ଗୋପାଳ ମାନସିକ ରୋଗୀ

କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଜଣେ ମାନସିକ ରୋଗୀ। ତାଙ୍କର ଦୀର୍ଘଦିନ ଧରି ମାନସିକ ଅସୁସ୍ଥତାର ଇତିହାସ ରହିଛି। ଗୋପାଳଙ୍କ ମାନସିକ ଅସୁସ୍ଥତାର ସ୍ଥିତି ପରୀକ୍ଷା ପାଇଁ ଗଠିତ ସ୍ବତନ୍ତ୍ର ମେଡିକାଲ ବୋର୍ଡର ୪ଜଣିଆ ମାନସିକ ରୋଗ ବିଶେଷଜ୍ଞ କ୍ରାଇମ୍‌ବ୍ରାଞ୍ଚକୁ ଏଭଳି ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ମାନସିକ ଅସୁସ୍ଥତା ସମ୍ପର୍କିତ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚତ୍ବା ପାଇଁ ଆହୁରି ଟିକିନିଖି ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କମିଟି ମତ ଦେଇଛନ୍ତି। ମେଡିକାଲ ବୋର୍ଡର ଏହି ରିପୋର୍ଟ ଉପରେ କ୍ରାଇମ୍‌ବ୍ରାଞ୍ଚ କର୍ନାଟକର ବେଙ୍ଗାଲୁରୁସ୍ଥିତ ନିମହାନ୍ସଠାରେ ଅଭିଯୁକ୍ତଙ୍କ ମାନସିକ ସ୍ଥିତି ସଂକ୍ରାନ୍ତୀୟ ମୂଲ୍ୟାୟନ ପାଇଁ ଅନୁମତି ଦେବାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି-୧ କୋର୍ଟରେ ଆବେଦନ କରିଥିଲା। ୪ଜଣିଆ ମେଡିକାଲ ବୋର୍ଡର ସଦସ୍ୟମାନେ ପୂର୍ବରୁ ଗୋପାଳଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ଉଚ୍ଚତର ପରୀକ୍ଷା ପାଇଁ ସୁପାରିସ୍‌ କରିଥିବା ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚର ଏହି ଆବେଦନକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି ଖାରଜ କରିଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଗୋପାଳଙ୍କ ମାନସିକ ଅସୁସ୍ଥତାର ପରୀକ୍ଷା ନିମନ୍ତେ ଅଦାଲତ ଅନୁମତି ଦେବାକୁ ଉଚ୍ଚତର ଫୋରମରେ ଆବେଦନ କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫସିରପ, ନିଶା ବଟିକା ଜବତ: ବ୍ୟବସାୟୀ ଗିରଫ

ସୋନପୁର,୧୪।୯(ନି.ପ୍ର.) : ସୁବର୍ଣ୍ଣପୁର ଜିଲାରେ ବହୁଳ ଭାବେ ଚାଲିଛି ବେଆଇନ କଫସିରପ୍‌ କାରବାର। ଯୁବକମାନେ ଏହାକୁ ନିଶା ପାଇଁ ବହୁଳ ଭାବେ ବ୍ୟବହାର କରି ପଥଭ୍ରଷ୍ଟ...

କାର୍ତ୍ତିକରେ ଧବଳେଶ୍ୱର ଖାଁ ଖାଁ

ଆଠଗଡ଼,୧।୧୧(ଡି.ଏନ୍‌.ଏ.): କରୋନା ମହାମାରୀ ପରେ ଏବର୍ଷ ଭକ୍ତଙ୍କ ଏକ ପ୍ରକାର ଆଶା ଥିଲା ଶୈବ ପୀଠ ଧବଳେଶ୍ୱରରେ ପଞ୍ଚକ ଓ କାର୍ତ୍ତିକପୂର୍ଣ୍ଣିମା ପାଳନ ଲାଗି। ମାତ୍ର...

ବିଚ୍‌ ରାସ୍ତାରେ ବିଦ୍ୟାଳୟର ମହିଳା-ପୁରୁଷ କର୍ମଚାରୀଙ୍କ ହାତାହାତି

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ବିଚ୍‌ ରାସ୍ତାରେ...

ମାହାଙ୍ଗା ଗଣହତ୍ୟା ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା,୧୯।୪(ସ୍ବ.ପ୍ର.): ମାହାଙ୍ଗା ଗଣହତ୍ୟା ମାମଲାରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ରିପୋର୍ଟରେ ବିଷକ୍ରିୟା ନେଇ...

ନାଗାବଳୀ ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ନାଗାବଳୀ ନଦୀପଠାରୁ ଜନୈକା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ ରାମପୁର ବ୍ଲକଫାଜିଖାଲ...

ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜିଲାପାଳ, ଏସ୍‌ପିଙ୍କ ପରିଦର୍ଶନ

ବାଲେଶ୍ୱର ଅଫିସ, ୩୧।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ବ୍ୟବସ୍ଥା ଓ ରୋଗୀଙ୍କ ଚିକିତ୍ସା କିପରି ଭାବେ ଚାଲିଛି ତାହାର ତଦାରଖ କରିବା ପାଇଁ ଗୁରୁବାର...

ଚିଲିକାରେ ଅଟକି ରହିଥିବା ଜାହାଜରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ: ପଡ଼ିଲା ପାଇପ, ଆଜି ବାହାରିିବ ତେଲ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୯।୮ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ରାଜହଂସ ଓ ଖିରିସାହି ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ଏକ ପଣ୍ୟବାହୀ ଜାହାଜ...

ଜମିଜମା ସମସ୍ୟା ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ବାଧକ

ଜଗତ୍‌ସିଂହପୁର ଅଫିସ, ୯ା୧୧: ଜଗତ୍‌ସିଂହପୁର ଜିଲାରେ ପିଲାମାନଙ୍କ ପାଇଁ ଉତ୍ତମ ଭିତ୍ତିଭୂମି ଅର୍ଥାତ୍‌ ସବୁଠି ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ କରିବାରେ ସରକାର ବିଫଳ ହେଉଛନ୍ତି।...

Advertisement
Archives

Model This Week