ଅଗଷ୍ଟର ପ୍ରତି ଶନିବାର ସରକାରୀ ଅଫିସ୍‌ ବନ୍ଦ

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ନିମନ୍ତେ ଶୁକ୍ରବାର ରାଜ୍ୟ ସରକାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିବ। ଏଥିସହ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସଗୁଡ଼ିକ ଚାଲିବ। ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ଅଗଷ୍ଟ ମାସରେ ସମସ୍ତ ବିଭାଗ ଓ ଅଧୀନ ଦପ୍ତରରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ମିଶାଇ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ। ତେବେ ଜରୁରୀ ସେବା ପ୍ରଦାନ କରୁଥିବା କାର୍ଯ୍ୟାଳୟ ଯଥା ଏସ୍‌ଆର୍‌ସି ଏବଂ ଓସ୍‌ଡମା ଦପ୍ତର, ପୋଲିସ ଅଗ୍ନିଶମ ସେବା, ସ୍ବାସ୍ଥ୍ୟସେବା, ମ୍ୟୁନିସିପାଲ ସେବା ଆଦି ଯୋଗାଉଥିବା ଅଫିସଗୁଡିକ ପୂର୍ଣ୍ଣ କର୍ମଚାରୀ ସହ କାମ କରିବ। ଯେଉଁ ଅଫିସ ଓ କର୍ମଚାରୀମାନଙ୍କୁ ଭିପିଏନ୍‌ ସୁବିଧା ଦିଆଯାଇଛି ସେମାନେ ରୋଷ୍ଟର ଡ୍ୟୁଟି ନ ଥିବାବେଳେ ଘରେ ରହି କାମ କରିବେ। ଅଫିସରେ କୌଣସି ଜରୁରୀ କାର୍ଯ୍ୟ ପଡ଼ିଲେ ସ୍ବଳ୍ପ ଅବଧିର ସୂଚନାରେ ସେମାନଙ୍କୁ ଅଫିସ ଆସିବାକୁ ପଡ଼ିବ। ସମସ୍ତ ସରକାରୀ କର୍ମଚାରୀ କୋଭିଡ୍‌ ନିମନ୍ତେ ରାଜ୍ୟ ସରକାର ଜାରି କରୁଥିବା ନିୟମ ଓ ଗାଇଡ୍‌ଲାଇନ ମାନିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ କଂଗ୍ରେସ ଅଧ୍ୟକ୍ଷ ଗିରଫ: ତେଜିଲା ରାଜନୀତି

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଏଆଇ ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ହୋଇଥିବା ପ୍ରତିବାଦରେ ଗିରଫଦାରୀ ଜାରି ରହିଛି। ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ…

SpiceJet ବିମାନ ଇଞ୍ଜିନ ଫେଲ୍, ଟେକଅଫର କିଛି ସମୟ ପରେ ହେଲା….

ନୂଆଦିଲ୍ଲୀ,୨୪।୨: ୧୫୦ ଜଣ ଯାତ୍ରୀଙ୍କୁ ନେଇ ସ୍ପାଇସଜେଟର ଏକ ବିମାନ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ସୂଚନା ଅନୁଯାୟୀ, ଦିଲ୍ଲୀରୁ ଲେହ ଯାଉଥିବା ବିମାନଟି…

ମନର କଥା ବଖାଣିଲେ ସାମନ୍ଥା: କେବଳ ରାଜ୍‌ଙ୍କ ପାଇଁ…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆଜିକାଲି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ସ୍ବାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ସହ ସେ ହନିମୁନ୍‌ରୁ ଫେରିଛନ୍ତି। ନିକଟରେ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୫ ମୃତ

ଲିମା,୨୪।୨: ଦକ୍ଷିଣ ଆମେରିକୀୟ ଦେଶ ପେରୁରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଉଥିବା…

ଭେଷଜ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

ନୟାଗଡ଼, ୨୪।୨(ଲୋକନାଥ ମିଶ୍ର): ଭେଷଜ ମେଡିକାଲ କଲେଜ ପାଇଁ ନୟାଗଡ଼ ଜିଲା ସଦର ମହକୁମା ମଙ୍ଗଳବାର ସକାଳ ୬ରୁ ବନ୍ଦ ହୋଇଛି । ନୟାଗଡ଼ ସହରର ବ୍ୟବସାୟୀମାନେ…

ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ? ଏହି ଖେଳାଳିଙ୍କୁ ପ୍ଲେଇଂ ୧୧ରୁ ବାଦ ଦେବାକୁ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପରାଜୟ ପରେ, ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ନେଇ ଚର୍ଚ୍ଚା ଜୋର ଧରିଛି।…

ଶେଷରେ ଧରାପଡ଼ିଲେ ପ୍ରେମିକ-ନବବଧୂ: ଏହି ସ୍ଥାନରେ ଥିଲେ, ପୋଲିସ ଉଭୟଙ୍କୁ…

ସୋନପୁର,୨୪।୨: ବନ୍ଧୁକ ଦେଖାଇ କାର୍‌ରୁ ନବବଧୂଙ୍କୁ ଅପହରଣ ଘଟଣାରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ବୌଦ୍ଧ ଜିଲା କଣ୍ଟାମାଳ ଥାନା ବଡଛେପାପାଲି…

ଝାରସୁଗୁଡ଼ା ସାରସମାଲ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଚୋରି, କବାଟ ତାଡ଼ି ଲୁଟିନେଲେ ଲକ୍ଷାଧିକ….

ଝାରସୁଗୁଡା,୨୪।୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡ଼ା ସହର ଉପକଣ୍ଠ ସାରସମାଲ ସ୍ଥିତ ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କବାଟ ତାଡ଼ି ବ୍ୟାପକ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri