ଡିଜିପି ଚୟନ ପ୍ରସଙ୍ଗରେ ସମୟ ଲୋଡ଼ିଲେ ସରକାର

ଭୁବନେଶ୍ୱର, ୩।୯(ସୁନିତ୍‌ ମିଶ୍ର): ରାଜ୍ୟର ଡିଜିପି ଚୟନ ପ୍ରସଙ୍ଗକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମୟ ଧାର୍ଯ୍ୟ କରିଛନ୍ତି। ଡିଜିପି ଚୟନ ନେଇ ୨୦୦୬ ପ୍ରକାଶ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଓଡ଼ିଶା ସରକାର ପାଳନ କରି ନ ଥିବା ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସ୍ବଚ୍ଛତା ନ ଥିବା ବାଲେଶ୍ୱରର ଜୟନ୍ତ ଦାସ ଅଭିଯୋଗକରି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଫାଇଲ କରିଥିଲେ। ଏହା ଉପରେ ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ୨ଟି ଭିନ୍ନ ଭିନ୍ନ ରିଜେଣ୍ଡର ଦାଖଲ କରିଥିଲେ। ରାଜ୍ୟ ସରକାର ତାଙ୍କ ରିଜେଣ୍ଡରରେ ପ୍ରଶ୍ନ କରିଥିଲେ, ଜୟନ୍ତ ଦାସଙ୍କ ଡିଜିପି ଚୟନ ପ୍ରସଙ୍ଗରେ ଭୂମିକା କ’ଣ ଅଛି। ସେ କାହିଁକି ଏ ବିଷୟରେ ପଶିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ବିରୋଧରେ ୭ଟି ମାମଲା ରହିଛି। ସେ ଡିଜିପି ଚୟନ ପ୍ରସଙ୍ଗରେ ପିଆଇଏଲ୍‌ କରିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଥିଲେ। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ରିଜେଣ୍ଡର ପାଇବା ପରେ ଅଗଷ୍ଟ ୨ରେ ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ କରିଥିଲେ। ଏହି ସମୟ ଭିତରେ ଜୟନ୍ତ ଦାସଙ୍କୁ ନିଜର ରିଜେଣ୍ଡର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ସେପ୍ଟେମ୍ବର ୩୧ରେ ଜୟନ୍ତ ଦାସ ତାଙ୍କ ରିଜେଣ୍ଡର ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ। ଯାହା ଜାଣିବାକୁ ମିଳିଛି, ଜୟନ୍ତ ଦାସ ସେଥିରେ ଉଲ୍ଲେଖ କରିଛନ୍ତି, ତାଙ୍କ ବିରୋଧରେ ରାଜ୍ୟ ସରକାର ୬ଟି ମାମଲା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ କୋଭିଡ୍‌ ସମୟରେ ରାଜ୍ୟକୁ ଫେରାଇ ଆଣିବା ଦାବିରେ କରୁଥିବା ପ୍ରତିବାଦ, ରାଜନୈତିକ ପ୍ରତିବାଦ ସଭାରେ ଯୋଗଦେବା, ବିସ୍ଥାପିତଙ୍କ ସମସ୍ୟା ନେଇ ଚାଲିଥିବା ଆନ୍ଦୋଳନ ଆଦି ସମୟରେ ସରକାରଙ୍କ ତରଫରୁ ତାଙ୍କ ବିରୋଧରେ ମାମଲା କରାଯାଇଛି। ସେହିପରି ବାଲିଆପାଳଠାରେ ବିସ୍ଥାପିତ ପରିବାରଙ୍କୁ ନ୍ୟାୟଦେବା ଦାବିରେ ପ୍ରତିବାଦ କରିବାରୁ ସ୍ଥାନୀୟ ତହସିଲଦାର ତାଙ୍କ ବିରୋଧରେ ମାମଲା କରିଥିଲେ। କୌଣସି ଜଘନ୍ୟ ଅପରାଧ, ଚୋରି, ବଳାତ୍କାର ଆଦି ଘଟଣାରେ ତାଙ୍କ ବିରୋଧରେ ମାମଲା ନାହିଁ। କେବଳ ରାଜନୈତିକ ମାମଲା ତାଙ୍କ ବିରୋଧରେ କରାଯାଇଛି। ସେ ଜଣେ ବୃତ୍ତିଗତ ଅପରାଧୀ ନୁହନ୍ତି, ଯେମିତି ରାଜ୍ୟ ସରକାର ଦର୍ଶାଇବାକୁ ଚାହୁଁଛନ୍ତି। ତେଣୁ ରାଜ୍ୟର ଡିଜିପି ଚୟନ ନେଇ ହୋଇଥିବା ଅନିୟମିତତା ସମ୍ପର୍କିତ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଜୟନ୍ତ ଦାସ ତାଙ୍କ ରିଜେଣ୍ଡରରେ ଦର୍ଶାଇଥିବା ଜଣାପଡ଼ିଛି।
ବୁଧବାର ହୋଇଥିବା ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ କହିଛନ୍ତି, ପିଆଇଏଲ୍‌ ଆବେଦନକାରୀଙ୍କ ରିଜେଣ୍ଡର ସରକାର ପାଇଛନ୍ତି। ଏହାକୁ ସମୀକ୍ଷା କରିବା ପାଇଁ ସରକାର ସମୟ ଦରକାର। ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କୁ ଏଥିଲାଗି ସମୟ ଦେବା ସହ ଆସନ୍ତା ୭ ତାରିଖରେ ପରିବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଡିଜିପି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାର ୟୁପିଏସ୍‌ସିକୁ ଏକ ୧୧ ଜଣିଆ ଆଇପିଏସ୍‌ମାନଙ୍କ ତାଲିକା ଦେଇଥିଲେ। ୭ ତାରିଖରେ ୟୁପିଏସ୍‌ସି ସେଥିରୁ ୩ ଜଣିଆ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାର ଥିଲା। ମାତ୍ର ଶେଷ ସମୟରେ ରାଜ୍ୟ ସରକାର ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥଙ୍କ ସ୍ବଚ୍ଛତା ପ୍ରମାଣପତ୍ର ପ୍ରତ୍ୟାହାର କରିନେଲେ। ୟୁପିଏସ୍‌ସିକୁ ଆଇପିଏସ୍‌ମାନଙ୍କ ନୂଆ ତାଲିକା ପ୍ରଦାନ କରିବେ ବୋଲି କହିଲେ। ଏହାର ଦିନକ ପରେ ୨ ଜଣ ଏଡିଜି ପାହ୍ୟାର ଆଇପିଏସ୍‌ ଅଫିସରଙ୍କୁ ଡିଜି ପୋଷ୍ଟକୁ ପଦୋନ୍ନତି କରିଦେଲେ। ଏସବୁ ଘଟଣା ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଡିଜିପିଙ୍କ କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ରାଜ୍ୟ ସରକାର ୟୁପିଏସ୍‌ସିକୁ ଆଇପିଏସ୍‌ ଅଫିସରଙ୍କ ତାଲିକା ଯାହା ଦେବା କଥା ସେଥିରେ ବ୍ୟତିକ୍ରମ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କଥାରେ ୟୁପିଏସ୍‌ସି ବୈଠକ ବନ୍ଦ ରଖିବାକୁ ନେଇ ମଧ୍ୟ ସୁପ୍ରିମକୋର୍ଟରେ ପ୍ରଶ୍ନ ଉଠାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?