ମୁଖ୍ୟାଳୟରେ ସରକାରୀ କର୍ମଚାରୀ ରହୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୬ା୪: ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକ ମୁଖ୍ୟାଳୟରେ ରହୁନାହାନ୍ତି। ଏପରି କି ଜିଲା ମୁଖ୍ୟାଳୟରେ ମଧ୍ୟ ରହୁ ନ ଥିବା ଗୁରୁତର ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, କେତେଜଣ ସରକାରୀ ଗାଡିର ଦୁରୂପଯୋଗ ସାଙ୍ଗକୁ ହାତପୁରା ଛୁଟି ନେବା ଅଭିଯୋଗ ନେଉଛନ୍ତି। ଏହାସତ୍ତ୍ବେ ସେମାନଙ୍କ ଉପରେ କୌଣସି ଅଙ୍କୁଶ ରହୁନି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଅତୀତରେ ଏନେଇ ବହୁ ଅଭିଯୋଗ ହେଲା ପରେ ୨୦୧୯ ଜୁଲାଇରେ ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଥିଲେ। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଧିକାରୀ ଓ କର୍ମଚାରୀମାନେ ଯେପରି ସେମାନଙ୍କ ମୁଖ୍ୟାଳୟରେ ରହିବେ ସେନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ସେତେବେଳେ ସେ କହିଥିଲେ, କର୍ମଚାରୀମାନେ ମୁଖ୍ୟାଳୟରେ ରହିଲେ ଲୋକଙ୍କ ପ୍ରତି ସେମାନଙ୍କ ଆତ୍ମିୟତା ଓ ଅଙ୍ଗିକାରବଦ୍ଧତା ବଢ଼ିବ। କିନ୍ତୁ ପରବର୍ତ୍ତୀ ସମୟରେ ଯଥା ପୂର୍ବ ତଥା ପର ଅନୁଭବ ହୋଇଥିଲା। ଜିଲାପାଳଙ୍କ ଏହି ନିର୍ଦ୍ଦେଶ ପାଣିର ଗାର ହୋଇଯାଇଥିଲା। ତାଙ୍କ ପରେ ପାରୁଲ ପଟୱାରୀ ଜିଲାପାଳ ଭାବେ ଯୋଗ ଦେଇଥିଲେ ସୁଦ୍ଧା ପୂର୍ବପରି ସରକାରୀ ଅଧିକାରୀ ଓ କର୍ମଚାରୀମାନେ କଟକ, ଭୁବନେଶ୍ୱର ଆଦିରୁ ଏଠାକୁ ଯାତାୟାତ କରୁଛନ୍ତି। ନାନା ବାହାନା ନେଇ ଏହି ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ରହୁନାହାନ୍ତି । ଅନେକ ସମୟରେ ଶୁକ୍ରବାର ଅପରାହ୍ନରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଏବଂ ଛୁଟି ଦିନ ଥିଲେ ତା’ପୂର୍ବ ଦିନରୁ ମଧ୍ୟ ଆଗୁଆ କଟକ, ଭୁବନେଶ୍ୱର ଆଦି ଘରକୁ ଚାଲି ଯାଉଛନ୍ତି। କେବଳ ଏତିକି ନୁହେଁ ଏହି ଅଧିକାରୀ, କର୍ମଚାରୀ ଓ ଯନ୍ତ୍ରୀମାନେ ସରକାରୀ କାରର ଦୁରୁପଯୋଗ କରିବାକୁ ପଛାଉନାହାନ୍ତି। ସରକାର ସେମାନଙ୍କୁ ମୋଟା ଅଙ୍କର ଦରମା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ଯୋଗାଇଦେଇଛନ୍ତି । ଏହା ସତ୍ତ୍ବେ ସେମାନେ ସରକାରୀ ଅର୍ଥରେ କଟକ, ଭୁବନେଶ୍ୱର ଯାତାୟାତ କରିବା ଦୁର୍ଭାଗ୍ୟଜନକ କଥା। ସରକାରୀ କର୍ମଚାରୀଙ୍କ ଏଭଳି ମାନସିକତା ସରକାରଙ୍କ ବାସ୍ତବ ଲକ୍ଷ୍ୟ ପୂରଣରେ ଅନ୍ତରାୟ ସୃଷ୍ଟି କରୁଛି। ଆଗକୁ ଖରାଦିନ ଯୋଗୁ ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଚାଲିବ। ଏହା ମଧ୍ୟ ବିଗତ ବର୍ଷଗୁଡିକ ପରି ଏହି ଅସାଧୁ ସରକାରୀ କର୍ମଚାରୀମାନଙ୍କୁ ବେଶ ସୁହାଇବ। ଅଧିକାଂଶ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ ଯନ୍ତ୍ରୀମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ କାମ କରୁଛନ୍ତି। ସେମାନେ ବ୍ୟବହାର କରୁଥିବା କାର ମଧ୍ୟ ଶୀତତାପ ନିୟନ୍ତ୍ରିତ। ତେବେ କାର୍ଯ୍ୟାଳୟ କିମ୍ବା କ୍ଷେତ୍ର ପରିଦର୍ଶନରେ କୌଣସି ଅସୁବିଧା ନ ଥିବା ବେଳେ ନାନା ବାହାନ ନେଇ ମୁଖ୍ୟାଳୟରେ ଅନୁପସ୍ଥିତ ରହିବା ଦୁଃଖଦାୟକ ଘଟଣା ବୋଲି କୁହାଯାଉଛି। ସରକାରୀ କର୍ମଚାରୀଙ୍କ ଏହି ମାନସିକତା ପ୍ରକାରାନ୍ତରେ ଲୋକଙ୍କୁ ଅସୁବିଧାରେ ପକାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଏଭଳି କର୍ମଚାରୀମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ସେମାନଙ୍କ ମୋବାଇଲ ଟାୱାର ଲୋକେଶନ୍‌, ସିଡିଆର୍‌ (କଲ ଡିଟେଲ ରେକର୍ଡିଂ) ସଂଗ୍ରହ କରାଗଲେ କେଉଁମାନେ କେଉଁଠି କେତେ ସମୟ ରହିଛନ୍ତି ଜଣାପଡ଼ିିଯିବ। ଏଥିସହ ସେମାନେ ବ୍ୟବହାର କରୁଥିବା ସରକାରୀ ଗାଡି ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଉ। କେତେଜଣ କର୍ମଚାରୀ ଦୈନିକ ସରକାରୀ ଗାଡିରେ ପ୍ରତ୍ୟହ ଭୁବନେଶ୍ୱର, କଟକ ଆଦିରୁ ଯାତାୟାତ କରୁଛନ୍ତି। ଏହି ଗାଡି ଓ ତେଲ ଖର୍ଚ୍ଚ ମଧ୍ୟ ସରକାର ବହନ କରୁଛନ୍ତି। ଜିଲାପାଳ ଏହା ଉପରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରୀଙ୍କ ମୋବାଇଲ୍‌ ନଂ.୯୪୩୭୦୦୫୪୯୬କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri