ଗୋପାଳଚନ୍ଦ୍ର, ଜଗନ୍ନାଥଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦୁଇବର୍ଷ ପାଇଁ ଏକାଡେମୀର ସର୍ବୋଚ୍ଚ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ସହ ‘ଏକାଡେମୀ ପୁରସ୍କାର’, ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ୨୦୨୧ ବର୍ଷ ପାଇଁ ଓଡ଼ିଶୀ ସଂଗୀତ କ୍ଷେତ୍ରରେ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ଓ ୨୦୨୨ ପାଇଁ ପାଲାରେ ବିଶେଷ ଅବଦାନ ରଖିଥିବା ଜଗନ୍ନାଥ ବେହେରାଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ମିଳିଛି। ପୁରସ୍କାର ବାବଦରେ ଉଭୟଙ୍କୁ ୫ଲକ୍ଷ ଟଙ୍କା ଲେଖାଏ ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି ଏହି ଦୁଇବର୍ଷ ପାଇଁ ନୃତ୍ୟ, ସଂଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅନ୍ୟ ୪୦ଜଣଙ୍କୁ ସମ୍ମାନିତ କରାଯାଇଛି। ୩୦ଜଣଙ୍କୁ ‘ଏକାଡେମୀ ପୁରସ୍କାର’ ବାବଦରେ ୨ଲକ୍ଷ ଟଙ୍କା ଓ ୧୦ଜଣଙ୍କୁ ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ ବାବଦରେ ୫୦ହଜାର ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ସହ ମାନପତ୍ର ଦିଆଯାଇଛି। ସୋମବାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
୨୦୨୧ ବର୍ଷ ପାଇଁ ଅଭିନୟରେ ବିନାୟକ ମିଶ୍ର ଓ ମନୋରମା ମହାନ୍ତି, ନାଟ୍ୟ ରଚନାରେ ବିଜୟ କୁମାର ଶତପଥୀ, ନିର୍ଦ୍ଦେଶନାରେ ନବୀନ କୁମାର ପରିଡ଼ା, ମଞ୍ଚକଳାରେ ଶରତ କୁମାର ମହାନ୍ତି, ଲୋକ ସଙ୍ଗୀତରେ, ବିଭୂତି ଭୂଷଣ ପଟ୍ଟନାୟକ, ଲୋକବାଦ୍ୟରେ ମୁରଲୀଧର ବେହେରା, ଲୋକନୃତ୍ୟରେ ବେଟିଖାଇ ବରିହା, ଲୋକନାଟ୍ୟରେ ଗୋପୀନାଥ ସ୍ବାଇଁ, ଯନ୍ତ୍ର ସଂଗୀତ କ୍ଷେତ୍ରରେ ଜନାର୍ଦ୍ଦନ ଦାଶ ଓ କେ. ଭୁବନେଶ୍ୱରୀ, ଓଡ଼ିଶୀ ନୃତ୍ୟରେ ବିଚିତ୍ରାନନ୍ଦ ସ୍ବାଇଁ, ଓଡ଼ିଶୀ କଣ୍ଠ ସଙ୍ଗୀତରେ ସଂଗୀତା ଗୋସାଇଁ ଓ ସୁଗମ ସଙ୍ଗୀତରେ ଦେବାଶିଷ ମହାପାତ୍ରଙ୍କୁ ‘ଏକାଡ଼େମୀ ପୁରସ୍କାର’ ମିଳିଛି। ଏଥିସହ ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ ପାଇଁ ମିତାଲି ଚିନାରାଙ୍କୁ ‘ସୁନନ୍ଦା ପଟ୍ଟନାୟକ ସମ୍ମାନ’ ପ୍ରଦାନ କରାଯାଇଛି। ସେହିଭଳି ସଙ୍ଗୀତରେ ରାମଚନ୍ଦ୍ର ବେହେରା, ଓଡ଼ିଶୀ ନୃତ୍ୟରେ ରାହୁଳ ଆଚାର୍ଯ୍ୟ, ନାଟ୍ୟ ନିର୍ଦ୍ଦେଶନା ପାଇଁ ନଳିନୀ ନିହାର ନାୟକ ଓ ଲୋକକଳାରେ ଏସ୍‌. କ୍ଷୀରୋଦ ଦୋରା ଏବଂ ଅଶ୍ୱିନୀ କୁମାର ପଟେଲଙ୍କୁ ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି।
୨୦୨୨ ବର୍ଷ ପାଇଁ ଅଭିନୟ କ୍ଷେତ୍ରରେ ଶଙ୍କର ପ୍ରସାଦ ବସୁମଲ୍ଲିକ ଓ ପ୍ରଦୀପ କୁମାର ପଣ୍ଡା, ନାଟ୍ୟ ରଚନାରେ ଅଶୋକ କୁମାର ବହିଦାର, ନିର୍ଦ୍ଦେଶନରେ ରମେଶ ଚନ୍ଦ୍ର ମହାନ୍ତି, ମଞ୍ଚକଳାରେ ଦେବେନ୍ଦ୍ର କୁମାର ଅମାତ, ଲୋକ ସଙ୍ଗୀତରେ ସୁବାସ ଚନ୍ଦ୍ର ରାମ, ଲୋକବାଦ୍ୟରେ ପ୍ରଦୀପ କୁମାର ସିଂହ, ଲୋକନୃତ୍ୟରେ ଜୟକୃଷ୍ଣ ନାୟକ, ଲୋକନାଟ୍ୟରେ ରସିକ ସାହୁ, ଯନ୍ତ୍ର ସଙ୍ଗୀତରେ ଅଜୟ କୁମାର ଚୌଧୁରୀ ଓ ଅଭିରାମ ନନ୍ଦ, ଓଡ଼ିଶୀ ନୃତ୍ୟରେ ମନୋରଞ୍ଜନ ପ୍ରଧାନ, ଓଡ଼ିଶୀ କଣ୍ଠ ସଙ୍ଗୀତରେ ସୁକାନ୍ତ କୁମାର କୁଣ୍ଡୁ ଓ ସୁଗମ ସଙ୍ଗୀତରେ ପ୍ରଶାନ୍ତ ପାଢ଼ୀଙ୍କୁ ‘ଏକାଡେମୀ ପୁରସ୍କାର’ ମିଳିଥିବାବେଳେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପାଇଁ ଅନିନ୍ଦିତା ଦାସଙ୍କୁ ‘ସୁନନ୍ଦା ପଟ୍ଟନାୟକ ସମ୍ମାନ’ ପ୍ରଦାନ କରାଯାଇଛି। ସେହିଭଳି ୨୦୨୨ ବର୍ଷ ପାଇଁ ସଙ୍ଗୀତ କ୍ଷେତ୍ରରେ ବ୍ରଜେଶ ପଦପଣ୍ଡା, ଓଡ଼ିଶୀ ନୃତ୍ୟରେ ବିଶ୍ୱଜିତ୍‌ ଦାସ, ନାଟ୍ୟାଭିନୟ ପାଇଁ ଆଦର୍ଶ କୁମାର ଦାସ ଏବଂ ଲୋକକଳାରେ ଜୟନ୍ତୀ ଦୀପ ଓ ନୀଳାଚଳ ପାନଙ୍କୁ ‘କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ୨୦୧୪ ପାଇଁ ନାଟ୍ୟକଳା କ୍ଷେତ୍ରରେ ମନଦ୍ୱୀପା ମଲ୍ଲିକଙ୍କୁ ଏକାଡେମୀ ସମ୍ମାନ ଦିଆଯାଇଥିଲା।
ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ ଶତପଥୀ, ସମ୍ପାଦକ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ରହି ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିଥିଲେ। ବିଶ୍ୱ ଓଡିଆତ୍ୱ ଭାବନା ନେଇ ସମସ୍ତେ ଆଗକୁ ବଢିବାକୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଆହ୍ବାନ ଦେଇଥିଲେ। ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ, ଓଡ଼ିଶା କଳା, ସଂସ୍କୃତି ଭାସ୍କର୍ଯ୍ୟର ରାଜ୍ୟ। ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଭାରତରେ ଅନନ୍ୟ। କଳାକାରଙ୍କ ପ୍ରତିଭା ପ୍ରତିଯୋଗିତାର ତୁଳନୀୟ ନୁହେଁ। ସମସ୍ତେ ନିଜ ନିଜ କ୍ଷେତ୍ରରେ ଅନନ୍ୟ। ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି ସେ କହିଥିଲେ। ପ୍ରାରମ୍ଭରେ ୨୦୨୧ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇଥିବା ତ୍ରିଲୋଚନ ମହାନ୍ତ, ସୁସ୍ମିତା ଦାସ, ଡ. ବିଜୟ କୁମାର ଜେନା, ମନୋଜ କୁମାର ପଟ୍ଟନାୟକ, ଆନନ୍ଦ ବାଗ, ଗୋବିନ୍ଦ ଚନ୍ଦ୍ର ପାଲ, ଶିବ ପ୍ରସାଦ ଦାସ, ସନ୍ତୋଷ କୁମାର ରଣା ଓ ରୁପକ କୁମାର ପରିଡା ଏବଂ ପ୍ରଭାତ କୁମାର ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା ଓ ଏକାଡେମୀ ଉପସଭାପତି ମନ୍ମଥ ଶତପଥୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri