ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ଜଷ୍ଟିସ ଜ୍ୟୋତ୍ସ୍ନା ରେୱାଲ ଦୁଆଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ କାଶଭିଙ୍କ ପିତା ସନ୍ତୋଷ କୁମାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି କାଶଭି ଅଷ୍ଟମ ଶ୍ରେଣୀରେ ଅସ୍ଥାୟୀ ଆଡମିଶନ ନିଅନ୍ତି, ତା’ହେଲେ ତାଙ୍କର ସାମଗ୍ରିକ ଅଗ୍ରଗତି ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିୟମିତ ଭାବରେ ଯାଞ୍ଚ୍‌ କରାଯିବ। ପ୍ରତ୍ୟେକ କ୍ଷେତ୍ରରେ କାଶଭିଙ୍କ ଅଗ୍ରଗତି ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୮ରେ ହେବ।

ଆବେଦନରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ କାଶଭି ୧୨ ମାର୍ଚ୍ଚ ୨୦୧୪ରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ପାଲାମପୁରର ଇନ୍ଦ୍ରଧନୁ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁୁଛନ୍ତି । କାଶଭି ଏକ ଅସାଧାରଣ ଏବଂ ବୌଦ୍ଧିକ ଛାତ୍ରୀ ଭାବେ ଗୁଗୁଲ ଗାର୍ଲ ନାମରେ ମଧ୍ୟ ଜଣାଶୁଣା । କାଶଭିଙ୍କ ସାଧାରଣ ଜ୍ଞାନ ଏବଂ ପ୍ରତିଭା ବିଷୟର ବହୁ ଭିଡିଓ ୟୁଟ୍ୟୁବରେ ଉପଲବ୍ଧ।

କାଶଭିଙ୍କ ପିତା ତାଙ୍କ ଆଇକ୍ୱ୍ୟୁ ପରୀକ୍ଷା ୧୬ ଅକ୍ଟୋବର ୨୦୨୧ରେ ଧର୍ମଶାଲାର ଜୋନାଲ ହସ୍ପିଟାଲରେ କରିଥିଲେ। ଏଥିରେ ତାଙ୍କର ଆଇକ୍‌ୟୁ ୧୫୪ ରେ ଆକଳନ କରାଯାଇଥିଲା। ତାଙ୍କୁ ପରୀକ୍ଷା କରିଥିବା ଡାକ୍ତର କହିଛନ୍ତି ଯେ ସେ ଜଣେ ଅସାଧାରଣ, ବୌଦ୍ଧିକ କ୍ଷମତାଯୁକ୍ତ ଶ୍ରେଷ୍ଠ ପ୍ରତିଭାଶାଳୀ ଶିଶୁ। କାଶଭିଙ୍କ ଆଇକ୍ୱ୍ୟୁ ପରୀକ୍ଷା ଫଳାଫଳ ସହିତ ତାଙ୍କ ପିତା ହିମାଚଳ ପ୍ରଦେଶର ରାଜ୍ୟ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀଙ୍କ ନିକଟକୁ ଚିଠି ପଠାଇ ତାଙ୍କୁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁରୋଧ କରିଥିଲେ। ପିତା ତାଙ୍କୁ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ଦେବାକୁ ଅନୁମତି ଲୋଡିଥିଲେ। ମାତ୍ର ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri