ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ଜିଜ୍ଞାସା

ବ୍ରହ୍ମପୁର ଅଫିସ୍‌,୨୮ା୧୨: ପିଲାଟି ଦିନରୁ ସବୁ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିବା ୪ ବର୍ଷର ଝିଅ ଆଜି ବ୍ରହ୍ମପୁରର ଗୁଗୁଲ୍‌ ଗର୍ଲ ଭାବେ ପରିଚୟ ପାଇଛି। ସେ ହେଉଛି ବ୍ରହ୍ମପୁର ଫାଷ୍ଟଗେଟ୍‌ ଅଞ୍ଚଳର ଜିଜ୍ଞାସା ମହାନ୍ତି। ସାଧାରଣ ଜ୍ଞାନ ଦକ୍ଷତାରେ ବେଶ୍‌ ପାରଦର୍ଶିତା ଲାଭ କରିଛି। ଜିଜ୍ଞାସା ନିଜ ଜିଲାର ନାମ, ରାଜ୍ୟର ନାମ, କବି, କ୍ରୀଡ଼ାବିତ୍‌, ରାଜନେତା ଓ ବୈଜ୍ଞାନିକଙ୍କ ନାମ ଅକ୍ଳେଶରେ କହିପାରୁଛି। ଯେଉଁଥିପାଇଁ ସେ ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ଆଖ୍ୟା ହାସଲ କରିଛି। ଜିଜ୍ଞାସା ହେଉଛି କୁକୁଡ଼ାଖଣ୍ଡି ବ୍ଲକ ଲଙ୍ଗଳଦେଇ ଗ୍ରାମର ଜିତେନ୍ଦ୍ର ମହାନ୍ତିଙ୍କ ଝିଅ। ପିଲାଟି ଦିନରୁ ସେ ବ୍ରହ୍ମପୁରରେ ମାଉସୀ ବିଷ୍ଣୁପ୍ରିୟା ଦାଶଙ୍କ ଘରେ ରହି ଆସୁଛି। ପିଲାଟି ଦିନରୁ ସବୁ କ୍ଷେତ୍ରରେ ଜାଣିବା ପାଇଁ ଇଚ୍ଛା ରଖୁଥିବା ଜିଜ୍ଞାସାର ମାଉସୀ ତାକୁ ପ୍ରଥମେ ନିଜ ଗ୍ରାମ, ବ୍ଲକ ଓ ଜିଲା ସମ୍ପର୍କରେ କହିଥିଲେ। ଯାହାକୁ ସେ କମ୍‌ ସମୟ ମଧ୍ୟରେ ମନେ ରଖି ସହଜରେ କହିପାରିଥିଲା। ଏହା ଜଣାପଡ଼ିବା ପରେ ମାଉସୀ ବିଷ୍ଣୁପ୍ରିୟା ସାଧାରଣ ଜ୍ଞାନ ସମ୍ବନ୍ଧରେ ଶିକ୍ଷା ଦେଇଥିଲେ। ସେ ସବୁକୁ ମଧ୍ୟ ମନେରଖି ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର କମ୍‌ ସମୟ ମଧ୍ୟରେ ଦେଇଥିଲା। ଜିଜ୍ଞାସାର ଏଭଳି ପ୍ରତିଭାକୁ ଅଧିକ ଲୋକପ୍ରିୟ କରିବା ପାଇଁ ବିଷ୍ଣୁପ୍ରିୟା ସୋସିଆଲ୍‌ ମିଡିଆର ସହଯୋଗ ଲୋଡ଼ିଥିଲେ। ତାର ପ୍ରତିଭା ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ସାଙ୍ଗକୁ ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ପରିଚୟ ପାଇଛି। ଭବିଷ୍ୟତରେ ପୋଲିସ୍‌ ଚାକିରିରେ ନିଯୁକ୍ତି ନେଇ ବିଷ୍ଣୁପ୍ରିୟା ଆଶା ରଖିଛନ୍ତି। ଅନ୍ୟପଟେ ଜିଜ୍ଞାସାକୁ ଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ସହାୟତାର ହାତ ବଢ଼ାଇଛନ୍ତି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଏମ୍‌ପି ଚନ୍ଦ୍ରଶେଖର ସାହୁ ତାକୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ାଇବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକୁ ନେଇ ତାଙ୍କ ପରିବାରବର୍ଗ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

୧୮ରେ ଖୋଲିବ ସ୍କୁଲ; ଖରା ବଢ଼ିଲେ ପୁନର୍ବିଚାର…

ଭୁବନେଶ୍ୱର,୧୫।୬: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ଖୋଲିବା ନ ଖୋଲିବା ଚର୍ଚ୍ଚା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ମସ୍ପଷ୍ଟ କରିଛନ୍ତି।…

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri