ଗୋପାଳଚନ୍ଦ୍ର, ଜଗନ୍ନାଥଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦୁଇବର୍ଷ ପାଇଁ ଏକାଡେମୀର ସର୍ବୋଚ୍ଚ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ସହ ‘ଏକାଡେମୀ ପୁରସ୍କାର’, ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ୨୦୨୧ ବର୍ଷ ପାଇଁ ଓଡ଼ିଶୀ ସଂଗୀତ କ୍ଷେତ୍ରରେ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ଓ ୨୦୨୨ ପାଇଁ ପାଲାରେ ବିଶେଷ ଅବଦାନ ରଖିଥିବା ଜଗନ୍ନାଥ ବେହେରାଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ମିଳିଛି। ପୁରସ୍କାର ବାବଦରେ ଉଭୟଙ୍କୁ ୫ଲକ୍ଷ ଟଙ୍କା ଲେଖାଏ ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି ଏହି ଦୁଇବର୍ଷ ପାଇଁ ନୃତ୍ୟ, ସଂଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅନ୍ୟ ୪୦ଜଣଙ୍କୁ ସମ୍ମାନିତ କରାଯାଇଛି। ୩୦ଜଣଙ୍କୁ ‘ଏକାଡେମୀ ପୁରସ୍କାର’ ବାବଦରେ ୨ଲକ୍ଷ ଟଙ୍କା ଓ ୧୦ଜଣଙ୍କୁ ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ ବାବଦରେ ୫୦ହଜାର ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ସହ ମାନପତ୍ର ଦିଆଯାଇଛି। ସୋମବାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
୨୦୨୧ ବର୍ଷ ପାଇଁ ଅଭିନୟରେ ବିନାୟକ ମିଶ୍ର ଓ ମନୋରମା ମହାନ୍ତି, ନାଟ୍ୟ ରଚନାରେ ବିଜୟ କୁମାର ଶତପଥୀ, ନିର୍ଦ୍ଦେଶନାରେ ନବୀନ କୁମାର ପରିଡ଼ା, ମଞ୍ଚକଳାରେ ଶରତ କୁମାର ମହାନ୍ତି, ଲୋକ ସଙ୍ଗୀତରେ, ବିଭୂତି ଭୂଷଣ ପଟ୍ଟନାୟକ, ଲୋକବାଦ୍ୟରେ ମୁରଲୀଧର ବେହେରା, ଲୋକନୃତ୍ୟରେ ବେଟିଖାଇ ବରିହା, ଲୋକନାଟ୍ୟରେ ଗୋପୀନାଥ ସ୍ବାଇଁ, ଯନ୍ତ୍ର ସଂଗୀତ କ୍ଷେତ୍ରରେ ଜନାର୍ଦ୍ଦନ ଦାଶ ଓ କେ. ଭୁବନେଶ୍ୱରୀ, ଓଡ଼ିଶୀ ନୃତ୍ୟରେ ବିଚିତ୍ରାନନ୍ଦ ସ୍ବାଇଁ, ଓଡ଼ିଶୀ କଣ୍ଠ ସଙ୍ଗୀତରେ ସଂଗୀତା ଗୋସାଇଁ ଓ ସୁଗମ ସଙ୍ଗୀତରେ ଦେବାଶିଷ ମହାପାତ୍ରଙ୍କୁ ‘ଏକାଡ଼େମୀ ପୁରସ୍କାର’ ମିଳିଛି। ଏଥିସହ ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ ପାଇଁ ମିତାଲି ଚିନାରାଙ୍କୁ ‘ସୁନନ୍ଦା ପଟ୍ଟନାୟକ ସମ୍ମାନ’ ପ୍ରଦାନ କରାଯାଇଛି। ସେହିଭଳି ସଙ୍ଗୀତରେ ରାମଚନ୍ଦ୍ର ବେହେରା, ଓଡ଼ିଶୀ ନୃତ୍ୟରେ ରାହୁଳ ଆଚାର୍ଯ୍ୟ, ନାଟ୍ୟ ନିର୍ଦ୍ଦେଶନା ପାଇଁ ନଳିନୀ ନିହାର ନାୟକ ଓ ଲୋକକଳାରେ ଏସ୍‌. କ୍ଷୀରୋଦ ଦୋରା ଏବଂ ଅଶ୍ୱିନୀ କୁମାର ପଟେଲଙ୍କୁ ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି।
୨୦୨୨ ବର୍ଷ ପାଇଁ ଅଭିନୟ କ୍ଷେତ୍ରରେ ଶଙ୍କର ପ୍ରସାଦ ବସୁମଲ୍ଲିକ ଓ ପ୍ରଦୀପ କୁମାର ପଣ୍ଡା, ନାଟ୍ୟ ରଚନାରେ ଅଶୋକ କୁମାର ବହିଦାର, ନିର୍ଦ୍ଦେଶନରେ ରମେଶ ଚନ୍ଦ୍ର ମହାନ୍ତି, ମଞ୍ଚକଳାରେ ଦେବେନ୍ଦ୍ର କୁମାର ଅମାତ, ଲୋକ ସଙ୍ଗୀତରେ ସୁବାସ ଚନ୍ଦ୍ର ରାମ, ଲୋକବାଦ୍ୟରେ ପ୍ରଦୀପ କୁମାର ସିଂହ, ଲୋକନୃତ୍ୟରେ ଜୟକୃଷ୍ଣ ନାୟକ, ଲୋକନାଟ୍ୟରେ ରସିକ ସାହୁ, ଯନ୍ତ୍ର ସଙ୍ଗୀତରେ ଅଜୟ କୁମାର ଚୌଧୁରୀ ଓ ଅଭିରାମ ନନ୍ଦ, ଓଡ଼ିଶୀ ନୃତ୍ୟରେ ମନୋରଞ୍ଜନ ପ୍ରଧାନ, ଓଡ଼ିଶୀ କଣ୍ଠ ସଙ୍ଗୀତରେ ସୁକାନ୍ତ କୁମାର କୁଣ୍ଡୁ ଓ ସୁଗମ ସଙ୍ଗୀତରେ ପ୍ରଶାନ୍ତ ପାଢ଼ୀଙ୍କୁ ‘ଏକାଡେମୀ ପୁରସ୍କାର’ ମିଳିଥିବାବେଳେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପାଇଁ ଅନିନ୍ଦିତା ଦାସଙ୍କୁ ‘ସୁନନ୍ଦା ପଟ୍ଟନାୟକ ସମ୍ମାନ’ ପ୍ରଦାନ କରାଯାଇଛି। ସେହିଭଳି ୨୦୨୨ ବର୍ଷ ପାଇଁ ସଙ୍ଗୀତ କ୍ଷେତ୍ରରେ ବ୍ରଜେଶ ପଦପଣ୍ଡା, ଓଡ଼ିଶୀ ନୃତ୍ୟରେ ବିଶ୍ୱଜିତ୍‌ ଦାସ, ନାଟ୍ୟାଭିନୟ ପାଇଁ ଆଦର୍ଶ କୁମାର ଦାସ ଏବଂ ଲୋକକଳାରେ ଜୟନ୍ତୀ ଦୀପ ଓ ନୀଳାଚଳ ପାନଙ୍କୁ ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ୨୦୧୪ ପାଇଁ ନାଟ୍ୟକଳା କ୍ଷେତ୍ରରେ ମନଦ୍ୱୀପା ମଲ୍ଲିକଙ୍କୁ ଏକାଡେମୀ ସମ୍ମାନ ଦିଆଯାଇଥିଲା।
ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ ଶତପଥୀ, ସମ୍ପାଦକ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ରହି ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିଥିଲେ। ବିଶ୍ୱ ଓଡିଆତ୍ୱ ଭାବନା ନେଇ ସମସ୍ତେ ଆଗକୁ ବଢିବାକୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଆହ୍ବାନ ଦେଇଥିଲେ। ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ, ଓଡ଼ିଶା କଳା, ସଂସ୍କୃତି ଭାସ୍କର୍ଯ୍ୟର ରାଜ୍ୟ। ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଭାରତରେ ଅନନ୍ୟ। କଳାକାରଙ୍କ ପ୍ରତିଭା ପ୍ରତିଯୋଗିତାର ତୁଳନୀୟ ନୁହେଁ। ସମସ୍ତେ ନିଜ ନିଜ କ୍ଷେତ୍ରରେ ଅନନ୍ୟ। ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି ସେ କହିଥିଲେ। ପ୍ରାରମ୍ଭରେ ୨୦୨୧ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇଥିବା ତ୍ରିଲୋଚନ ମହାନ୍ତ, ସୁସ୍ମିତା ଦାସ, ଡ. ବିଜୟ କୁମାର ଜେନା, ମନୋଜ କୁମାର ପଟ୍ଟନାୟକ, ଆନନ୍ଦ ବାଗ, ଗୋବିନ୍ଦ ଚନ୍ଦ୍ର ପାଲ, ଶିବ ପ୍ରସାଦ ଦାସ, ସନ୍ତୋଷ କୁମାର ରଣା ଓ ରୁପକ କୁମାର ପରିଡା ଏବଂ ପ୍ରଭାତ କୁମାର ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା ଓ ଏକାଡେମୀ ଉପସଭାପତି ମନ୍ମଥ ଶତପଥୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri