ଶାସନ ବ୍ୟବସ୍ଥା ହାଇଜାକ୍‌ ହୋଇଛି: ଭାଜପା

ଭୁବନେଶ୍ୱର,୧୮।୬(ଅନିଲ ଦାସ): ଓଡ଼ିଶାର ବିଭିନ୍ନ ଜିଲା ଏବଂ ସଂସଦୀୟ କ୍ଷେତ୍ର ବୁଲିଲା ବେଳେ ଜନସାଧାରଣଙ୍କ ଗୋଟିଏ ପ୍ରଶ୍ନ ଆମ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଶାସନ କରୁଛନ୍ତି ନା ନିର୍ଦ୍ଦିଷ୍ଟ ସରକାରୀ ବାବୁଙ୍କ ଚଞ୍ଚକତାର ଶିକାର ହୋଇ ସାରିଛନ୍ତି। ବର୍ତ୍ତମାନ ଏହି ନିର୍ଦ୍ଦିଷ୍ଟ ସମସ୍ୟା ରାଜ୍ୟରେ ବ୍ୟାପକ ଭାବେ କାୟାବିସ୍ତାର କରିଛି । ରାଜ୍ୟ ବାହାରେ ମଧ୍ୟ ଏହା ଉପରେ ଆଲୋଚନା ଆରମ୍ଭ ହେଲାଣି । ଏହା ଓଡ଼ିଆମାନଙ୍କ ଆତ୍ମସମ୍ମାନ ଉପରେ କୁଠାରାଘାତ ବୋଲି ଭୁବନେଶ୍ୱର ଏମ୍‌ପି ତଥା ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ଶନିବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅପରାଜିତା କହିଛନ୍ତି, ଭାରତର ସମ୍ବିଧାନ ଅନୁଯାୟୀ ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ଆବଶ୍ୟକତା ଏବଂ କଲ୍ୟାଣ ପାଇଁ ନିୟମ ପ୍ରଣୟନ କରିବା ସହ ଏହାର ସଫଳ ରୂପାୟନ ପାଇଁ ପ୍ରୟାସ କରିଥାନ୍ତି । ମୋର ହ୍ବାଟ୍ସଆପ୍‌ ନମ୍ବରରେ ବହୁ ଫଟୋ ଏବଂ ଭିଡିଓ ଜନସାଧାରଣଙ୍କଠାରୁ ମିଳିଛି, ଯେଉଁଥିରେ ନିର୍ଦ୍ଦିଷ୍ଟ ଅଧିକାରୀ ରାଜ୍ୟ ସାରା ସରକାରୀ ଉଡ଼ାଜାହାଜରେ ବୁଲୁଛନ୍ତି, ପ୍ରାୟୋଜିତ ଭାବେ ପ୍ରସ୍ତୁତ ହୋଇଥିବା ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି, ଜନସଭାକୁ ସମ୍ବୋଧନ ଦେଉଛନ୍ତି, ସରକାରଙ୍କ ନୂତନ ଯୋଜନା ଘୋଷଣା କରୁଛନ୍ତି ଏବଂ ନିଜେ ଏହାର ଯଥାର୍ଥତା ଦର୍ଶାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି ଯୁକ୍ତି ବାଢ଼ୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ଅପରାଜିତା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କ’ଣ ସମ୍ପୃକ୍ତ ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଅଧିକାର ପ୍ରଦାନ କରିଛନ୍ତି କି? ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକପ୍ରତିନିଧି ବିଧାୟକ, ଏମ୍‌ପି ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ମଧ୍ୟରେ ଜଣେ ହେଲେ ଓଡ଼ିଆ ଅଧିକାରୀ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ, ଉପଦେଶ ଦେବା ପାଇଁ କିମ୍ବା ରାଜ୍ୟର ସ୍ବାର୍ଥକୁ ଆଗକୁ ନେବା ପାଇଁ କ’ଣ କୌଣସି ଓଡ଼ିଆ ଅଧିକାରୀ ଯୋଗ୍ୟ ନୁହନ୍ତି କି? ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତା ଉପରେ ଏହା ପ୍ରଶ୍ନ ଉଠାଉଛି ବୋଲି ସେ କହିଛନ୍ତି। ଖଣି ପରିଚାଳନା କ୍ଷେତ୍ରରେ ଯୋଡ଼ା ବଡ଼ବିଲର ଘରୋଇ ଖଣି ମାଲିକମାନେ ଦକ୍ଷିଣ ଭାରତୀୟ ନିର୍ଦ୍ଦିଷ୍ଟ ଖଣି ବ୍ୟବସାୟୀଙ୍କୁ ଡେଭଲପର-କମ୍‌-ଅପରେଟର ଭାବେ ବ୍ୟବହାର କରିବା ପାଇଁ ଅଘୋଷିତ ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିସ୍ଥିତିରେ ସମସ୍ତ କାମ ଦକ୍ଷିଣ ଭାରତୀୟ ବ୍ୟବସାୟୀମାନେ ପାଉଛନ୍ତି ଏବଂ ଓଡ଼ିଶା ବ୍ୟବସାୟୀମାନେ କାମ ପାଇପାରୁନାହାନ୍ତି । ରାଜ୍ୟବାସୀଙ୍କ ସାମୂହିକ ସ୍ବାର୍ଥ ଏବଂ ଭବିଷ୍ୟତ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ଅପରାଜିତା କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri