ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ୫ କେଜି ବଦଳରେ ମିଳିବ ଏତେ କେଜି ମାଗଣା ଚାଉଳ

ଭୁବନେଶ୍ୱର,୧୨।୬: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା। ଏହି ଯୋଜନାରେ ହିତାଧିକାରୀଙ୍କୁ ଆହୁରି ମାଗଣା ଚାଉଳ ମିଳିବ । ପୂର୍ବରୁ ସେମାନଙ୍କୁ ୫ କେଜି ମାଗଣା ଚାଉଳ ମିଳୁଥିବା ବେଳେ ଏବେ ୧୦ କେଜି ମିଳିବ ।

ସେହିପରି KGରୁ PG ଦେୟମୁକ୍ତ ଶିକ୍ଷା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆର୍ଥିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ଏହି ସୁବିଧା ମିଳିବ ।

ଖାଲି ସେତିକି ନୁହେଁ ଏକାସଙ୍ଗେ ୩ ମାସର ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି , ଭତ୍ତା ପ୍ରଦାନ ସମସ୍ୟା ରାଜ୍ୟର ନୁହେଁ, କେନ୍ଦ୍ରର ।ବୈଷୟିକ ତ୍ରୁଟି ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି।୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ଲୋକଙ୍କ ତ୍ରୁଟି ସୁଧୁରିଛି।୨ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦେବା ଆରମ୍ଭ ହୋଇଯାଇଛି। ଯେଉଁମାନଙ୍କୁ ମିଳିନି ସେମାନଙ୍କୁ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗୋଟିଏ ମାସରେ ନ ହେଲେ ବି ୩ ମାସର ଭତ୍ତା ଏକାସଙ୍ଗେ ମିଳିବ।

ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି, ଠିକ ୨ ବର୍ଷ ତଳେ ଆଜିର ଦିନରେ ଆମ ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ଏହା ପରଠୁ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର, ଜନତାଙ୍କ ସହ ମିଶିଛୁ।ଓଡ଼ିଶାବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢ଼ିଛୁ। ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡ଼ିଛି। ୨ ବର୍ଷରେ ୧୨୧ଟି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହା ସମୃଦ୍ଧ ଓଡ଼ିଶା ଗଠନରେ ପ୍ରଭାବ ପକାଇଛି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇ ପାରି ନଥିଲା ୨୪ ବର୍ଷିଆ ସରକାର।ବିଦ୍ୟୁତ, ପାନୀୟ ଜଳ, ଗାଁକୁ ରାସ୍ତାଟିଏ ଦେଇ ପାରିନ ଥିଲେ ପୂର୍ବ ସରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Odisha’s No.1 Odia Daily

Share