ରାଜସ୍ବ ହରାଉଛନ୍ତି ସରକାର

ଭୁବନେଶ୍ୱର,୧୯।୯: ସାରା ଦେଶରେ ବ୍ୟବସାୟିକ କ୍ଷେତ୍ରରେ କମର୍ସିଆଲ ଗ୍ୟାସ୍‌ ପରିବର୍ତ୍ତେ ଘରୋଇ ଗ୍ୟାସ୍‌ର ବହୁଳ ବ୍ୟବହାର ଯୋଗୁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ସେହିଭଳି ଉଭୟ ସରକାରଙ୍କ ସମ୍ପୃକ୍ତ ବିଭାଗର ଅବହେଳା ନୀତି ଯୋଗୁ ଏଭଳି ଘଟଣା ଘଟୁଥିବା ଓଡିଶା ଏଲପିଜି ବିତରକ ସଂଘ ପକ୍ଷରୁ ଅଭିଯୋଗ ସହ ନିକଟରେ ଏକ ପ୍ରତିନିଧି ଦଳ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଭେଟି ଏକ ୧୦ ଦଫା ସମ୍ମିଳିତ ଦାବି ପତ୍ର ପ୍ରଦାନ କରିଥିଲେ। ସେହିପରି ସଂଘର କହିବା ଅନୁସାରେ ସରକାର ୧୯କି.ଗ୍ରା ଏଲପିଜି ସିଲିଣ୍ଡର ଉପରେ ୧୮% ଜିଏସଟି ଏବଂ ୧୪.୨କି.ଗ୍ରା ଏଲପିଜି ସିଲିଣ୍ଡର ଉପରେ ୫% ଜିଏସଟି ଆଦାୟ କରୁଛନ୍ତି। ହେଲେ କିଛି ଅସାଧୁ ବ୍ୟବସାୟୀ ନିଜର ଲାଭ ପାଇଁ ବ୍ୟବସାୟ କ୍ଷେତ୍ରରେ ଘରୋଇ ଗ୍ୟାସର ବ୍ୟାପକ ବ୍ୟବହାର କରୁଛନ୍ତି। ଫଳରେ ସରକାରଙ୍କର କର୍ମସିଆଲ ଗ୍ୟାସ ବିକ୍ରି ବାବଦୀୟ ଟିକସ (ଜିଏସଟି) ହ୍ରାସ ପାଉଛି। ଏପରିକି ଉଭୟ ସିଲିଣ୍ଡର ଉପରେ ଜିଏସଟିର ଅସମାନତା ଅଭାବରୁ ସରକାର ରାଜସ୍ବ କ୍ଷତି ସହୁଥିବା ଦର୍ଶାଇବା ସହ ସେଥିରେ ସୁଧାର ଆଣିବା ପାଇଁ ସଂଘ ପକ୍ଷରୁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଉକ୍ତ ପ୍ରତିନିଧି ଦଳରେ ସଂଘର ସଭାପତି ବିଶ୍ୱନାଥ ମୁଖାର୍ଜୀ, ଉପସଭାପତି ବାଣୀ ନିର୍ମାଲ୍ୟ ଦାସ, ସମ୍ପାଦକ ଡ.ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସମେତ ସୂର୍ଯ୍ୟସାରଥୀ ବେହେରା,ଅଭିଜିତ ବରାଳ, ପବିତ୍ର ସାହୁ, ରଞ୍ଜନ ମହାପାତ୍ର,ନନ୍ଦ କୁମାର ମିଶ୍ର ଏବଂ ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri