ଚକ୍ରାନ୍ତକାରୀଙ୍କ କବ୍‌ଜାରେ ଗୋରେଖନାଥ ପୀଠ

ରଘୁନାଥପୁର,୮ା୪(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ୭ ଦିନ ହେଲା ଭୋଗ ଓ ଦୀପ ଦୋକାନ ବନ୍ଦ ରହିଛି। ଏହାର ସୁଯୋଗରେ ବାହାରେ ଥିବା ଦୋକାନୀ ଅଧିକ ମୂଲ୍ୟରେ ଭୋଗ ବିକ୍ରିକରି ମୁନାଫା ଉଠାଉଛନ୍ତି ବୋଲି ଭକ୍ତଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏଥିରେ ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ସାମିଲ ହୋଇଥିବା ଅଭିଯୋଗ ହେଉଛି। ଦୋକାନ ବନ୍ଦ ହେବା ପଛରେ ମନ୍ଦିର ସହ ଜଡିତ ଥିବା କେତେଜଣ ବ୍ୟକ୍ତିଙ୍କ ହାତ ରହିଥିବା କୁହାଯାଉଛି। ସେମାନେ ନିଜର ସ୍ବାର୍ଥକୁ ଚରିତାର୍ଥ ପାଇଁ ଦେବୋତ୍ତର ବିଭାଗ ପାଖରେ ମିଥ୍ୟା ତଥ୍ୟ ରଖି ପ୍ରଭୁଙ୍କ ଆୟରେ ଲକ୍ଷାଧିକ ଟଙ୍କା କ୍ଷତି କରି ଚାଲିଛନ୍ତି। ଦୋକାନ ବନ୍ଦ ହେବା ଦିନଠାରୁ ମନ୍ଦିର ଗେଟ ସମ୍ମୁଖରେ ଭୋଗ ଓ ଦୀପ ଆଦିକୁ ଚଢ଼ା ଦରରେ ବିକ୍ରି କରି ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧-୨୨ ବର୍ଷରେ ଭୋଗ ଓ ଦୀପ ଦୋକାନ ନିଲାମ ହୋଇ ପାରି ନ ଥିଲା। ଫଳରେ ସହମତି ଭିତ୍ତିରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ୩୦ ଲକ୍ଷ ଟଙ୍କାରେ ଭୋଗ ଓ ୧୮ ଲକ୍ଷ ଟଙ୍କାରେ ଦୀପ ଦୋକାନ ଦିଆଯାଇଥିଲା। ଏହି ମୂଲ୍ୟକୁ ଆକଳନ କଲେ ପ୍ରଭୁଙ୍କ ଆୟରେ ଦୈନିକ ୧୩,୩୬୪ ଟଙ୍କା କ୍ଷତି ଘଟୁଛି। ଏହାଛଡ଼ା କରୋନା କଟକଣା ପୂର୍ବରୁ ବିଗତ ବର୍ଷଗୁଡିକରେ ଭୋଗ ଓ ଦୀପ ଦୋକାନକୁ ମାତ୍ରାଧିକ ଟଙ୍କାରେ ନିଲାମ ନେଇ ନିଲାମଧାରୀମାନେ ସମ୍ପୂର୍ଣ୍ଣ ଅର୍ଥ ପରିଶୋଧ କରି ନ ପାରିବାରୁ ସେମାନଙ୍କ ନାମରେ କୋର୍ଟରେ ମାମଲା ଚାଲିଛି। ଏଣୁ ଇଚ୍ଛୁକ ବ୍ୟକ୍ତି ନିଲାମରେ ଅଂଶଗ୍ରହଣ ନ କରିବା ପଛରେ ଏହା ଅନ୍ୟତମ କାରଣ ବୋଲି ଆଲୋଚନା ହେଉଛି। ନିଲାମୀ ଭୋଗ ଦୋକାନରେ ଉଖୁଡାକୁ ଛାଡି ଫେଣି ଓ ଅନ୍ୟ ଭୋଗ ୧୬୦ ଟଙ୍କାରେ ବିକ୍ରୟ ପାଇଁ ନିୟମ ରହିଛି। ହେଲେ ୭ ଦିନ ହେଲା ଭୋଗ ଓ ଦୀପ ଦୋକାନ ବନ୍ଦ ରହିବା ଯୋଗୁ ପୀଠ ବାହାରେ ଥିବା ବ୍ୟବସାୟୀମାନେ ଭୋଗ ବିକ୍ରି କରି ଲାଭବାନ ହେଉଛନ୍ତି। ଏହାକୁ ନେଇ ଶ୍ରଦ୍ଧାଳୁ ଭକ୍ତ ତଥା ଅଞ୍ଚଳବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ମନ୍ଦିର ମୁଖ୍ୟ ପୂଜକ ଦିଲୀପ କୁମାର ପଣ୍ଡା କହିଛନ୍ତି, ଭୋଗ ଓ ଦୀପ ଦୋକାନ ବନ୍ଦ ନେଇ ଅଧିକାରୀଙ୍କ ନିକଟରେ ଖବର ନାହିଁ। ଏପରି ଅବ୍ୟବସ୍ଥା ଲାଗି ରହିଥିବା ଯୋଗୁ ପୀଠକୁ ଯାତ୍ରୀଙ୍କ ଆଗମନ ହ୍ରାସ ପାଇଛି। ଫଳରେ କରୋନା କଟକଣା ଯୋଗୁ ଦୀର୍ଘ ଦୁଇବର୍ଷ ଧରି ଦୁଃଖ କଷ୍ଟରେ ଜୀବନ ବିତାଇଥିବା ସେବକମାନେ ଏବେ କଟକଣା ହଟିବା ପରେ ବି ନିଜର ଜୀବିକା ନିର୍ବାହ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହାଛଡା ପୀଠ ମଧ୍ୟରେ ଭୋଗ ଓ ଦୀପ ଦୋକାନ ବନ୍ଦ ଖବର ଶୁଣି ବହୁ ଯାତ୍ରୀ ଆସୁ ନ ଥିବାରୁ ପରୋକ୍ଷରେ ସେବକମାନଙ୍କ ରୋଜଗାର ଉପରେ ଆଞ୍ଚ ଆସିଛି। ଏହାର ପ୍ରଭାବ ମଧ୍ୟ ସ୍ଥାନୀୟ ବ୍ୟବସାୟୀଙ୍କ ଉପରେ ପଡିଥିବା ଦେଖାଯାଇଛି। ଶୁଭ ଚିନ୍ତକ ଭାବେ ପୀଠରେ ଜଡିତ ହୋଇ ପ୍ରଭୁଙ୍କ ଆୟରେ ବାଧକ ସାଜି ନିଜ ପକେଟ ଗରମ କରୁଥିବା ଚକ୍ରାନ୍ତକାରୀଙ୍କୁ ତୁରନ୍ତ ବିଦା କରାଯିବା ସହ ଦେବୋତ୍ତର ବିଭାଗ ନିୟମାନୁଯାୟୀ ଭୋଗ ଓ ଦୀପ ଦୋକାନ ଖୋଲିବାକୁ ଦେବୋତ୍ତର ଆୟୁକ୍ତଙ୍କ ନିକଟରେ ଭକ୍ତ ସମାଜ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଦେବୋତ୍ତର ଅତିରିକ୍ତ ଆୟୁକ୍ତ ସୁମନ ଜେନାଙ୍କୁ ପଚାରିବାରେ ସେଠାରେ ଉପୁଜିଥିବା ପରିସ୍ଥିତି ଉପରେ ଅବଗତ ଅଛୁ ଏବଂ ସରକାରୀ ବିଧିବ୍ୟବସ୍ଥା ଅନୁସାରେ ଆଗାମୀ ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri