ସଙ୍କୁଚିତ ହେଉଛି ସରକାରୀ ଜମି

ଯାଜପୁର ଅଫିସ,୨୫ା୭: ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ଯାଜପୁର ଜିଲା ପ୍ରଶାସନର ନୀତି ଅସ୍ପଷ୍ଟ ଓ ବିଚିତ୍ର। କେତେକ ସ୍ଥାନରେ ଜବରଦଖଲ ଯୋଗୁ ସରକାରୀ ଶିକ୍ଷାନୁଷ୍ଠାନ ପରିସର ସଙ୍କୁଚିତ ହୋଇ ତାହା ଅସାମାଜିକ ଲୋକଙ୍କ କବଜାକୁ ଚାଲିଯାଉଛି। ଆଉ କେଉଁଠି କେତେକ ଅସାଧୁ ଅଧିକାରୀଙ୍କ ନିଜସ୍ବ ସ୍ବାର୍ଥ ସାଧନ ପାଇଁ ବହୁ ମୂଲ୍ୟବାନ ସରକାରୀ ଜମିକୁ ସହରର ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସିଛନ୍ତି। ଜିଲା ରାଜସ୍ବ ବିଭାଗ ଏବଂ ପୌର ପ୍ରଶାସନର ଚରମ ନିଷ୍କ୍ରିୟତାର ସୁଯୋଗ ନେଇ ଜବରଦଖଲ ଜିଲାକୁ ଗ୍ରାସ କରି ଚାଲିଛି। ଏହି ବେଆଇନ କାର୍ଯ୍ୟ ସ୍ଥାନୀୟ ରାଜସ୍ବ ବିଭାଗ ଜାଣତରେ ଚାଲିଛି। ବିବାଦୀୟ ପରିସ୍ଥିତି କିମ୍ବା ଅଭିଯୋଗ ହେଲେ ଉଚ୍ଛେଦ ପାଇଁ ପ୍ରଶାସନ ତରଫରୁ ତପତ୍ରତା ପ୍ରକାଶ ପାଇଥାଏ। ନଚେତ୍‌ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନର କୌଣସି ନିଜସ୍ବ ଅଭିଯାନ ଆଜିଯାଏ ହୋଇନାହିଁ। ଫଳରେ ଜିଲାର ଦୁଇ ସହର ବ୍ୟାସନଗର ଏବଂ ଯାଜପୁର ପୌର ପରିଷଦର ଜଳନିଷ୍କାସନ ଓ ଟ୍ରାଫିକ ସମସ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ବ୍ୟାସନଗରର ଏନ୍‌ସି ହାଇସ୍କୁଲ ଜମିରେ କେତେକ ବସ୍ତି ଗଢ଼ିଉଠିଛି। ଫଳରେ ହାଇସ୍କୁଲ ପଡ଼ିଆ ସହ ସ୍କୁଲ ଗୃହ ବାଡ଼ ନିକଟ ଖୋଲା ଶୌଚାଳୟ ପାଲଟିଛି। ଏଠାରେ ଜାଗା ମିଶନରେ ଭୂମିହୀନଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାରେ ବିଫଳତା ଯୋଗୁ ସରକାରୀ ଜମି କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି।
ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ଦେବାକୁ ୨୦୧୭ରେ ଜାଗା ମିଶନ କାର୍ଯ୍ୟକାରୀ ହୋଇଥିଲା। ଏହିକ୍ରମରେ ରାଜ୍ୟରେ ପ୍ରାୟ ୭୦ ହଜାର ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ଏବଂ ପ୍ରାୟ ୧ ଲକ୍ଷ ୫ ହଜାର ପରିବାରଙ୍କୁ ଜମି ହକଦାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜମି ଅଧିକାର ପ୍ରମାଣପତ୍ର ପାଇଥିବା ୭୦ ହଜାର ପରିବାରଙ୍କ ମଧ୍ୟରୁ ୪୫ ହଜାର ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ)ରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଥିପାଇଁ ୬୭୫ କୋଟି ଟଙ୍କା ବିନିଯୋଗ ହୋଇସାରିଛି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହେଲେ ଏହି ଯୋଜନା ଯାଜପୁର ଜିଲାର ୨ ପୌର ପରିଷଦରେ ସେତେଟା ସଫଳ ହୋଇପାରିନାହିଁ। ଯାଜପୁର ସହରରେ କେବଳ ୨୧ ପରିବାର ଏହି ଯୋଜନାରେ ଉପକୃତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଗୃହ ନିର୍ମାଣ ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ଏହାସହ ରାସ୍ତା, ପାଣି, ବିଦ୍ୟୁତ ଓ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ବ୍ୟାସନଗରର ବିଭିନ୍ନ ବସ୍ତିରେ ଜାଗା ମିଶନ ଉପରେ କେବଳ ବୈଠକ କରି ଫଟୋଗୁଡିକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇ ବାହୁସ୍ଫୋଟ ମାରୁଥିବା ଦେଖିବାକୁ ମିଳିଛି। ଏଠାରେ ମୁଣ୍ଡୋମାଳ ବ୍ୟାସସରୋବର ରାସ୍ତା, ଏନ୍‌ସି ହାଇସ୍କୁଲ ପଛପଟ, କୁଷ୍ଠ କଲୋନୀ ଆଦି ଅଞ୍ଚଳକୁ ଉଦାହରଣ ଭାବେ ନିଆଯାଇପାରେ। ଜାଗା ମିଶନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଏନ୍‌ସି ହାଇସ୍କୁଲର ପ୍ରାୟ ୧୭.୪୬ ଏକର ଜମିରୁ ଅଧିକାଂଶ ଜମି କେତେଜଣବ୍ୟକ୍ତିଙ୍କ କବଜାକୁ ଚାଲି ଯାଇଛି।
ଦ୍ରୁତ ଶିଳ୍ପାୟନ ଓ ବ୍ୟବସାୟିକ ଅଭିବୃଦ୍ଧି କାରଣରୁ ଜିଲାରେ ଜମିର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଚାଲିଛି। ତା’ ସାଙ୍ଗକୁ ବହିରାଗତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଏଠାରେ ଜମି ଅକ୍ତିଆର ପାଇଁ ପ୍ରତିଯୋଗିତା ଚାଲିଛି। ସରକାରୀ ଜମି ପ୍ରତି ଲୋଲୁପ ଦୃଷ୍ଟି ରଖୁଥିବା ପ୍ରତିପତ୍ତିଶାଳୀ ଓ ରାଜନୈତିକ ବ୍ୟକ୍ତିମାନେ ଅସାଧୁ ସରକାରୀ ଅଧିକାରୀଙ୍କୁ ହାତେଇ ଜବରଦଖଲ କରୁଛନ୍ତି। କେତେକ ସ୍ଥାନରେ ବେଆଇନ ଭାବରେ ଲିଜ୍‌ରେ ମଧ୍ୟ ଜମି ହାତେଇବାରେ ଏମାନେ ସକ୍ଷମ ହେଉଛନ୍ତି। ଜଳାଶୟଗୁଡିକୁ ପୋତି ବେଆଇନ କବଜା ମଧ୍ୟ କରିଗଲେଣି। ତହସିଲ ଅଫିସ ପକ୍ଷରୁ କେବଳ ଜବରଦଖଲ ମାମଲା ରୁଜୁ କରି ଚୁପ ହୋଇ ବସି ଯାଉଛନ୍ତି। ଏହି କେସ୍‌ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡ଼ିରହୁଛି। ଫଳରେ ଜିଲାରେ ସମୁଦାୟ ୩,୭୬୩ଟି ରାଜସ୍ବ ଜନିତ ମକଦ୍ଦମା ପଡ଼ିରହିଛି। ଏଥିରେ ୬୬୫.୮୧୭ ଏକର ସରକାରୀ ଜମି ଜବରଦଖଲରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?