Posted inଜାତୀୟ

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ଅଧୀନରେ ‘ପ୍ରତି ପରିବାର’ ଆଧାରରେ ରାସନ ବଣ୍ଟନ କରାଯାଉଥିଲା, କିନ୍ତୁ ସରକାର ଏହାକୁ ବଦଳାଇ ‘ପ୍ରତି ବ୍ୟକ୍ତି’ ଆଧାରରେ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ନୂଆ ପ୍ରସ୍ତାବ ଅନୁଯାୟୀ, ଅନ୍ତ୍ୟୋଦୟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୭ କିଲୋଗ୍ରାମ ଶସ୍ୟ ମିଳିବ, ତେବେ ଯେକୌଣସି ପରିବାର ପାଇଁ ମୋଟ ରାସନର ସର୍ୱାଧିକ ସୀମା ପ୍ରତି ମାସରେ ୩୫ କିଲୋଗ୍ରାମ ହିଁ ରହିବ। ସରକାରଙ୍କ ଦାବି ଅନୁଯାୟୀ, ଏହାଦ୍ୱାରା ରାସନ ବଣ୍ଟନରେ ଥିବା ଅସମାନତା ଦୂର ହେବ ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ଅଧିକ ନ୍ୟାୟସଙ୍ଗତ ଭାବେ ଶସ୍ୟ ପହଞ୍ଚିପାରିବ।

ଭାରତର ସାର୍ୱଜନୀନ ବିତରଣ ପ୍ରଣାଳୀ (PDS) ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟ ସୁରକ୍ଷା ଯୋଜନାଗୁଡ଼ିକ ମଧ୍ୟରୁ ଏକ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା କିମ୍ୱା ଅତ୍ୟନ୍ତ ଶସ୍ତା ଦରରେ ରାସନ ଯୋଗାଇ ଦିଆଯାଉଛି। ଏଥିରେ ଦୁଇଟି ପ୍ରମୁଖ ଶ୍ରେଣୀ ରହିଛି- ପ୍ରାଥମିକତା ପ୍ରାପ୍ତ ପରିବାର (PHH) ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)। PHH ଶ୍ରେଣୀର ଲୋକଙ୍କୁ ପ୍ରତି ବ୍ୟକ୍ତି ପିଛା ୫ କିଲୋ ଶସ୍ୟ ମିଳୁଥିବାବେଳେ, AAY ଅଧୀନରେ ଏପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ୩୫ କିଲୋ ଶସ୍ୟ ଦିଆଯାଉଛି। ଦେଶରେ ପ୍ରାୟ ୨.୫ କୋଟି ପରିବାର ଅନ୍ତ୍ୟୋଦୟ ଯୋଜନା ପରିସରଭୁକ୍ତ, ଯାହାଙ୍କୁ ସରକାର ସବୁଠାରୁ ଗରିବ ଏବଂ ସବୁଠାରୁ ଅଧିକ ଅଭାବୀ ଶ୍ରେଣୀ ବୋଲି ବିବେଚନା କରନ୍ତି।

ସରକାରଙ୍କ ଅନୁଯାୟୀ, ବର୍ତ୍ତମାନର ବ୍ୟବସ୍ଥାରେ ଏକ ବଡ଼ ବିସଙ୍ଗତି ରହିଛି। ଏବେ ଯଦି କୌଣସି ପରିବାରରେ କେବଳ ଦୁଇ ଜଣ ସଦସ୍ୟ ଅଛନ୍ତି, ତେବେ ମଧ୍ୟ ସେମାନଙ୍କୁ ୩୫ କିଲୋ ରାସନ ମିଳୁଛି। ଅର୍ଥାତ ପ୍ରତି ବ୍ୟକ୍ତି ପିଛା ପ୍ରାୟ ୧୭.୫ କିଲୋ ଶସ୍ୟ। ଅନ୍ୟପଟେ ଯଦି ଗୋଟିଏ ପରିବାରରେ ଛଅ ଜଣ ସଦସ୍ୟ ଅଛନ୍ତି, ତେବେ ସେମାନଙ୍କୁ ମଧ୍ୟ କେବଳ ୩୫ କିଲୋ ହିଁ ମିଳୁଛି, ଅର୍ଥାତ ପ୍ରତି ବ୍ୟକ୍ତି ପିଛା ପ୍ରାୟ ୫.୮ କିଲୋ ଶସ୍ୟ। ଏହାର ଅର୍ଥ ହେଉଛି ଗୋଟିଏ ଯୋଜନା ମଧ୍ୟରେ ଛୋଟ ପରିବାରଗୁଡ଼ିକୁ ଆବଶ୍ୟକତାଠାରୁ ଅଧିକ ଏବଂ ବଡ଼ ପରିବାରଗୁଡ଼ିକୁ ତୁଳନାତ୍ମକ ଭାବେ କମ ରାସନ ମିଳୁଥିଲା। ସରକାରଙ୍କ କହିବା ଅନୁଯାୟୀ, ଏହାଦ୍ୱାରା “ଇଣ୍ଟ୍ରା-କ୍ୟାଟେଗୋରୀ ଇନଇକ୍ୱିଟି” ଅର୍ଥାତ ଏକା ଶ୍ରେଣୀର ହିତାଧିକାରୀଙ୍କ ମଧ୍ୟରେ ଅସମାନତା ସୃଷ୍ଟି ହେଉଥିଲା। ନୂଆ ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଏହି ଅସମାନତାକୁ ଦୂର କରିବା।

ସରକାରଙ୍କ ସବୁଠାରୁ ବଡ଼ ଯୁକ୍ତି ହେଉଛି, ଏହାଦ୍ୱାରା ରାସନ ବଣ୍ଟନ ଅଧିକ ନ୍ୟାୟସଙ୍ଗତ ହେବ। ଯେଉଁ ପରିବାରରେ ଚାରି କିମ୍ୱା ପାଞ୍ଚ ଜଣ ସଦସ୍ୟ ଅଛନ୍ତି, ସେମାନଙ୍କୁ ଏବେ ସ୍ପଷ୍ଟ ଭାବେ ପ୍ରତି ବ୍ୟକ୍ତି ହିସାବରେ ର୍ନିଦ୍ଧାରିତ ପରିମାଣ ମିଳିବ। ଏହାଦ୍ୱାରା ରାସନ ବଣ୍ଟନକୁ ନେଇ ସୱଚ୍ଛତା ମଧ୍ୟ ବୃଦ୍ଧି ପାଇବ।

ଏହାର ଦୁଇଟି ଦିଗ ରହିଛି। ପ୍ରଥମତଃ, ଛୋଟ ପରିବାରଗୁଡ଼ିକ ପାଇଁ ଏହି ପରିବର୍ତ୍ତନ କ୍ଷତିକାରକ ସାବ୍ୟସ୍ତ ହୋଇପାରେ କାରଣ ସେମାନଙ୍କୁ ପୂର୍ୱ ଅପେକ୍ଷା କମ ରାସନ ମିଳିବ। ଉଦାହରଣ ସୱରୂପ, ତିନି ଜଣ ସଦସ୍ୟ ଥିବା ପରିବାରକୁ ପୂର୍ୱରୁ ୩୫ କିଲୋ ମିଳୁଥିଲା, କିନ୍ତୁ ଏବେ କେବଳ ୨୧ କିଲୋ ମିଳିବ। ଅନ୍ୟପଟେ, ପାଞ୍ଚ ଜଣ ସଦସ୍ୟ ଥିବା ପରିବାରର କୌଣସି କ୍ଷତି ହେବ ନାହିଁ କାରଣ ସେମାନଙ୍କୁ ପୂର୍ୱଭଳି ୩୫ କିଲୋ ମିଳିବ। ତେବେ ଛଅ, ସାତ କିମ୍ୱା ତା’ଠାରୁ ଅଧିକ ସଦସ୍ୟ ଥିବା ପରିବାରକୁ ମଧ୍ୟ ସର୍ୱାଧିକ ୩୫ କିଲୋ ହିଁ ମିଳିବ। ଏଭଳି ସ୍ଥିତିରେ ବଡ଼ ପରିବାରଗୁଡ଼ିକର ସମସ୍ୟା ସମ୍ପୂର୍ଣ୍ଣ ରୂପେ ସମାଧାନ ହେବ ନାହିଁ, କାରଣ ୬ କିମ୍ୱା ୭ ଜଣ ସଦସ୍ୟଙ୍କ ମଧ୍ୟରେ ୩୫ କିଲୋର ବଣ୍ଟନ ଏବେ ମଧ୍ୟ ପ୍ରତି ବ୍ୟକ୍ତି ୫ କିଲୋରୁ ସାମାନ୍ୟ ଅଧିକ ହିଁ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?