ସରକାରଙ୍କ ଭତ୍ତା ଯୋଜନା ଭେଳିକି

ନୂଆଗାଁ, ୧୮ା୬ (ଧନେଶ୍ୱର ସାହୁ )୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧଙ୍କୁ ସରକାର ଭତ୍ତା ଦେଉଥିବା କଥା କହୁଛନ୍ତି । ହେଲେ ନୂଆଗାଁ ବ୍ଲକରେ ୬୪ ବର୍ଷର ବୃଦ୍ଧାବୃଦ୍ଧ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ଭତ୍ତା ପ୍ରଦାନ କରାଯାଉ ନାହିଁ । ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ବର୍ତ୍ତମାନ ୬୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଉଛି ା ଏଥିପାଇଁ ସରକାରଙ୍କ ଏହି ଯୋଜନା ଏକ ଭେଳିକି ବୋଲି ଅଭିଯୋଗ ହେଉଛି ।
ପରିଣତ ବୟସରେ ବୃଦ୍ଧାବୃଦ୍ଧମାନଙ୍କୁ ସହାୟତା ପାଇଁ ସରକାର ଭତ୍ତା ଯୋଜନା କରିଛନ୍ତି ା ୬୦ ବର୍ଷ ବୟସର ବ୍ୟକ୍ତିମାନେ ଭତ୍ତା ପାଇଁ ଆବେଦନ କଲେ ୬୦ ବର୍ଷରୁ ୭୯ ବର୍ଷ ପର୍ଯ୍ୟନ୍ତ ୫୦୦ ଟଙ୍କା ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ୭୦୦ ଟଙ୍କା ଭତ୍ତା ଦେବାର ବ୍ୟବସ୍ଥା ରହିଛି । ଏହି ଭତ୍ତା ଟଙ୍କା ଦ୍ୱାରା ଲୋକମାନଙ୍କ ଅନେକ ଉପକାର ହେଉଛି । ପରିଣତ ବୟସରେ ସେମାନେ ଔଷଧ ଖର୍ଚ୍ଚ କରିବା ସହ ନିଜ ଇଛାରେ କିଛି କିଣି ପାରୁଛନ୍ତି । ତେବେ ସରକାର ୬୦ ବର୍ଷ ବୟସରୁ ଭତ୍ତା ଦେଉଥିବା କଥା କହୁଥିବା ବେଳେ ପ୍ରକୃତରେ ତାହା କରାଯାଉ ନ ଥିବା ଅଭିଯୋଗ ହେଉଛି। ନୂଆଗାଁ ବ୍ଲକରେ ୬୦ରୁ ୬୪ ବର୍ଷ ମଧ୍ୟରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ଦିଆଯାଉନାହିଁ। ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ୬୦ ବର୍ଷ ବୟସର ବ୍ୟକ୍ତିମାନେ ଭତ୍ତା ପାଇଁ ଆବେଦନ କରି ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡି ନିରାଶ ହେଉଛନ୍ତି। ତୁମର ସିରିଏଲ ଆସିଲେ ତମକୁ ଭତ୍ତା ଦିଆଯିବ ବୋଲି ସଂପୃକ୍ତ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ନୂଆଗାଁ ବ୍ଲକ କାପ୍ତାପଲି ପଞ୍ଚାୟତର ବଂଶୀ ଦେଇ, ବାହାଡାଝୋଲା ଘଡେଇବନ୍ଧ ଗ୍ରାମର ଅଭିମନ୍ୟୁ ବାରିକ, ନରସିଂହ ବାରିକ, ଉଚ୍ଛବ ବାରିକଙ୍କୁ ୬୩ ବର୍ଷରୁ ଅଧିକ ବର୍ଷ ହୋଇଥିଲେ ମଧ୍ୟ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବାବଦରେ ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ବର୍ଣ୍ଣସାରିକାଙ୍କୁ ପଚାରିବାରେ ଆବେଦନକାରୀଙ୍କ ସଂଖ୍ୟା ଅଧିକ ହେଉଥିବା ବେଳେ ସରକାରଙ୍କ ଟାର୍ଗେଟ ବହୁତ କମ୍‌ ରହୁଛି । ସେଥିପାଇଁ ଅଧିକ ବୟସର ଲୋକମାନଙ୍କୁ ଆମେ ପ୍ରଥମେ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri