ଅସହାୟ ଶୁଭସ୍ମିତାଙ୍କୁ ସରକାରୀ ଯୋଜନା ଅପହଞ୍ଚ

କାଏମା,୧ା୧୧(ଡି.ଏନ.ଏ.):ସରକାରଙ୍କ ଅନେକ ଲୋକହିତକର ଯୋଜନା ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା, ବିଧବା ଓ ଭିନ୍ନକ୍ଷମ ଭତ୍ତା ଅନ୍ୟତମ। ହେଲେ ଏହି ଯୋଜନାରୁ ଏବେବି ଶତାଧିକ ଅସହାୟ ଯୋଗ୍ୟ ହିତାଧିକାରୀ ବଞ୍ଚିତ ରହିଛନ୍ତି। ଧର୍ମଶାଳା ବ୍ଲକ ବଡ଼ କାଏମା ପଞ୍ଚାୟତର କାଏମା (ମହଲା ସାହି) ଗ୍ରାମରେ ଥିବା ଶୁଭସ୍ମିତା ସାହୁଙ୍କ ପରିବାରକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଶୁଭସ୍ମିତାଙ୍କ ସ୍ବାମୀ ତପନ କୁମାର ସାହୁଙ୍କ ୨ ବର୍ଷ ତଳେ ଯାଜପୁର ରୋଡ୍‌ରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପୁଅ ପୀୟୂଷ (୫ ବର୍ଷ) ଓ ଦିବ୍ୟାଙ୍ଗ ଝିଅ ତନୁଷ୍କା (୨ ବର୍ଷ)ଙ୍କୁ ନେଇ ଶୁଭସ୍ମିତା ଏବେ ବହୁ କଷ୍ଟରେ ରହୁଛନ୍ତି। ଶୁଭସ୍ମିତାଙ୍କୁ ରାଶନ କାର୍ଡଟିଏ ମିଳି ପାରିନାହିଁ। ତପନଙ୍କ ମୃତ୍ୟୁର ୪ ମାସ ପରେ ଜନ୍ମ ହୋଇଥିଲା ଶିଶୁ କନ୍ୟା। କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ଶିଶୁ କନ୍ୟା ତନୁଷ୍କା ଜନ୍ମରୁ ଦୃଷ୍ଟିହୀନା। ଏହା ଶୁଭସ୍ମିତାଙ୍କ ଜୀବନରେ ଆଉ ଏକ ଦୁଃଖର ପାହାଡ଼ ଭାବେ ଲଦି ହୋଇଥିଲା। ଧାର ଉଧାର କରି ତନୁଷ୍କାଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ତନୁଷ୍କାଙ୍କୁ ଏକ ଦିବ୍ୟାଙ୍ଗ ପରିଚୟପତ୍ର ମିଳିଛି। କିନ୍ତୁ ଆଜିଯାଏଁ ଭିନ୍ନକ୍ଷମ ଭତ୍ତା ମିଳିପାରିନାହିଁ। ଏନେଇ ଶୁଭସ୍ମିତା ପ୍ରଶାସନକୁ ଅନେକ ଥର ଗୁହାରି କରିବା ସତ୍ତ୍ବେ ବି ଦୁଃଖ ବୁଝିବାକୁ କେହି ନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ତତ୍‌କ୍ଷଣାତ ୨୦ ସମସ୍ୟାର ସମାଧାନ କଲେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର,୯।୨ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri