ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ତ୍ରୀଙ୍କ କାର୍‌ ଉପରକୁ ଗୁଳିମାଡ

ଇସଲାମାବାଦ,୩।୧:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନଙ୍କ କାର ଉପରେ ଅଜ୍ଞାତ ଲୋକମାନେ ଆକ୍ରମଣ କରିଛନ୍ତି। ରେହମ ଖାନ ନିଜେ ଟୁଇଟ କରି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ରେହମ ଖାନଙ୍କ ଅନୁଯାୟୀ, ସେ ଭଣଜାଙ୍କ ବିବାହରୁ ରାତିରେ ଘରକୁ ଫେରୁଥିବାବେଳେ ହଠାତ୍‌ ତାଙ୍କ କାର ଉପରକୁ ଗୁଳି ମାଡ କରିଥିଲେ। ସୌଭାଗ୍ୟବଶତଃ, ରେହମ ବର୍ତ୍ତିଯାଇ ଥିଲେ। ରେହମ ଇମ୍ରାନ ସରକାରଙ୍କ ବିରୋଧରେ ଟୁଇଟ୍‌ କରି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହା ହେଉଛି ଇମ୍ରାନ ଖାନଙ୍କ ନୂଆ ପାକିସ୍ଥାନ? ଭୟଭୀତ, ଚୋର ଏବଂ ଲୋଭୀଙ୍କୁ ସହରକୁ ସ୍ବାଗତ !!
ଅନ୍ୟ ଏକ ଟୁଇଟ୍‌ରେ ରେହମ ଖାନ ଲେଖିଛନ୍ତି, ମୁଁ ଜଣେ ସାଧାରଣ ପାକିସ୍ତାନୀ ପରି ପାକିସ୍ତାନରେ ବଞ୍ଚିବାକୁ ଏବଂ ମରିବାକୁ ଚାହୁଁଛି। ମୋ ଉପରେ ଭୟଭୀତ ଆକ୍ରମଣ ହେଉ ମୁଁ ଡରିନି। ରାସ୍ତା ମଝିରେ ଆଇନ ଶୃଙ୍ଖଳା ବିଗିଡି ଗଲାଣି। ତଥାକଥିତ ସରକାର ଏହାର ଦାୟିତ୍ୱ ଗ୍ରହଣ କରିବା ଉଚିତ୍‌। ମୁଁ ମଧ୍ୟ ମୋ ଦେଶ ପାଇଁ ବୁଲେଟ ନେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri