ଭାରତରେ ୭୫ ହଜାର କୋଟି ନିବେଶ କରିବ ଗୁଗଲ

ନୂଆଦିଲ୍ଲୀ,୧୪।୭: ସର୍ଚ୍ଚ ଇଞ୍ଜିନ ଗୁଗଲ ଆଗାମୀ ୫ରୁ ୭ ବର୍ଷରେ ଭାରତ ବଜାରରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୁଗଲ ଏବଂ ଆଲ୍‌ଫାବେଟ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସୁନ୍ଦର ପିଚାଇ ସୋମବାର ଆଲୋଚନା କରିବା ପରେ ଏହା ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ମୋଦି ବିଶ୍ୱ ମହାମାରୀ ପାଇଁ ଉପୁଜିଥିବା ବିଭିନ୍ନ ଚ୍ୟାଲେଞ୍ଜ ଏବଂ ନୂଆ କାର୍ଯ୍ୟ ସଂସ୍କୃତି ସମ୍ପର୍କରେ ପିଚାଇଙ୍କ ସହ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଇଓ ପିଚାଇ ଆଲୋଚନା ସାରିବା ପରେ ‘ଗୁଗଲ ଫର୍‌ ଇଣ୍ଡିଆ’ ଭର୍ଚୁଆଲ କନଫରେନ୍ସର ୬ଷ୍ଠ ସଂସ୍କରଣରେ ଅଭିଭାଷଣ ରଖିଛନ୍ତି। ଏହି ଅବସରରେ ସେ ଭାରତ ବଜାର ଲାଗି ବିସ୍ତୃତ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। କମ୍ପାନୀ ଘରୋଇ ବଜାର ଲାଗି ଏକ ଡିଜିଟାଇଜେଶନ ଫଣ୍ଡ ସ୍ଥାପନ କରିଛି। ଏହାଦ୍ୱାରା୧୦ ବିଲିୟନ ଡଲାର( ପ୍ରାୟ ୭୫ ହଜାର କୋଟି) ଟଙ୍କା ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ନିବେଶ ଯୋଜନା ରଖାଯାଇଛି ବୋଲି ପିଚାଇ ସ୍ପଷ୍ଟ କରିଛନ୍ତି। ଏହି ନିବେଶ ଇକ୍ୱିଟି, ସହଭାଗିତା, ପରିଚାଳନା, ଭିତ୍ତିଭୂମି ତଥା ଇକୋସିଷ୍ଟମ ବିକାଶ କ୍ଷେତ୍ରରେ ହେବ।
ଗୁଗଲର ଏହି ନିବେଶ ଯୋଜନା ଭାରତର କୃଷକ ଏବଂ ଯୁବବର୍ଗଙ୍କ ଜୀବନକୁ ପରିବର୍ତ୍ତନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୋଦି ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିକ୍ଷା, ଡିଜିଟାଲ ଇଣ୍ଡିଆ, ଡିଜିଟାଲ ପେମେଣ୍ଟ ଭଳି ବିଭିନ୍ନ ଦିଗରେ ଗୁଗଲ ଭାରତ ବଜାରରେ କାର୍ଯ୍ୟ କରୁଥିବାରୁ ଏହାକୁ ନେଇ ଅତ୍ୟନ୍ତ ଖୁସି। ଟୁଇଟର ଉତ୍ତରରେ ପିଚାଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ନେଇ ଅତ୍ୟନ୍ତ ଆଶାବାଦୀ। ଏ ଦିଗରେ କାର୍ଯ୍ୟପନ୍ଥା ଜାରି ରହିବ। ଗୁଗଲର ଫୋକସ ଏରିଆ ମଧ୍ୟରେ ଭାରତୀୟଙ୍କୁ ସେମାନଙ୍କ ନିଜସ୍ବ ଭାଷାରେ ସହଜରେ ସୂଚନା ଉପଲବ୍ଧ କରାଇବା, ଭାରତୀୟଙ୍କ ଆବଶ୍ୟକତା ଆଧାରରେ ନୂଆ ପ୍ରଡକ୍ଟ ଏବଂ ସେବା ଭିତ୍ତିଭୂମି ଗଠନ, ଡିଜିଟାଲ ସଂସ୍କାର ଦ୍ୱାରା ବାଣିଜି୍ୟକ ସଂସ୍ଥାଗୁଡିକୁ ସଶକ୍ତ କରାଇବା ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ କୃଷି କ୍ଷେତ୍ରରେ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ଦ୍ୱାରା ଘରୋଇ ବଜାରର ବିକାଶ ସାଧନ ଦିଗରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପିଚାଇ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?