ବନ୍ଦ ହୋଇପାରେ ସରକାରୀ ଗାଡ଼ି ରେଜିଷ୍ଟ୍ରେଶନ ନବୀକରଣ

ଭୁବନେଶ୍ୱର,୧୪।୩: କେନ୍ଦ୍ର ସରକାର ନୂଆ ସଡ଼କ ପରିବହନ ନିୟମ ସହ ପରିବେଶ ସୁରକ୍ଷା ଏବଂ ପୁରୁଣା ଗାଡ଼ି ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ନୂଆ ନିୟମ ଲାଗୁ କରିପାରନ୍ତି ବୋଲି ସୂଚନା ମିଳିଛି। ନୂଆ ନିୟମ ଅନୁସାରେ ସରକାରୀ ବିଭାଗଗୁଡିକରେ ବ୍ୟବହାର ହେଉଥିବା ପୁରୁଣା ଗାଡ଼ିଗୁଡିକ ୨୦୨୨ ଏପ୍ରିଲ ୧ ରୁ ୧୫ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ିର ଆଉ ରେଜିଷ୍ଟ୍ରେଶନ ନବୀକରଣ କରାଯିବ ନାହିଁ। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିବା ଜଣାପଡିଛି। ଯଦି ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ସ୍ବୀକୃତି ମିଳିଯାଏ ତେବେ ସାରା ଦେଶରେ ବ୍ୟବହାର ହେଉଥିବା ସରକାରୀ ଗାଡିଗୁଡିକ ଲାଗି ଉକ୍ତ ବ୍ୟବସ୍ଥା ଲାଗୁ ହୋଇଯିବ ବୋଲି ଜଣାପଡିଛି। ମନ୍ତ୍ରଣାଳୟ ନିୟମରେ ସଂଶୋଧନ ପୂର୍ବକ ଅଧିସୂଚନା ଜାରିକରି ଅଂଶୀଦାରଙ୍କ ମତାମତ ଲୋଡ଼ିଛନ୍ତି। ଏ ସମ୍ପର୍କରେ ପ୍ରତିପକ୍ଷଙ୍କ ମତ, ମନ୍ତବ୍ୟ ମିଳିବା ପରେ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ହେବ ବୋଲି ସୂଚନା ମିଳିଛି।
ପରିବହନ ମନ୍ତ୍ରଣାଳୟଙ୍କ ଅଧିସୂଚନା ଅନୁସାରେ ଯଦି ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଏ ତେବେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସମେତ ସାର୍ବଜନିକ ଉପକ୍ରମ, ନଗର ନିଗମ, ସ୍ବାୟତ୍ତ ଶାସିତ ଅନୁଷ୍ଠାନଗୁଡିକରେ ସେବା ଯୋଗାଉଥିବା ୧୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଗାଡି ସବୁ ରାସ୍ତାରୁ ହଟିଯିବ। ଏ ନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟର ପେଜ୍‌ରେ କୁହାଯାଇଛି, ୧ ଏପ୍ରିଲ ୨୦୨୨ ପରଠାରୁ ୧୫ ବର୍ଷରୁ ଅଧିକ କୌଣସି ଯାନର ଆଉ ପଞ୍ଜୀକରଣ ନବୀକରଣ ହେବ ନାହିଁ।
ଏହା ପୂର୍ବରୁ ଗତ ଫେବୃୟାରୀ ୧ତାରିଖରେ ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟରେ ସରକାର ବାହନ ସ୍କ୍ରାପ୍‌ ପଲିସି ଆଣିଛନ୍ତି। ଏଥିରେ ଘରୋଇ ଯାନର ୨୦ବର୍ଷ ପରେ ଓ କମର୍ସିଆଲ ଯାନ ୧୫ ବର୍ଷ ପୂରଣ କରିବା ପରେ ସେ ସବୁର ଫିଟ୍‌ନେସ୍‌ ଜରୁରୀ କରାଯାଇଛି। ବିଧେୟକର ଚିଠାପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ମାର୍ଚ୍ଚ ୧୨ତାରିଖରେ ଅଧିସୂଚନା ଜାରି କରିଛନ୍ତି। ଏଥିରେ ଅଂଶୀଦାରଙ୍କଠାରୁ ୩୦ ଦିନ ମଧ୍ୟରେ ମତ, ମନ୍ତବ୍ୟ ଓ ପରାମର୍ଶ ମଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri