ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା କରାଯାଇଥିବା ପରୀକ୍ଷଣରେ ଡିଜେଲରେ ଏଥାନଲ ମିଶାଇବା ପରେ ଏକ ପ୍ରମୁଖ ସୁରକ୍ଷା ମାନଦଣ୍ଡ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ଏହାପରେ ସରକାର ଏଥାନଲ-ଡିଜେଲ ମିଶ୍ରଣ (ବ୍ଲେଣ୍ଡିଂ) କାର୍ଯ୍ୟକୁ ଆଗକୁ ନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ନିଷ୍ପତ୍ତି ଯୋଗୁଆଗାମୀ ସମୟରେ କ’ଣ ଡିଜେଲ ମହଙ୍ଗା ହୋଇପାରେ?

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ରାଜ୍ୟ ସଭାରେ ଜଣାଇଛନ୍ତି ଯେ ସରକାରୀ ତେଲ କମ୍ପାନୀଗୁଡ଼ିକ ସେମାନଙ୍କ ଗବେଷଣା ଏବଂ ବିକାଶ କେନ୍ଦ୍ର (R&D) ମାଧ୍ୟମରେ ଡିଜେଲରେ ବିଭିନ୍ନ ପରିମାଣରେ ଏଥାନଲ ମିଶାଇ ପରୀକ୍ଷଣ କରିଥିଲେ। ଏହି ପରୀକ୍ଷଣରେ ତେଲ କମ୍ପାନୀଗୁଡ଼ିକ ସହିତ ଲାବ ଏବଂ ଅଟୋମୋବାଇଲ କମ୍ପାନୀଗୁଡ଼ିକ ମଧ୍ୟ ସାମିଲ ଥିଲେ। ପରୀକ୍ଷଣ ସମୟରେ ଜଣାପଡ଼ିଥିଲା ଯେ ଡିଜେଲରେ ଏଥାନଲ ମିଶାଇବା ଦ୍ୱାରା ଏହାର ‘ଫ୍ଲାସ ପଏଣ୍ଟ’ (Flash Point) ବହୁତ କମିଯାଏ। ମିଶ୍ରିତ ଡିଜେଲ ଆବଶ୍ୟକୀୟ ଫ୍ଲାସ ପଏଣ୍ଟ ମାନଦଣ୍ଡରେ ଠିକ ଓୱାରୀ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏହି କାରଣରୁ ସରକାର ଏହି ଯୋଜନାକୁ ଆଗକୁ ନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଫ୍ଲାସ ପଏଣ୍ଟ ହେଉଛି ସେହି ତାପମାତ୍ରା, ଯେଉଁଥିରେ କୌଣସି ଇନ୍ଧନରୁ ଏତେ ପରିମାଣରେ ବାଷ୍ପ ବାହାରିଥାଏ ଯେ ଏହା ନିଆଁ ଧରିପାରେ। ଯଦି କୌଣସି ଇନ୍ଧନର ଫ୍ଲାସ ପଏଣ୍ଟ ବହୁତ କମିଯାଏ, ତେବେ ଏହାର ସଂରକ୍ଷଣ (ଷ୍ଟୋରେଜ), ପରିବହନ (ଟ୍ରାନ୍ସପୋର୍ଟ) ଏବଂ ହ୍ୟାଣ୍ଡଲିଂ ସମୟରେ ନିଆଁ ଲାଗିବାର ବିପଦ ବୃଦ୍ଧି ପାଇପାରେ। ଏହି କାରଣରୁ ସରକାର ଡିଜେଲ କ୍ଷେତ୍ରରେ ସୁରକ୍ଷାକୁ ନେଇ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହାନ୍ତି।

ସରକାର ଡିଜେଲରେ ଏଥାନଲ ମିଶାଇବାକୁ ବାତିଲ କରିଛନ୍ତି, କାରଣ ପରୀକ୍ଷଣରେ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ସାମ୍ନାକୁ ଆସିଛି। ଏହି ନିଷ୍ପତ୍ତିର ଅର୍ଥ ଏହା ନୁହେଁ ଯେ ଡିଜେଲର ଦର ତୁରନ୍ତ ବୃଦ୍ଧି ପାଇବ। ଡିଜେଲର ମୂଲ୍ୟ ଅନେକ ଜିନିଷ ଉପରେ ନିର୍ଭର କରିଥାଏ। ଏଥିରେ ଅନ୍ତର୍ଜାତୀୟ କଞ୍ଚା ତେଲ (କ୍ରୁଡ ଅଏଲ) ର ମୂଲ୍ୟ, ଟଙ୍କା ଏବଂ ଡଲାରର ବିନିମୟ ହାର, ସୋଧନ (ରାଇଫନିଂ) ଏବଂ ପରିବହନ ଖର୍ଚ୍ଚ, ଟିକସ ଏବଂ ତେଲ କମ୍ପାନୀଗୁଡ଼ିକର ମୂଲ୍ୟ ନୀତି ଭଳି ଜିନିଷଗୁଡ଼ିକ ସାମିଲ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …

କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା…

ଗୋବର୍ଦ୍ଧନ ପୂଜା ଅବସରରେ ଗାଈକୁ ଘାସ ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ବି ଶେୟାର କଲେ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ମୋଦି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗାଈକୁ ଘାସ…

ବାଣରୁ ଅଭିନେତାଙ୍କ ଘରେ ଲାଗିଗଲା ନିଆଁ, ଜଳି ପାଉଁଶ ହେଲା….

ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍‌ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍‌ ୩’ରେ ଅଭିନୟ କରି…

‘ସାକ୍ଷାତ ସମୟରେ ଆଖି ମିଶାଇ କଥା ହୁଅନ୍ତି ନାହିଁ ମୋଦି’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କିଛି କଥା ଉଲ୍ଲେଖ ରହିଛି ସୋନିଆଙ୍କ ପୁସ୍ତକରେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କେବେବି କୌଣସି ପ୍ରକୃତ କିମ୍ବା ଗମ୍ଭୀର ଆଲୋଚନା ହୋଇନାହିଁ।…

ବିନା ଗୋଟିଏ ବଲରେ ରଦ୍ଦ ହେଲା ତୃତୀୟ ODI, ଭାରତର ଐତିହାସିକ ବିଜୟ ସ୍ବପ୍ନରେ ଲାଗିଲା ବ୍ରେକ୍‌! ଜାଣନ୍ତୁ କେବେ ହେବ ପରବର୍ତ୍ତୀ ମ୍ୟାଚ

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ପ୍ରାୟ ୫ ଘଣ୍ଟା ଧରି ପାଗ ଭଲ…

ଗୌତମ ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କୋଚ: ଉଠାଇଲେ ବଡ଼ ପ୍ରଶ୍ନ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୧୧:ଭାରତୀୟ ଦିନିକିଆ ଦଳରେ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲଙ୍କୁ ନିୟମିତ ସୁଯୋଗ ନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ସହକାରୀ କୋଚ ରାୟାନ ଟେନ…

୬ ମାସ ପାଇଁ ଜନଶୂନ୍ୟ ହୋଇଯାଏ ୨ ଗାଁ! ଘରେ ଝୁଲେ ତାଲା, କାରଣ ଜାଣିଲେ….

କାଠମାଣ୍ଡୁ,୧୦।୧୧: ଭାରତର ପଡ଼ୋଶୀ ଦେଶ ନେପାଳରେ ଏମିତି ଦୁଇଟି ଗାଁ ରହିଛି, ଯେଉଁଠି ବର୍ଷର ୬ ମାସ କେହି ରହନ୍ତି ନାହିଁ । ଶୀତ ଋତୁ ଆସିବା…

କଳାମାଟିଆ ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା, ସିଡିଏମ୍‌ଓ କହିଲେ….

ବରୀ,୧୦।୧୧(ମହେନ୍ଦ୍ର ସ୍ୱାଇଁ ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଳାମାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସେବା ଯୋଗାଇ ଆସୁଥିଲେ ଆୟୁଷ ଡାକ୍ତର କୈଳାଶ ଚନ୍ଦ୍ର ପତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?