ପାଗଳ ନୁହଁନ୍ତି ଗୋପାଳ

ଭୁବନେଶ୍ୱର,୬।୩ (ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ପାଗଳ ବୋଲି କୁହାଯାଉଥିଲା। ମାତ୍ର ଗୋପାଳ ପାଗଳ ନୁହନ୍ତି ବୋଲି ଏପରି ତଥ୍ୟ ରଖିଛନ୍ତି ଝାରସୁଗଡ଼ା ଅତିରିକ୍ତ ଜିଲା କୋର୍ଟ।  ଗୋପାଳଙ୍କୁ ୩ ସପ୍ତାହ ଧରି ନିଜ ହେପାଜତକ ନେବା ପାଇଁ କ୍ରାଇମବ୍ରାଞ୍ଚର ଏହି ଆବେଦନ ଖାରଜ କରି କୋର୍ଟ ରାୟରେ ଗୋପାଳ ପାଗଳ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ୪ ଜଣିଆ ମେଡିକାଲ ବୋର୍ଡ ଅଭିଯୁକ୍ତ ଗୋପାଳଙ୍କ ବିଭିନ୍ନ ମେଡିକାଲ ଟେଷ୍ଟ କରିଥିଲେ। ମେଡିକାଲ ବୋର୍ଡ ଟେଷ୍ଟ ରିପୋର୍ଟ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି । ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ପରିସ୍ଥିତି ଦେଖି ଗୋପାଳଙ୍କ ଆଚରଣ ଓ କଥାବାର୍ତ୍ତା ଠିକ ରହୁଛି। ସେ ଆଖିରେ ଆଖି ମିଶାଇ କଥା ହେଉଛନ୍ତି। ଆଚରଣରେ କିଛି ଅସ୍ବାଭାବିକତା ପରିଲକ୍ଷିତ ହେଉ ନାହିଁ। ତା’ଙ୍କ ସ୍ମୃତିଶକ୍ତି ଠିକ୍‌ ରହିଛିା। ବିଚାର କ୍ଷମତା ଓ ଚିନ୍ତନ ଶକ୍ତି ମଧ୍ୟ ଠିକ ଅଛି। ସେ ପୂରା ଫିଟ୍‌ ଥିବା କୋର୍ଟ କହିଛନ୍ତି।