ପ୍ରଶ୍ନପତ୍ର ଲିକ୍ କଲେ ୧ କୋଟି ଟଙ୍କା ଜୋରିମାନା, ଦଶ ବର୍ଷ ଜେଲ୍: ବିଲ୍ ଆଣିବେ ସରକାର

ନୂଆଦିଲ୍ଲୀ,୩୧।୧: ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କିମ୍ବା କୌଣସି ପ୍ରକାର ଠକାମୀ ରୋକିବାକୁ ସଂସଦର ବଜେଟ୍ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଭଳି ଖଳ ପ୍ରକୃତିର ଲୋକମାନଙ୍କ ପାଇଁ ଅନେକ ମେଧାବୀ ଛାତ୍ରୀଛାତ୍ରମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି।

ସୂତ୍ରରୁ ପ୍ରକାଶ ଯେ ସର୍ବସାଧାରଣ ପରୀକ୍ଷା ବିଲରେ ଏଭଳି କାର୍ଯ୍ୟକୁ ରୋକିବାକୁ ସରକାର କଡ଼ା ଦଣ୍ଡବିଧାନ କରିବାକୁ ଯୋଜନା କରୁଛନ୍ତି। ଅତୀତରେ ବିଭିନ୍ନ ରାଜ୍ୟର ଛାତ୍ରମାନେ ପ୍ରଶ୍ନପତ୍ର ଲିକ୍ ସମେତ ଅପବ୍ୟବହାର ପାଇଁ ପରୀକ୍ଷା ବାତିଲ ହେତୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପ୍ରତିଯୋଗିତାମୂଳକ ତଥା ପ୍ରବେଶିକା ପରୀକ୍ଷାକୁ ଲକ୍ଷ୍ୟ ରଖି ଏହି ବିଲ୍ ଏକ ଉଚ୍ଚ ସ୍ତରୀୟ ବୈଷୟିକ କମିଟି ଗଠନ କରି ସାଧାରଣ ପରୀକ୍ଷାରେ ସାଇବର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରିବ। ବର୍ତ୍ତମାନ ସମୟରେ ଏଭଳି ସମସ୍ୟାର ମୁକାବିଲା କରିବା ପାଇଁ ଜାତୀୟ ସ୍ତରରେ କୌଣସି ନିର୍ଦ୍ଦିଷ୍ଟ ପ୍ରମୂଖ ଆଇନ ନାହିଁ ଯାହା ବ୍ୟକ୍ତି, ସଂଗଠିତ ଗୋଷ୍ଠୀ କିମ୍ବା ଅନ୍ୟ କୌଣସି ଏଜେନ୍ସି କିମ୍ବା ସଂଗଠନ ଦ୍ୱାରା ଗ୍ରହଣ କରାଯାଇଥିବା କିମ୍ବା ଅପରାଧର ମୁକାବିଲା କରିପାରିବ।

ସୂତ୍ରରୁ ପ୍ରକାଶ ଯେ ଏହି ନୂତନ ବିଲ୍ ଆଇନରେ ପରିଣତ ହେଲେ ଅପରାଧୀଙ୍କୁ ୧୦ ବର୍ଷ କାରାଦଣ୍ଡ ଏବଂ ଏକ କୋଟି ଟଙ୍କା ଜୋରିମାନା କରାଯିବ। ଅପରାଧ ଜାମିନ ବିହୀନ ହେବାର ସମ୍ଭାବନା ରହିଛି। ଏହି ବିଲ୍ ଆସନ୍ତା ସପ୍ତାହରେ ସଂସଦରେ ଆଗତ ହୋଇପାରେ। ତେବେ ଏହା ଛାତ୍ରୀଛାତ୍ରଙ୍କୁ କୌଣସି ପ୍ରକାର ସମସ୍ୟାରେ ପକାଇବ ନାହିଁ। ଏହାଦ୍ୱରା ବିଭିନ୍ନ ପରୀକ୍ଷାରେ ଅଧିକ ସ୍ୱଚ୍ଛତା, ନ୍ୟାୟ ଆଣିବା ଏହି ବିଲ୍‌ର ଉଦ୍ଦେଶ୍ୟ ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri