Posted inଜାତୀୟ

ଶସ୍ତା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୭।୪ : ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଟୁଇଟ କରି ଦେଶବାସୀଙ୍କୁ ସ୍ବାସ୍ଥ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁଣାତ୍ମକ ତଥା ଶସ୍ତା ସୁଲଭ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।

ଏହା ସହିତ ସେ ସ୍ବାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର କଠିନ ପରିଶ୍ରମ ଯୋଗୁ ଲୋକେ ସୁରକ୍ଷିତ ରହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ଗର୍ବିତ ହେବାର ଆବଶ୍ୟକ ଯେ ଆମ ଦେଶରେ ବିଶ୍ୱର ସବୁଠୁ ବଡ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଜାରି ରହିଛି।

ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାରେ ଗରିବ ଏବଂ ମଧ୍ୟବିତ୍ତ ଲୋକ ବେଶ୍‌ ଉପକୃତ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସରକାର ଆୟୁଷ ନେଟୱାର୍କକୁ ବିସ୍ତାର କରୁଛନ୍ତି। ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ବହୁ ନୂତନ ମେଡିକାଲ କଲେଜ ସ୍ଥାପନ କରାଯାଇଛି। ସରକାର ସ୍ଥାନୀୟ ଭାଷାରେ ମେଡ଼ିକାଲ ଶିକ୍ଷା ଦେବା ପାଇଁ ଉଦ୍ୟମ କରୁଛନ୍ତି। ଏହାଦ୍ୱାରା ଦେଶର ଅଗଣିତ ଯୁବବର୍ଗଙ୍କର ଆଶା ଆକାଂକ୍ଷା ପୂରଣ ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?