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ। ସିଗ୍‌ନାଲ୍ସ, ଇଞ୍ଜିନିୟୟରିଂ, ଆର୍ମି ଆଭିଏଶନ, ଆର୍ମି ଏୟାର ଡିଫେନ୍ସ ଏବଂ ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲରେ ମହିଳାମାନଙ୍କୁ ସ୍ଥାୟୀ କମିଶନ କରାଇବା ପାଇଁ ଗତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ନୀତିଗତ ନିଷ୍ପତ୍ତି ନେଇଥିଲା। ଖାଲି ସ୍ଥାନ ଏବଂ ମହିଳା ଅଫିସରମାନଙ୍କ ଆଗ୍ରହ, ଉପଯୁକ୍ତତା, ପ୍ରଦର୍ଶନ, ମେଡିକାଲ୍‌ ଫିଟ୍‌ନେସ୍‌ ଏବଂ ପ୍ରତିଯୋଗିତାମୂଳକ ମେଧା ଆଧାରରେ ସ୍ଥାୟୀ କମିଶନ ଦେବା ପାଇଁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ସେହି ଅନୁଯାୟୀ ତିନି ବାହିନୀ ମହିଳାମାନଙ୍କୁ ମେଡିକାଲ, ଶିକ୍ଷା, ଆଇନ, ସିଗ୍‌ନାଲ୍ସ, ଲଜିଷ୍ଟିକ୍‌ ଏବଂ ଇଞ୍ଜିନିୟରିଂରେ ସ୍ଥାୟୀ ନିଯୁକ୍ତିକୁ ଅନୁମତି ଦେଇଥିଲା। ବାୟୁସେନାରେ ଉଡ଼ାଣ ବିଭାଗକୁ ବାଦ୍‌ ଦେଇ ଅନ୍ୟ ସବୁ ବିଭାଗରେ ମହିଳା ଅଫିସର ସ୍ଥାୟୀ କମିଶନ ପାଇଁ ଆବେଦନ କରିପାରିବାର ବ୍ୟବସ୍ଥା ଥିଲା। ସେହିପରି ନୌସେନା ଲଜିଷ୍ଟିକ୍ସ, ନାଭାଲ ଡିଜାଇନିଂ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ, ଇଞ୍ଜିନିୟରିଂ ଓ ଆଇନ ବିଭାଗରେ ମହିଳାଙ୍କ ସ୍ଥାୟୀ କମିଶନକୁ ଅନୁମତି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri