ଡିଜିପି ଚୟନ ପ୍ରସଙ୍ଗରେ ସମୟ ଲୋଡ଼ିଲେ ସରକାର

ଭୁବନେଶ୍ୱର, ୩।୯(ସୁନିତ୍‌ ମିଶ୍ର): ରାଜ୍ୟର ଡିଜିପି ଚୟନ ପ୍ରସଙ୍ଗକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମୟ ଧାର୍ଯ୍ୟ କରିଛନ୍ତି। ଡିଜିପି ଚୟନ ନେଇ ୨୦୦୬ ପ୍ରକାଶ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଓଡ଼ିଶା ସରକାର ପାଳନ କରି ନ ଥିବା ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସ୍ବଚ୍ଛତା ନ ଥିବା ବାଲେଶ୍ୱରର ଜୟନ୍ତ ଦାସ ଅଭିଯୋଗକରି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଫାଇଲ କରିଥିଲେ। ଏହା ଉପରେ ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ୨ଟି ଭିନ୍ନ ଭିନ୍ନ ରିଜେଣ୍ଡର ଦାଖଲ କରିଥିଲେ। ରାଜ୍ୟ ସରକାର ତାଙ୍କ ରିଜେଣ୍ଡରରେ ପ୍ରଶ୍ନ କରିଥିଲେ, ଜୟନ୍ତ ଦାସଙ୍କ ଡିଜିପି ଚୟନ ପ୍ରସଙ୍ଗରେ ଭୂମିକା କ’ଣ ଅଛି। ସେ କାହିଁକି ଏ ବିଷୟରେ ପଶିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ବିରୋଧରେ ୭ଟି ମାମଲା ରହିଛି। ସେ ଡିଜିପି ଚୟନ ପ୍ରସଙ୍ଗରେ ପିଆଇଏଲ୍‌ କରିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଥିଲେ। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ରିଜେଣ୍ଡର ପାଇବା ପରେ ଅଗଷ୍ଟ ୨ରେ ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ କରିଥିଲେ। ଏହି ସମୟ ଭିତରେ ଜୟନ୍ତ ଦାସଙ୍କୁ ନିଜର ରିଜେଣ୍ଡର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ସେପ୍ଟେମ୍ବର ୩୧ରେ ଜୟନ୍ତ ଦାସ ତାଙ୍କ ରିଜେଣ୍ଡର ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ। ଯାହା ଜାଣିବାକୁ ମିଳିଛି, ଜୟନ୍ତ ଦାସ ସେଥିରେ ଉଲ୍ଲେଖ କରିଛନ୍ତି, ତାଙ୍କ ବିରୋଧରେ ରାଜ୍ୟ ସରକାର ୬ଟି ମାମଲା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ କୋଭିଡ୍‌ ସମୟରେ ରାଜ୍ୟକୁ ଫେରାଇ ଆଣିବା ଦାବିରେ କରୁଥିବା ପ୍ରତିବାଦ, ରାଜନୈତିକ ପ୍ରତିବାଦ ସଭାରେ ଯୋଗଦେବା, ବିସ୍ଥାପିତଙ୍କ ସମସ୍ୟା ନେଇ ଚାଲିଥିବା ଆନ୍ଦୋଳନ ଆଦି ସମୟରେ ସରକାରଙ୍କ ତରଫରୁ ତାଙ୍କ ବିରୋଧରେ ମାମଲା କରାଯାଇଛି। ସେହିପରି ବାଲିଆପାଳଠାରେ ବିସ୍ଥାପିତ ପରିବାରଙ୍କୁ ନ୍ୟାୟଦେବା ଦାବିରେ ପ୍ରତିବାଦ କରିବାରୁ ସ୍ଥାନୀୟ ତହସିଲଦାର ତାଙ୍କ ବିରୋଧରେ ମାମଲା କରିଥିଲେ। କୌଣସି ଜଘନ୍ୟ ଅପରାଧ, ଚୋରି, ବଳାତ୍କାର ଆଦି ଘଟଣାରେ ତାଙ୍କ ବିରୋଧରେ ମାମଲା ନାହିଁ। କେବଳ ରାଜନୈତିକ ମାମଲା ତାଙ୍କ ବିରୋଧରେ କରାଯାଇଛି। ସେ ଜଣେ ବୃତ୍ତିଗତ ଅପରାଧୀ ନୁହନ୍ତି, ଯେମିତି ରାଜ୍ୟ ସରକାର ଦର୍ଶାଇବାକୁ ଚାହୁଁଛନ୍ତି। ତେଣୁ ରାଜ୍ୟର ଡିଜିପି ଚୟନ ନେଇ ହୋଇଥିବା ଅନିୟମିତତା ସମ୍ପର୍କିତ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଜୟନ୍ତ ଦାସ ତାଙ୍କ ରିଜେଣ୍ଡରରେ ଦର୍ଶାଇଥିବା ଜଣାପଡ଼ିଛି।
ବୁଧବାର ହୋଇଥିବା ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ କହିଛନ୍ତି, ପିଆଇଏଲ୍‌ ଆବେଦନକାରୀଙ୍କ ରିଜେଣ୍ଡର ସରକାର ପାଇଛନ୍ତି। ଏହାକୁ ସମୀକ୍ଷା କରିବା ପାଇଁ ସରକାର ସମୟ ଦରକାର। ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କୁ ଏଥିଲାଗି ସମୟ ଦେବା ସହ ଆସନ୍ତା ୭ ତାରିଖରେ ପରିବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଡିଜିପି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାର ୟୁପିଏସ୍‌ସିକୁ ଏକ ୧୧ ଜଣିଆ ଆଇପିଏସ୍‌ମାନଙ୍କ ତାଲିକା ଦେଇଥିଲେ। ୭ ତାରିଖରେ ୟୁପିଏସ୍‌ସି ସେଥିରୁ ୩ ଜଣିଆ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାର ଥିଲା। ମାତ୍ର ଶେଷ ସମୟରେ ରାଜ୍ୟ ସରକାର ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥଙ୍କ ସ୍ବଚ୍ଛତା ପ୍ରମାଣପତ୍ର ପ୍ରତ୍ୟାହାର କରିନେଲେ। ୟୁପିଏସ୍‌ସିକୁ ଆଇପିଏସ୍‌ମାନଙ୍କ ନୂଆ ତାଲିକା ପ୍ରଦାନ କରିବେ ବୋଲି କହିଲେ। ଏହାର ଦିନକ ପରେ ୨ ଜଣ ଏଡିଜି ପାହ୍ୟାର ଆଇପିଏସ୍‌ ଅଫିସରଙ୍କୁ ଡିଜି ପୋଷ୍ଟକୁ ପଦୋନ୍ନତି କରିଦେଲେ। ଏସବୁ ଘଟଣା ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଡିଜିପିଙ୍କ କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ରାଜ୍ୟ ସରକାର ୟୁପିଏସ୍‌ସିକୁ ଆଇପିଏସ୍‌ ଅଫିସରଙ୍କ ତାଲିକା ଯାହା ଦେବା କଥା ସେଥିରେ ବ୍ୟତିକ୍ରମ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କଥାରେ ୟୁପିଏସ୍‌ସି ବୈଠକ ବନ୍ଦ ରଖିବାକୁ ନେଇ ମଧ୍ୟ ସୁପ୍ରିମକୋର୍ଟରେ ପ୍ରଶ୍ନ ଉଠାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri