ଭାରତରେ ୭୫ ହଜାର କୋଟି ନିବେଶ କରିବ ଗୁଗଲ

ନୂଆଦିଲ୍ଲୀ,୧୪।୭: ସର୍ଚ୍ଚ ଇଞ୍ଜିନ ଗୁଗଲ ଆଗାମୀ ୫ରୁ ୭ ବର୍ଷରେ ଭାରତ ବଜାରରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୁଗଲ ଏବଂ ଆଲ୍‌ଫାବେଟ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସୁନ୍ଦର ପିଚାଇ ସୋମବାର ଆଲୋଚନା କରିବା ପରେ ଏହା ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ମୋଦି ବିଶ୍ୱ ମହାମାରୀ ପାଇଁ ଉପୁଜିଥିବା ବିଭିନ୍ନ ଚ୍ୟାଲେଞ୍ଜ ଏବଂ ନୂଆ କାର୍ଯ୍ୟ ସଂସ୍କୃତି ସମ୍ପର୍କରେ ପିଚାଇଙ୍କ ସହ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଇଓ ପିଚାଇ ଆଲୋଚନା ସାରିବା ପରେ ‘ଗୁଗଲ ଫର୍‌ ଇଣ୍ଡିଆ’ ଭର୍ଚୁଆଲ କନଫରେନ୍ସର ୬ଷ୍ଠ ସଂସ୍କରଣରେ ଅଭିଭାଷଣ ରଖିଛନ୍ତି। ଏହି ଅବସରରେ ସେ ଭାରତ ବଜାର ଲାଗି ବିସ୍ତୃତ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। କମ୍ପାନୀ ଘରୋଇ ବଜାର ଲାଗି ଏକ ଡିଜିଟାଇଜେଶନ ଫଣ୍ଡ ସ୍ଥାପନ କରିଛି। ଏହାଦ୍ୱାରା୧୦ ବିଲିୟନ ଡଲାର( ପ୍ରାୟ ୭୫ ହଜାର କୋଟି) ଟଙ୍କା ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ନିବେଶ ଯୋଜନା ରଖାଯାଇଛି ବୋଲି ପିଚାଇ ସ୍ପଷ୍ଟ କରିଛନ୍ତି। ଏହି ନିବେଶ ଇକ୍ୱିଟି, ସହଭାଗିତା, ପରିଚାଳନା, ଭିତ୍ତିଭୂମି ତଥା ଇକୋସିଷ୍ଟମ ବିକାଶ କ୍ଷେତ୍ରରେ ହେବ।
ଗୁଗଲର ଏହି ନିବେଶ ଯୋଜନା ଭାରତର କୃଷକ ଏବଂ ଯୁବବର୍ଗଙ୍କ ଜୀବନକୁ ପରିବର୍ତ୍ତନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୋଦି ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିକ୍ଷା, ଡିଜିଟାଲ ଇଣ୍ଡିଆ, ଡିଜିଟାଲ ପେମେଣ୍ଟ ଭଳି ବିଭିନ୍ନ ଦିଗରେ ଗୁଗଲ ଭାରତ ବଜାରରେ କାର୍ଯ୍ୟ କରୁଥିବାରୁ ଏହାକୁ ନେଇ ଅତ୍ୟନ୍ତ ଖୁସି। ଟୁଇଟର ଉତ୍ତରରେ ପିଚାଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ନେଇ ଅତ୍ୟନ୍ତ ଆଶାବାଦୀ। ଏ ଦିଗରେ କାର୍ଯ୍ୟପନ୍ଥା ଜାରି ରହିବ। ଗୁଗଲର ଫୋକସ ଏରିଆ ମଧ୍ୟରେ ଭାରତୀୟଙ୍କୁ ସେମାନଙ୍କ ନିଜସ୍ବ ଭାଷାରେ ସହଜରେ ସୂଚନା ଉପଲବ୍ଧ କରାଇବା, ଭାରତୀୟଙ୍କ ଆବଶ୍ୟକତା ଆଧାରରେ ନୂଆ ପ୍ରଡକ୍ଟ ଏବଂ ସେବା ଭିତ୍ତିଭୂମି ଗଠନ, ଡିଜିଟାଲ ସଂସ୍କାର ଦ୍ୱାରା ବାଣିଜି୍ୟକ ସଂସ୍ଥାଗୁଡିକୁ ସଶକ୍ତ କରାଇବା ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ କୃଷି କ୍ଷେତ୍ରରେ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ଦ୍ୱାରା ଘରୋଇ ବଜାରର ବିକାଶ ସାଧନ ଦିଗରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପିଚାଇ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri