ମୁଖ୍ୟାଳୟରେ ସରକାରୀ କର୍ମଚାରୀ ରହୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୬ା୪: ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକ ମୁଖ୍ୟାଳୟରେ ରହୁନାହାନ୍ତି। ଏପରି କି ଜିଲା ମୁଖ୍ୟାଳୟରେ ମଧ୍ୟ ରହୁ ନ ଥିବା ଗୁରୁତର ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, କେତେଜଣ ସରକାରୀ ଗାଡିର ଦୁରୂପଯୋଗ ସାଙ୍ଗକୁ ହାତପୁରା ଛୁଟି ନେବା ଅଭିଯୋଗ ନେଉଛନ୍ତି। ଏହାସତ୍ତ୍ବେ ସେମାନଙ୍କ ଉପରେ କୌଣସି ଅଙ୍କୁଶ ରହୁନି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଅତୀତରେ ଏନେଇ ବହୁ ଅଭିଯୋଗ ହେଲା ପରେ ୨୦୧୯ ଜୁଲାଇରେ ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଥିଲେ। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଧିକାରୀ ଓ କର୍ମଚାରୀମାନେ ଯେପରି ସେମାନଙ୍କ ମୁଖ୍ୟାଳୟରେ ରହିବେ ସେନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ସେତେବେଳେ ସେ କହିଥିଲେ, କର୍ମଚାରୀମାନେ ମୁଖ୍ୟାଳୟରେ ରହିଲେ ଲୋକଙ୍କ ପ୍ରତି ସେମାନଙ୍କ ଆତ୍ମିୟତା ଓ ଅଙ୍ଗିକାରବଦ୍ଧତା ବଢ଼ିବ। କିନ୍ତୁ ପରବର୍ତ୍ତୀ ସମୟରେ ଯଥା ପୂର୍ବ ତଥା ପର ଅନୁଭବ ହୋଇଥିଲା। ଜିଲାପାଳଙ୍କ ଏହି ନିର୍ଦ୍ଦେଶ ପାଣିର ଗାର ହୋଇଯାଇଥିଲା। ତାଙ୍କ ପରେ ପାରୁଲ ପଟୱାରୀ ଜିଲାପାଳ ଭାବେ ଯୋଗ ଦେଇଥିଲେ ସୁଦ୍ଧା ପୂର୍ବପରି ସରକାରୀ ଅଧିକାରୀ ଓ କର୍ମଚାରୀମାନେ କଟକ, ଭୁବନେଶ୍ୱର ଆଦିରୁ ଏଠାକୁ ଯାତାୟାତ କରୁଛନ୍ତି। ନାନା ବାହାନା ନେଇ ଏହି ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ରହୁନାହାନ୍ତି । ଅନେକ ସମୟରେ ଶୁକ୍ରବାର ଅପରାହ୍ନରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଏବଂ ଛୁଟି ଦିନ ଥିଲେ ତା’ପୂର୍ବ ଦିନରୁ ମଧ୍ୟ ଆଗୁଆ କଟକ, ଭୁବନେଶ୍ୱର ଆଦି ଘରକୁ ଚାଲି ଯାଉଛନ୍ତି। କେବଳ ଏତିକି ନୁହେଁ ଏହି ଅଧିକାରୀ, କର୍ମଚାରୀ ଓ ଯନ୍ତ୍ରୀମାନେ ସରକାରୀ କାରର ଦୁରୁପଯୋଗ କରିବାକୁ ପଛାଉନାହାନ୍ତି। ସରକାର ସେମାନଙ୍କୁ ମୋଟା ଅଙ୍କର ଦରମା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ଯୋଗାଇଦେଇଛନ୍ତି । ଏହା ସତ୍ତ୍ବେ ସେମାନେ ସରକାରୀ ଅର୍ଥରେ କଟକ, ଭୁବନେଶ୍ୱର ଯାତାୟାତ କରିବା ଦୁର୍ଭାଗ୍ୟଜନକ କଥା। ସରକାରୀ କର୍ମଚାରୀଙ୍କ ଏଭଳି ମାନସିକତା ସରକାରଙ୍କ ବାସ୍ତବ ଲକ୍ଷ୍ୟ ପୂରଣରେ ଅନ୍ତରାୟ ସୃଷ୍ଟି କରୁଛି। ଆଗକୁ ଖରାଦିନ ଯୋଗୁ ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଚାଲିବ। ଏହା ମଧ୍ୟ ବିଗତ ବର୍ଷଗୁଡିକ ପରି ଏହି ଅସାଧୁ ସରକାରୀ କର୍ମଚାରୀମାନଙ୍କୁ ବେଶ ସୁହାଇବ। ଅଧିକାଂଶ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ ଯନ୍ତ୍ରୀମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ କାମ କରୁଛନ୍ତି। ସେମାନେ ବ୍ୟବହାର କରୁଥିବା କାର ମଧ୍ୟ ଶୀତତାପ ନିୟନ୍ତ୍ରିତ। ତେବେ କାର୍ଯ୍ୟାଳୟ କିମ୍ବା କ୍ଷେତ୍ର ପରିଦର୍ଶନରେ କୌଣସି ଅସୁବିଧା ନ ଥିବା ବେଳେ ନାନା ବାହାନ ନେଇ ମୁଖ୍ୟାଳୟରେ ଅନୁପସ୍ଥିତ ରହିବା ଦୁଃଖଦାୟକ ଘଟଣା ବୋଲି କୁହାଯାଉଛି। ସରକାରୀ କର୍ମଚାରୀଙ୍କ ଏହି ମାନସିକତା ପ୍ରକାରାନ୍ତରେ ଲୋକଙ୍କୁ ଅସୁବିଧାରେ ପକାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଏଭଳି କର୍ମଚାରୀମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ସେମାନଙ୍କ ମୋବାଇଲ ଟାୱାର ଲୋକେଶନ୍‌, ସିଡିଆର୍‌ (କଲ ଡିଟେଲ ରେକର୍ଡିଂ) ସଂଗ୍ରହ କରାଗଲେ କେଉଁମାନେ କେଉଁଠି କେତେ ସମୟ ରହିଛନ୍ତି ଜଣାପଡ଼ିିଯିବ। ଏଥିସହ ସେମାନେ ବ୍ୟବହାର କରୁଥିବା ସରକାରୀ ଗାଡି ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଉ। କେତେଜଣ କର୍ମଚାରୀ ଦୈନିକ ସରକାରୀ ଗାଡିରେ ପ୍ରତ୍ୟହ ଭୁବନେଶ୍ୱର, କଟକ ଆଦିରୁ ଯାତାୟାତ କରୁଛନ୍ତି। ଏହି ଗାଡି ଓ ତେଲ ଖର୍ଚ୍ଚ ମଧ୍ୟ ସରକାର ବହନ କରୁଛନ୍ତି। ଜିଲାପାଳ ଏହା ଉପରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟଓ୍ବାରୀଙ୍କ ମୋବାଇଲ୍‌ ନଂ.୯୪୩୭୦୦୫୪୯୬କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri