‘ଲକ୍‌ଡାଉନ ନିୟମରେ ପରିବର୍ତ୍ତନ ହୋଇନି’ ସ୍ପଷ୍ଟ କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୧୪।୭-ବାଲେଶ୍ୱର ଜିଲାରେ ଲକ୍‌ଡାଉନ ନିୟମରେ ପରିବର୍ତ୍ତନ ହୋଇଥିବା ନେଇ ରବିବାରଠାରୁ ବିଭିନ୍ନ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଛି। ଏହାକୁ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି।
ବିଶେଷକରି ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ଗୁଜବ ପ୍ରଚାରିତ ହେଉଛି ଯେ, ନିୟମରେ ପରିବର୍ତ୍ତନ ହୋଇ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ। ଅପରାହ୍ନରେ ଆଉ ଦୋକାନ ଖୋଲିବାକୁ ଅନୁମତି ନାହିଁ। ବାଇକ ନେଲେ ଗାଡ଼ି ସିଜ୍‌ କରାଯିବ, ଚାଲି କରି କିମ୍ବା ସାଇକେଲରେ ଯିବାକୁ ପଡ଼ିବ। ସେହିପରି ଆଉ କେତେକ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଯେ, ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ପୌରପାଳିକା ଅଞ୍ଚଳକୁ ସୋମବାର ଅପରାହ୍ନ ୫ଟାରୁ ଆସନ୍ତା ଶୁକ୍ରବାର ଅପରାହ୍ନ ୫ଟା ଯାଏ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତ ଶପିଂ ମଲ୍‌, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ଏଭଳି ଗୁଜବକୁ ଜିଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି ଏବଂ ଏଥିରେ କୌଣସି ସତ୍ୟତା ନ ଥିବା କୁହାଯାଇଛି। କେବଳ ଜଳେଶ୍ୱର ପୌରାଞ୍ଚଳରେ ସୋମବାର ସନ୍ଧ୍ୟା ୫ଟାଠାରୁ ଆସନ୍ତା ୧୭ ତାରିଖ ପୂର୍ବାହ୍ନ ୫ଟା ପର୍ଯ୍ୟନ୍ତ ଶଟ୍‌ଡାଉନ ଜାରି କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ ହୋଇଥିବା ଅଞ୍ଚଳକୁ ଛାଡ଼ିଦେଲେ ଜିଲାର ଅନ୍ୟାନ୍ୟ ଅଞ୍ଚଳ ପାଇଁ ପୂର୍ବରୁ ଥିବା ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହିତ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୧୯ରେ ମୟୂରଭଞ୍ଜର ୫ ବୁଥ୍‌ରେ ହେବ ସାନି ମତଦାନ

ବାରିପଦା ଅଫିସ,୧୫।୫: ମୟୂରଭଞ୍ଜ ଜିଲାରେ ଆସନ୍ତା ୧୯ ତାରିଖରେ ହେବ ସାନି ମତଦାନ। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୪ ବୁଥ ଓ ବଙ୍ଗରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀର...

ସ୍ବାମୀଙ୍କୁ ମାଡ଼, ସ୍ତ୍ରୀଙ୍କୁ ଗଣବଳାତ୍କାର

ବାଲେଶ୍ୱର ଅଫିସ, ୨୨।୯: ବାଲେଶ୍ୱର ସହରର ସହଦେବଖୁଣ୍ଟା ମଡେଲ ଥାନା ଅଞ୍ଚଳରେ ୧୮ ତାରିଖ ବିଳମ୍ବିତ ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୬ଜଣ ବ୍ୟକ୍ତି...

ଚାନ୍ଦିପୁର ବେଳାଭୂମି ସଫେଇ: ଜିଲାପାଳଙ୍କ ନେତୃତ୍ୱରେ ସାମିଲ ହେଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୨।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ବର୍ଣ୍ଣିମ ବେଳାଭୂମିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଓ ହୋଟେଲ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏକ...

ବନବିଭାଗର ‘ଅପରେଶନ ଗଜେନ୍ଦ୍ର’: ବାହୁଡ଼ିଲେ ଝାଡ଼ଖଣ୍ଡ ହାତୀପଲ

ସଜନାଗଡ଼, ୨୮।୧୧(ଡି.ଏନ.ଏ.)-ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ୪ଦିନ ହେଲା ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସି ଉପଦ୍ରବ ଚଳାଇଥିଲେ। ଯେତେ ଧାନ ଫସଲ ଖାଇଥିଲେ ତାହାଠାରୁ ଅଧିକ...

ହଳଦୀପଦା ଷ୍ଟେଶନରେ ରେଳରୋକୋ

ରୂପ୍‌ସା,୯ା୫(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ସୋମବାର ହଳଦୀପଦା ରେଳ ଷ୍ଟେଶନରେ ସକାଳ ୬ରୁ ରେଳରୋକୋ କରାଯାଇଛି। ମୁଖ୍ୟତଃ ଏହି ଷ୍ଟେଶନରେ...

ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ: ଗଛମୂଳେ ଆଶ୍ରୟ ନେଇଛନ୍ତି ବାପା,ଝିଅ

ଢେଙ୍କିକୋଟ,୧୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଖଜୁରି ଜିଆଣି ଗାଁ ା ସେହି ଗାଁର ନାଭ ନାୟକଙ୍କ ସାନପୁଅ ବାଇଧର (୪୨) ଗତ...

୨ ଗୋରୁ ବୋଝେଇ କଣ୍ଟେନର ଅଟକ: ୮ ଗିରଫ

ରେମୁଣା,୧୨ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲ୍‌ଗେଟ୍‌ ଦେଇ ୭ ଗୋରୁବୋଝେଇ କଣ୍ଟେନର ଯାଉଥିବା ବେଳେ ଆର୍‌ଏସ୍‌ଏସ୍‌ର କେତେଜଣ ଯୁବକ ତାଙ୍କୁ ପିଛା...

ହାଇଦର ଏନ୍‌କାଉଣ୍ଟର ଘଟଣା: ରିପୋର୍ଟ ତଲବ କଲେ ମାନବ ଅଧିକାର ଆୟୋଗ

ବାଲେଶ୍ୱର ଅଫିସ,୨୬।୭: ହାଇଦର ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ ଓଡ଼ିଶା ମାନବ ଅଧିକାର ଆୟୋଗ। ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ...

Advertisement
Archives

Model This Week