Posted inଜାତୀୟ

ଆଇଟି ନିୟମାବଳୀରେ ସଂଶୋଧନ ଇଣ୍ଟରସେପ୍‌ଶନ ରେକର୍ଡ ନଷ୍ଟ କରିପାରିବେ ସରକାର

ନୂଆଦିଲ୍ଲୀ,୨୭।୨କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀରେ ସଂଶୋଧନ କରିଛନ୍ତି। ଉକ୍ତ ସଂଶୋଧନ ଅନୁଯାୟୀ ସ୍ବରାଷ୍ଟ୍ର ସଚିବ କିମ୍ବା କେନ୍ଦ୍ର ସରକାରରେ ଥିବା ଅନ୍ୟ ପଦାଧିକାରୀମାନେ ଇଣ୍ଟରସେପ୍‌ସନ (ଅବରୋଧନ)ର ଡିଜିଟାଲ ରେକର୍ଡଗୁଡ଼ିକୁ ନଷ୍ଟ କରିବା ପାଇଁ କିମ୍ବା ତଥ୍ୟ ଡିକ୍ରିପ୍ଟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଷମତା କେବଳ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଭଳି ସୁରକ୍ଷା ଏଜେନ୍ସିଙ୍କ ହାତରେ ରହିଥିଲା। ନିୟମାବଳୀରେ ସଂଶୋଧନ ଫଳରେ ଡିଜିଟାଲ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବାରେ କେନ୍ଦ୍ରର କ୍ଷମତା ବଢ଼ିବ। ସୋମବାର ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତିରେ ଆଇଟି ମନ୍ତ୍ରଣାଳୟ କହିଛି, ସୂଚନା ପ୍ରଯୁକ୍ତି (ତଥ୍ୟର ଇଣ୍ଟରସେପ୍‌ସନ, ମନିଟରିଂ ଏବଂ ଡିକ୍ରିପ୍‌ଶନ ପଦ୍ଧତି ଓ ସୁରକ୍ଷା) ନିୟମାବଳୀ, ୨୦୦୯ର ଧାରା ୨୩ରେ ସଂଶୋଧନ କରାଯାଇଛି। ସେଥିରେ ଥିବା ‘ସୁରକ୍ଷା ଏଜେନ୍ସି’ ସ୍ଥାନରେ ‘ ଉପଯୁକ୍ତ କର୍ତ୍ତୃପକ୍ଷ ଏବଂ ସୁରକ୍ଷା ଏଜେନ୍ସି’ ଲେଖାଯାଇଛି।
ଆଇଟି ଆଇନର ଧାରା ୨୩ ଅନୁଯାୟୀ, ଇଣ୍ଟରସେପ୍‌ସନ କିମ୍ବା ମନିଟରିଂ ବା ତଥ୍ୟର ଡିକ୍ରିପ୍‌ଶନ ପାଇଁ ନିର୍ଦ୍ଦେଶ ଏବଂ ଇଣ୍ଟରସେପ୍ଟ କିମ୍ବା ମନିଟର ଅଥବା ଡିକ୍ରିପ୍ଟ ହୋଇଥିବା ତଥ୍ୟ ଆଦି ଇଲେକ୍ଟ୍ରୋନିକ୍‌ ରେକର୍ଡ ସମେତ ସମସ୍ତ ରେକର୍ଡକୁ ପ୍ରତି ୬ ମାସରେ ସୁରକ୍ଷା ଏଜେନ୍ସି ଦ୍ୱାରା ନଷ୍ଟ କରାଯିବ। ତେବେ ଆବଶ୍ୟକ ଥିବା କିମ୍ବା କାର୍ଯ୍ୟାତ୍ମକ ଆବଶ୍ୟକତା ପାଇଁ ଦରକାର ହେବାର ସମ୍ଭାବନା ଥିବା ତଥ୍ୟଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯିବ। ସୂଚନା ପ୍ରଯୁକ୍ତି ଅଧିନିୟମ,୨୦୦୦ର ସଂଶୋଧିତ ନିୟମାବଳୀ ଅନୁଯାୟୀ ସ୍ବରାଷ୍ଟ୍ର ସଚିବ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଗୃହ ସଚିବ ପ୍ରତି ୬ ମାସ ମଧ୍ୟରେ ଉପରୋକ୍ତ ସମସ୍ତ ରେକର୍ଡକୁ ନଷ୍ଟ କରିବା ପାଇଁ କ୍ଷମତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?