ଅଗଷ୍ଟର ପ୍ରତି ଶନିବାର ସରକାରୀ ଅଫିସ୍‌ ବନ୍ଦ

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ନିମନ୍ତେ ଶୁକ୍ରବାର ରାଜ୍ୟ ସରକାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିବ। ଏଥିସହ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସଗୁଡ଼ିକ ଚାଲିବ। ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ଅଗଷ୍ଟ ମାସରେ ସମସ୍ତ ବିଭାଗ ଓ ଅଧୀନ ଦପ୍ତରରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ମିଶାଇ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ। ତେବେ ଜରୁରୀ ସେବା ପ୍ରଦାନ କରୁଥିବା କାର୍ଯ୍ୟାଳୟ ଯଥା ଏସ୍‌ଆର୍‌ସି ଏବଂ ଓସ୍‌ଡମା ଦପ୍ତର, ପୋଲିସ ଅଗ୍ନିଶମ ସେବା, ସ୍ବାସ୍ଥ୍ୟସେବା, ମ୍ୟୁନିସିପାଲ ସେବା ଆଦି ଯୋଗାଉଥିବା ଅଫିସଗୁଡିକ ପୂର୍ଣ୍ଣ କର୍ମଚାରୀ ସହ କାମ କରିବ। ଯେଉଁ ଅଫିସ ଓ କର୍ମଚାରୀମାନଙ୍କୁ ଭିପିଏନ୍‌ ସୁବିଧା ଦିଆଯାଇଛି ସେମାନେ ରୋଷ୍ଟର ଡ୍ୟୁଟି ନ ଥିବାବେଳେ ଘରେ ରହି କାମ କରିବେ। ଅଫିସରେ କୌଣସି ଜରୁରୀ କାର୍ଯ୍ୟ ପଡ଼ିଲେ ସ୍ବଳ୍ପ ଅବଧିର ସୂଚନାରେ ସେମାନଙ୍କୁ ଅଫିସ ଆସିବାକୁ ପଡ଼ିବ। ସମସ୍ତ ସରକାରୀ କର୍ମଚାରୀ କୋଭିଡ୍‌ ନିମନ୍ତେ ରାଜ୍ୟ ସରକାର ଜାରି କରୁଥିବା ନିୟମ ଓ ଗାଇଡ୍‌ଲାଇନ ମାନିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷତା ବିକାଶ ପ୍ରତିବଦ୍ଧତାକୁ ଦୋହରାଇଲା ଭାରତ

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ୩ ଦିନିଆ ବୈଠକ ଓ ସେମିନାରରେ ପ୍ରାଥମିକ କ୍ଷେତ୍ର ଯଥା-କ୍ଷମତା...

ଝାଡ଼ାବାନ୍ତି ପ୍ରଭାବିତ ଗ୍ରାମରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଦଶମନ୍ତପୁର, ୨୩ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ଝାଡ଼ାବାନ୍ତି ବ୍ୟାପୀ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଦେଇଛି। ଏହି ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୧୪...

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ୨ ଗିରଫ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ଏସ୍‌ପ୍ଲାନାଡେ ଶପିଂ ମଲ୍‌ରେ ସାମ୍ବାଦିକାଙ୍କୁ ଆକ୍ରମଣ ସହ ଅସଦାଚରଣ ଘଟଣାକୁ ନେଇ ରାଜ୍ୟ ସମେତ ରାଜଧାନୀରେ ପ୍ରବଳ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ସାମାଜିକ...

ଲକ୍ଷଣ ବଦଳାଉଛି କରୋନା

କରୋନା ମହାମାରୀ ବ୍ୟାପିବାର ଦୁଇବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କୋଟି କୋଟି ଲୋକ ସଂକ୍ରମିତ ବି ହୋଇସାରିଛନ୍ତି। ଏହି ସମୟରେ କିଙ୍ଗ୍‌ସ କଲେଜ...

ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା: ହେବନି ଅପେରା କି ଖୋଲିବନି ଦୋକାନ ବଜାର

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ସନ୍ଧ୍ୟାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। କୋଭିଡ୍‌ କଟକଣା ପାଇଁ ଚଳିତବର୍ଷ ବି ମେଳା ଫିକା ପଡ଼ିବ। କେବଳ ମନ୍ଦିର ଭିତରେ ନୀତିକାନ୍ତି...

ଡିଇଓଙ୍କୁ କରୋନା କଟକଣା ଚିଠି ଲେଖିଲେ ଗଣଶିକ୍ଷା ଅତିରିକ୍ତ ସଚିବ

ଭୁବନେଶ୍ୱର,୨୨।୨(ବ୍ୟୁରୋ): କରୋନା ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏହା ପୁଣି କେତେକ ରାଜ୍ୟରେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଧ୍ୟ...

ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି ସଦସ୍ୟାଙ୍କ କୃତଜ୍ଞତା

ଭୁବନେଶ୍ୱର, ୧୩ା୯(ବ୍ୟୁରୋ):ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲାର ମିଶନ ଶକ୍ତି ସଦସ୍ୟାମାନେ ସୋମବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌ କରିଛନ୍ତି।...

ରାଜ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ; ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ଓଡ଼ିଶାରେ ବୁଧବାର ରେକର୍ଡ ସଂଖ୍ୟକ ୩,୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବୁଧବାର ସୁଦ୍ଧା ମୋଟ୍‌ ୬୨...

Advertisement
Archives

Model This Week