ଏମ୍‌ଜିଏନ୍‌ଆର୍‌ଇଜିଏସ୍‌: ରାଜ୍ୟରେ ଗୋପ ବ୍ଲକ ପ୍ରଥମ

ଗୋପ,୭।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାଜ୍ୟରେ ପୁରୀ ଜିଲାର ଗୋପ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥିଯୋଗୁ ଗୁରୁବାର ବିଡିିଓ ଦୀପ୍ତିରାଣୀ ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ବେଶ୍ରା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମୋନାଲିସା ଶତପଥୀ, ଅଚ୍ୟୁତପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଶୁଭସ୍ମିିତା ବିଶ୍ବାଳ ଏବଂ ବଡତରା ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଚିନ୍ମୟୀ ପଣ୍ଡାଙ୍କୁୁ ଶିଲ୍ଡ ସହ ମାନପତ୍ର ଦେଇ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡ଼ା ସମ୍ମାନିତ କରିଛନ୍ତି। କୋଭିଡ୍‌ କଟକଣା ମାନି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସୂଚନାଯୋଗ୍ୟ, କରୋନାର ପ୍ରଥମ ଲହର ସମୟରେ ବିଭିନ୍ନ ରାଜ୍ୟରେ ଥିବା ଗୋପ ବ୍ଲକର ଅନେକ ଲୋକ ନିଜ ଗାଁ ମାଟିକୁ ଫେରି ଆସିଥିଲେ। ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଏମ୍‌ଜିଏନ୍‌ଇଜିଏସ୍‌ରେ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ବିଡିଓ ଦୀପ୍ତିରାଣୀ ଦାସ, ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମୋନାଲିସା ଶତପଥୀଙ୍କ ଉଦ୍ୟମ ଯୋଗୁ ଶ୍ରମିକମାନଙ୍କ ବ୍ୟାଙ୍କ ଜମାଖାତାକୁ ଅର୍ଥ ପଠାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ଅବଗତ ହୋଇଥିଲେ। ଗୋପ ବ୍ଲକରେ ୨୦୦୮ରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଆରମ୍ଭ ହୋଇଥିଲା। ଅଦ୍ୟାବଧି ୩୧ ପଞ୍ଚାୟତରେ ପୋଖରୀ ଖୋଳା, ଶ୍ମଶାନ ରାସ୍ତା, ଗାଁ ରାସ୍ତା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ୨୫ କୋଟିରୁ ଊଦ୍ଧର୍‌ବ ଅର୍ଥ ଖର୍ଚ୍ଚ ହୋଇଛି। ଅଚ୍ୟୁତପୁର, ନାଗପୁର, ଗଣେଶ୍ୱରପୁର, ବଣିଆସାହି, ଏରବଙ୍ଗ, ବୀରତୁଙ୍ଗ ଆଦି ପଞ୍ଚାୟତରେ ଏହି ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨ଲକ୍ଷ ୯୩ହଜାର ୪୫୭ ଶ୍ରମିକଙ୍କୁ କାମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରକୁ ପୋଲିସ ଡିଜିଙ୍କ ଅଚାନକ ଗସ୍ତ: କୋଭିଡ-୧୯ ମୁକାବିଲା ଉପରେ ସମୀକ୍ଷା, ସଂଗରୋଧ କକ୍ଷ ବାହାରେ ସୁରକ୍ଷା କଡ଼ାକଡ଼ି ଉପରେ ଗୁରୁତ୍ୱାରୋପ

ବ୍ରହ୍ମପୁର ଅଫିସ,୧୦।୫- ସୁରଟ ଫେରନ୍ତାଙ୍କୁ ନେଇ ରାଜ୍ୟରେ ଗଞ୍ଜାମ ଜିଲାର ଚିତ୍ର ସମୂର୍ଣ୍ଣ ଭାବେ ବଦଳି ଯାଇଛି। ଲକ୍‌ଡାଉନ୍‌ କୋହଳ ହେବା ପରେ ଜିଲାରେ ଏବେ...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ରବିବାର ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ସହ ଛେଣ୍ଡିପଦା ବିଡିଓ...

ସୋରଡ଼ାରେ ପର୍ଯ୍ୟଟକଙ୍କ ଭିଡ଼

ସୋରଡା,୩୦।୧୧(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ସୋରଡ଼ାକୁ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ପର୍ଯ୍ୟଟକମାନେ ସୋରଡା ଦେଇ...

ମୁଣ୍ଡଳୀରେ ଖସୁଛି ଜଳସ୍ତର

କଟକ ଅଫିସ,୧୭।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲା ପାଣି ଘେରରେ ଅଛନ୍ତି। ତେବେ ମୁଣ୍ଡଳୀରେ...

ଦେବକୁଣ୍ଡ ଯାଉଥିବା ବେଳେ ଟ୍ରକ୍‌କୁ ଧକ୍କା ଦେଲା ଟୁରିଷ୍ଟ ଭ୍ୟାନ୍‌: ୩ ପର୍ଯ୍ୟଟକ ମୃତ, ୧୫ ଗୁରୁତର

ବାଲେଶ୍ୱର ଅଫିସ,୮।୧୨: ବାଲେଶ୍ୱର ଜିଲା ସେରଗଡ଼ସ୍ଥିତ ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ରବିବାର ଭୋର ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପର୍ଯ୍ୟଟକ...

୩ ବଖରା ଜଳିଗଲା, ୪ ଛେଳି ଦଗ୍ଧ

ଦିଗପହଣ୍ଡି,୧୨ା୧୧(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଗଡ ସାମନ୍ତରାପୁର ଗଁାରେ ସୋମବାର ଅପରାହ୍ନ ସାଢ଼େ ୩ ଟାରେ ଅଗ୍ନିକାଣ୍ଡ ଘଟି କ୍ରିଷ୍ଣା ପାତ୍ର ଓ ନାଇନା ଗୌଡଙ୍କ ୩...

ବଜ୍ରପାତ ନେଲା ୫ ଜୀବନ

ରାଇରଙ୍ଗପୁର/ଝାରସୁଗୁଡ଼ା ଅଫିସ,(ଡି.ଏନ୍‌.ଏ.): ରାଜ୍ୟର ମୟୂରଭଞ୍ଜ ଏବଂ ଝାରସୁଗୁଡ଼ା ଜିଲାରେ ରବିବାର ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଦୁଇଟି...

ପ୍ରେମ ସମ୍ପର୍କରୁ ଶିକ୍ଷକଙ୍କୁ ହତ୍ୟା, ପ୍ରେମିକା ଅଟକ

ବଲାଙ୍ଗୀର ଅଫିସ,୨୫।୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁଷରା ଥାନା ବୀରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କର୍ଲାଖମନ ଗାଁ ନିକଟ ରାହୁଲ ନଦୀ କୂଳରୁ ବୁଧବାର ସନ୍ଧ୍ୟାରେ ଜଣେ...

Advertisement
Archives

Model This Week