ଠାରରେ ଖୋଜିଛନ୍ତି ଜୀବନ ଠିକଣା

ଭୁବନ, ୨୩।୭(ଡି.ଏନ.ଏ.)  କାନକୁ ଶୁଭୁନି, ହେଲେ ଭିଡିଓ ଦେଖି ଅବିକଳ ନାଚିପାରନ୍ତି। ଜନ୍ମରୁ ପାଟି ଫିଟୁନି ତଥାପି ଥରେ ତୂଳି ଧରିଲେ କଥାକୁହେ ତାଙ୍କ ହାତ ତିଆରି ମୂର୍ତ୍ତି ଆଉ ଚିତ୍ରକଳା। ସଂଘର୍ଷ ନ କଲେ ଜିଇବା ହୋଇଯିବ ମୁସ୍କିଲ। ଏକଥାକୁ ସେ ବୁଝିପାରିଛନ୍ତି ଛୋଟବେଳୁ। ନିଜର ଶାରୀରିକ ଭିନ୍ନକ୍ଷମତାକୁ ସଫଳତାର ଶିଡି କରି ଠାରରେ ଜୀବନ ଠିକଣା ଖୋଜିଥିବା ଏଭଳି ଜଣେ ଶିଳ୍ପୀ ହେଉଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧୩ ନମ୍ବର ଓ୍ବାର୍ଡର ନିରଞ୍ଜନ ସାହୁ।
ଜନ୍ମରୁ ମୂକ ଆଉ ବଧିର ନିରଞ୍ଜନ। ପିଲାଟି ଦିନରୁ ବାପାଙ୍କୁ ହରାଇଛନ୍ତି। ମା’ ଆଉ ୪ ଭାଇଙ୍କୁ ନେଇ ପରିବାର। ବାପାଙ୍କ ହାତ ମୁଣ୍ଡ ଉପରୁ ଉଠିଯିବା ପରେ ଶୈଶବରୁ ହିଁ ସଂଘର୍ଷ ଆରମ୍ଭ କରିଥିଲେ ସେ। କଷ୍ଟ କରି ୧୦ମ ଯାଏ ପାଠ ମଧ୍ୟ ପଢ଼ିଛନ୍ତି। ହେଲେ ପେଟର ଭୋକ, ସକାଳ ହେଲେ ୫ ଜଣଙ୍କ ପାଇଁ ଆହାର ଯୋଗାଡ଼ କରିବା ଚିନ୍ତାରେ ତାଙ୍କ ଉଚ୍ଚଶିକ୍ଷିତ ସ୍ବପ୍ନ ଅଧୁରା ରହିଗଲା। ଛୋଟବେଳୁ ମୂର୍ତ୍ତି କାରିଗରୀ ପ୍ରତି ଥିବା ଆଗ୍ରହକୁ ପୁଞ୍ଜି କରି ଆଗକୁ ବଢ଼ିବାକୁ ସେ ଅଣ୍ଟା ଭିଡ଼ିଲେ। ପ୍ରଥମେ ବିନା ପାରିଶ୍ରମିକରେ ଖୁଦୁରୁକୁଣି, ଗଣେଶ, ସରସ୍ବତୀ ମୂର୍ତ୍ତି ନିର୍ମାଣ କଲେ, ଯାହା ତାଙ୍କୁ ଅଞ୍ଚଳବାସୀଙ୍କ ନିକଟରେ ବେଶ୍‌ ଲୋକପ୍ରିୟ କରିଦେଲା। ଧୀରେ ଧୀରେ ମୂର୍ତ୍ତିଗଢ଼ିବାରେ ସେ ନିପୂଣ ହୋଇଗଲେ। ଏବେ ପୂଜାପର୍ବାଣି ଆସିଲେ ପ୍ରଥମେ ଖୋଜାହୁଅନ୍ତି ନିରଞ୍ଜନ। ବିଶ୍ୱକର୍ମା, ଗଣେଶ, କାଳୀ, ଲକ୍ଷ୍ମୀ, କାର୍ତ୍ତିକେଶ୍ୱର, ସରସ୍ବତୀ ପୂଜା ସମୟରେ ତାଙ୍କୁ ତର ମିଳେନି।
ତେବେ ବ୍ୟବସାୟ ଆରମ୍ଭରେ ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। କଥା କହିପାରୁ ନ ଥିବା ଏବଂ ଶୁଣି ପାରୁ ନ ଥିବାରୁ ଲୋକମାନଙ୍କୁ ବୁଝିବା କଷ୍ଟକର ହୋଇପଡୁଥିଲା। ଗୋଟିଏ ଅନୁଷ୍ଠାନ କେଉଁ ପ୍ରକାରର ମୂର୍ତ୍ତି ଚାହୁଁଛି ତାହାକୁ ସେ ତୁରନ୍ତ ବୁଝି ପାରୁ ନ ଥିଲେ। ଏହି ସମୟରେ କଲେଜ ପଢୁଆ ସାନଭାଇ ବାପିନା ସାଜିଲେ ତାଙ୍କ ସ୍ବର। ସେ ନିରଞ୍ଜନଙ୍କୁ ଠାରରେ ସବୁକଥା ବୁଝାଇବା ସହ ମୂର୍ତ୍ତି ଗଢ଼ିବାରେ ସହାୟତା କଲେ। ଏଥିସହ ଗ୍ରାହକଙ୍କ ସହ ମୂର୍ତ୍ତି ଦର ସମ୍ପର୍କରେ ଆଲୋଚନା ମଧ୍ୟ କଲେ। ନିରଞ୍ଜନ ବାର୍ଷିକ ମୂର୍ତ୍ତି ନିର୍ମାଣ କରି ୨ଲକ୍ଷ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ସାନଭାଇ ବାପିନାଙ୍କୁ ମଣିଷ କରିବାକୁ ଭଦ୍ରକ ଆର୍ଟ କଲେଜରେ ନାମ ଲେଖାଇଛନ୍ତି। ତେବେ କରୋନା ମହାମାରୀ ଯୋଗୁ ଏବେ ନିରଞ୍ଜନ ଏବଂ ବାପିନା ଚିନ୍ତାରେ ପଡ଼ିଛନ୍ତି। ପୂଜାପର୍ବାଣି ବନ୍ଦ ସହ ମୂର୍ତ୍ତି ତିଆରି ମଧ୍ୟ ଠପ୍‌ ହୋଇଯାଇଛି। ନିରଞ୍ଜନଙ୍କୁ ମିଳୁଥିବା ୭୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା ଏବେ ଏକମାତ୍ର ସମ୍ବଳ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମୂର୍ତ୍ତିକାର ପରିବାରକୁ ସହାୟତାର ହାତ ବଢ଼ାଇବାକୁ ବାପିନା ନିବେଦନ କରିଛନ୍ତି।

ସାନଭାଇ ବାପିନାଙ୍କ ସହ ନିରଞ୍ଜନ


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri