ଢେଙ୍କାନାଳକୁ ସରକାର ଦେଲେ ଗଜଦଣ୍ଡ

ଢେଙ୍କାନାଳ,୧୯ା୧୦(ରତନ ନାୟାର)ଢେଙ୍କାନାଳ ଜିଲାରେ ହାତୀ-ମଣିଷ ମଧ୍ୟରେ ବିବାଦ ବଢ଼ିଚାଲିଛି। ଏପରି କି ଏହି ବିବାଦରେ ସାରା ରାଜ୍ୟରେ ଢେଙ୍କାନାଳ ଜିଲା ଆଗରେ ରହିଛି। ଏହାକୁ ନେଇ ଅନେକ ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଧୀର ଧୀରେ ଏହା ପ୍ରଶାସନ, ପୋଲିସ ଓ ବନବିଭାଗର ମୁଣ୍ଡ ବ୍ୟଥା ବଢ଼ାଉ ଥିବାରୁ ଏପରି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ହାତୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଢେଙ୍କାନାଳ ଜିଲାକୁ ପ୍ରଥମେ ଗଜଦଣ୍ଡ ଯୋଗାଇ ଦିଆଯାଇଛି। ଏହାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବ। ପରେ ଏହି ଗଜଦଣ୍ଡ ଅନ୍ୟ ଜିଲାକୁ ଯିବ।
ଢେଙ୍କାନାଳ ଜିଲାରେ ବଢ଼ୁଥିବା ହାତୀ-ମଣିଷ ବିବାଦର ସମାଧାନ ଉଦ୍ଦେଶ୍ୟରେ ବୁଧବାର ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ସରୋଜ କୁମାର ସେଠୀ କହିଥିଲେ, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାତୀ-ମଣିଷ ମଧ୍ୟରେ ଦେଖାଦେଉଥିବା ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ। ଏହାର ଅଧ୍ୟକ୍ଷ ଜିଲାପାଳ ରହିବେ। ପୋଲିସ ବିଭାଗର ସହଭାଗିତାରେ ବନବିଭାଗ ଓ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଜନସାଧାରଣ ମିଳିତ ଭାବେ ସମସ୍ତ ସମସ୍ୟାର ସମାଧାନ କରିବେ। ପ୍ରତି ମାସରେ ଏହି କମିଟିର ବୈଠକ ବସିବ। ଆସନ୍ତା ୨୦ ତାରିଖରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଏକମାସ ଧରି ବନ୍ୟପ୍ରାଣୀ-ମଣିଷ ବିବାଦର ସମାଧାନ ପାଇଁ ଜିଲାରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ହେଉଛି, ହାତୀ ଆକ୍ରମଣରେ ଯେପରି କାହାର ଜୀବନହାନି ହେବ ନାହିଁ। ତେଣୁ ଏ ଦିଗରେ ସମସ୍ତେ ଯତ୍ନବାନ ରହିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ଯୋଗଦେଇ ହାତୀର ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଥମେ ଢେଙ୍କାନାଳ ଜିଲାକୁ ପ୍ରଦାନ କରାଯାଇଥିବା ଗଜଦଣ୍ଡ ପ୍ରଦର୍ଶନ କରିଥିଲେ। ଏହି ଗଜଦଣ୍ଡ ୧୫ଦିନ ଢେଙ୍କାନାଳ ଜିଲାରେ ରହି ସଚେତନତା କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବ। ପରେ ଏହା ଅନ୍ୟ ଜିଲାକୁ ଯିବ। ଏହି ବୈଠକରେ ଉପସ୍ଥିତ ଚାଷୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ହାତୀ ଉପଦ୍ରବ ଦ୍ୱାରା ଜିଲାରେ ଫସଲହାନି ଓ ଲୋକଙ୍କ ଜୀବନହାନି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ଯୋଗଦେଇ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଲେ, ହାତୀ ପରିବେଶର ଏକ ଅଙ୍ଗ। ତେଣୁ ଜନବସତିକୁ ଆସୁଥିବା ହାତୀଙ୍କୁ ନିଜେ ନ ତଡ଼ି କିମ୍ବା ନ ଚିଡାଇ ବନବିଭାଗକୁ ଖବର ଦେବାକୁ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲାର ମୁଖ୍ୟତଃ ଓଡ଼ାପଡ଼ା, ହିନ୍ଦୋଳ ଓ ଗଁଦିଆ ବ୍ଲକ ଅଞ୍ଚଳରେ ହାତୀମାନଙ୍କ ଅଧିକ ଚଳପ୍ରଚଳ ଦେଖାଯାଉଛି। ତେଣୁ ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସାଇରନ, ସୋଲାର ଫେନ୍ସିଂ ବ୍ୟବସ୍ଥା କରାଯାଇଛି। ଫଳରେ ଲୋକମାନେ ନିଜକୁ ହାତୀ ଆକ୍ରମଣରୁ ରକ୍ଷା କରିପାରିବେ ବୋଲି ଜିଲା ବନଖଣ୍ଡ ଅଧିକାରୀ କହିଥିଲେ। ଏହି ବୈଠକରେ ଜିଲା ପ୍ରଶାସନ, ପୋଲିସ ବିଭାଗ ଓ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri