ବ୍ୟବହାର ଦିଏ ପରିଚୟ

ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟକଳାପ ହିଁ ମଣିଷର ପରିଚୟ। କାରଣ ଏହାହିଁ ଅନ୍ୟମାନଙ୍କର ହୃଦୟ ଜିଣି ସଭିଙ୍କ ପ୍ରିୟପାତ୍ର କରାଇବାରେ ସାହାଯ୍ୟ କରିଥାଏ। ହେଲେ ବେଳେ ବେଳେ ବହୁ ଭଲ ଗୁଣ ଥିଲେ ସୁଦ୍ଧା ଅନେକଙ୍କୁ ପ୍ରିୟଭାଜନ ହେବାରୁ ବଞ୍ଚତ୍ତ କରିଥାଏ। ତେଣୁ ଯଥା ସମୟରେ ନିଜ ବଦଗୁଣ ସୁଧାରିନେବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ…

ଅଧିକାଂଶ ମହିଳା ଏକାଠି ହେବାମାତ୍ରେ ଗପସପରେ ମସ୍‌ଗୁଲ ହୋଇଯାଆନ୍ତି। ଘର ପରିବାରଠୁ ଆରମ୍ଭକରି ରୋଷେଇବାସ, ଲୁଗାପଟା ଏବଂ ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ସେମାନଙ୍କ ମଧ୍ୟରେ ଚାଲେ ଆଲୋଚନା। ଏମିତିରେ ଅଜାଣତରେ କରୁଥିବା କେଉଁ ଭୁଲ୍‌ ଆପଣଙ୍କ ବ୍ୟକ୍ତିତ୍ବ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ନିଜେ ବୁଝିବା ସହ ଯଥାଶୀଘ୍ର ଏହାକୁ ସୁଧାରିବା ଆବଶ୍ୟକ…
ଜରୁରୀ ବାକ୍‌ ସଂଯମ: ଅନେକ ମହିଳା ଅଛନ୍ତି ଯେଉଁମାନେ ସାଧାରଣ କଥାରେ ବି ହଠାତ୍‌ ରାଗିଯାଇ ଯୁକ୍ତିକରିବା, ବାକ୍‌ସଂଯମ ହରାଇ ଅନ୍ୟକୁ ମାସିକ ସ୍ତରରେ ଆଘାତ ପହଞ୍ଚାଇବାକୁ ବି ପଛାନ୍ତି ନାହିଁ। ଏପରି କରିବା ଦ୍ବାରା ଯେ ସେମାନେ ନିଜ ପ୍ରତି ଅନ୍ୟମାନଙ୍କ ଦୃଷ୍ଟିରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛନ୍ତି ଏବଂ ସମସ୍ତେ କଳିହୁଡ଼ି ବୋଲି ଘୃଣା ଦୃଷ୍ଟିରେ ଦେଖୁଛନ୍ତି ସେ ଦିଗରେ ଅବଗତ ନ ଥାନ୍ତି। ତେଣୁ କ୍ରୋଧ ଭାବନା, ଅଯଥା ତର୍କକରିବା ଏବଂ ଆକ୍ରୋଶମୂଳକ ଆଚରଣଠାରୁ ଦୂରେଇ ରହି ମିଷ୍ଟଭାଷୀ ହୁଅନ୍ତୁ।
କୁହନ୍ତୁ ନାହିଁ ଉପରେ ପଡ଼ି: ଉପରେ ପଡ଼ି ଅନ୍ୟ କଥାରେ ମୁଣ୍ଡ ଖେଳାଇବାର ବଦଭ୍ୟାସ କେତେକଙ୍କ ଠାରେ ରହିଛି। ଅନ୍ୟ କେହି ନିଜ ବ୍ୟକ୍ତଗତ ଜୀବନରେ ମୁଣ୍ଡଖେଳାଇବା ସମସ୍ତଙ୍କୁ ପସନ୍ଦ ନୁହେଁ। ଏପରି କରିବା ଦ୍ୱାରା ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେଣୁ କେହି ଆପଣଙ୍କୁ ପରାମର୍ଶ ନ ମାଗିବା ପର୍ଯ୍ୟନ୍ତ ଉପରେ ପଡ଼ି କାହାର ବ୍ୟକ୍ତିଗତ ଜୀବନରେ ଅଯଥାରେ ହସ୍ତକ୍ଷେପ ଆଦୌ କରନ୍ତୁ ନାହିଁ।
ଅନ୍ୟର ଚର୍ଚ୍ଚା : ଅନ୍ୟର ଦୋଷତ୍ରୁଟି ଖୋଜିବୁଲିବା, ପଛରେ ତାଚ୍ଛଲ୍ୟ କରିବା ଏବଂ କିଏ କ’ଣ କରୁଛି ସେ ସମ୍ପର୍କରେ ଆଲୋଚନା କରିବା ଦ୍ୱାରା ନିଜ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିଥାଏ, ଏକଥା ଅନେକେ ଭୁଲିଯାଆନ୍ତି। ତେଣୁ ଏଭଳି ଅଭ୍ୟାସଠାରୁ ନିଜକୁ ନିବୃତ୍ତ ରଖିବା ଆବଶ୍ୟକ। କାରଣ ଏପରି ନ କଲେ ଆପଣଙ୍କ ପ୍ରତି ଅନ୍ୟମାନଙ୍କ ମନରେ ଏକ ଭଲ ଭାବନା ସୃଷ୍ଟି ହୋଇପାରିବ।
ଆତ୍ମପ୍ରଶଂସା: ମଣିଷର ବ୍ୟକ୍ତିତ୍ୱ ଭଲ ହୋଇଥିଲେ ଆପେ ଆପେ ସମସ୍ତଙ୍କ ମୁଖରୁ ପ୍ରଶଂସା ବାହାରେ। ହେଲେ ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ନିଜର ପ୍ରଶଂସା ନିଜ ମୁହଁରେ ଗାଇବୁଲନ୍ତି। ଏମିତିକି ଆତ୍ମପ୍ରଶଂସାରେ ବିଭୋର ହୋଇ ସେମାନେ ଅନ୍ୟକୁ କିଛି କହିବାର ସୁଯୋଗ ମଧ୍ୟ ଦିଅନ୍ତି ନାହିଁ। ହେଲେ ବାରମ୍ବାର ଆତ୍ମପ୍ରଶଂସା କରିବାଦ୍ୱାରା ପରିହାସର ପାତ୍ରୀ ହେବାକୁ ପଡ଼ିପାରେ ଏକଥା ଅନେକେ ଭୁଲିଯାଆନ୍ତି। କେବଳ ଏତିକି ନୁହେଁ, ଏହାଦ୍ୱାରା ଶିଷ୍ଟାଚାର ଦୃଷ୍ଟିରୁ ଆପଣଙ୍କ କଥା ଶୁଣୁଥିବା ଲୋକମାନେ ମଧ୍ୟ ଧୀରେ ଧୀରେ ଦୂରେଇବା କିମ୍ବା ଅଣଦେଖା କରିବା ଆରମ୍ଭ କରିଦେବେ।
ଠିକ୍‌ ନୁହେଁ ପର ନିନ୍ଦା: କାହାର ଭଲ କାର୍ଯ୍ୟରେ ପ୍ରଶଂସା କରିବା ବଦଳରେ ଏଣୁତେଣୁ କହିବା କିମ୍ବା ସହି ନ ପାରି ନିନ୍ଦା କରିବା, ନିଜର କୌଣସି ଦୋଷତ୍ରୁଟିକୁ ଅନ୍ୟ ମୁଣ୍ଡରେ ଲଦିଦେବା ଭଳି ମାନସିକତା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ଆଞ୍ଚ ଆଣିପାରେ। ତେଣୁ ଅନ୍ୟର ପ୍ରଶଂସା କରିବା ଶିଖନ୍ତୁ।
ହେଲେ ମନେରଖନ୍ତୁ, କାମ ହାସଲ କରିବା ଉଦ୍ଦେଶ୍ୟରେ ମଧ୍ୟ କାହାକୁ ଅଯଥା ପ୍ରଶଂସା କରିବା ବି ଠିକ୍‌ ନୁହେଁ।

କ’ଣ କୁହନ୍ତି ଏମାନେ…
ଅନୁପମା ମିଶ୍ର (ଗୃହିଣୀ, କୋରୁଆ ଶାସନ, ଭଦ୍ରକ)
କେତେଜଣଙ୍କୁ ଉପରେ ପଡ଼ି କଥା ହେବା କିମ୍ବା କାହାର ଝଗଡ଼ାରେ ମୁଣ୍ଡ ପୂରାଇବାକୁ ଭଲ ଲାଗେ। ସେସବୁ କରିବା ଆଦୌ ଠିକ୍‌ ନୁହେଁ। ସେମିତି କିଛି ପରିସ୍ଥିତି ଆସିଲେ ମୁଁ ଚୁପ୍‌ ରହିବାକୁ ଠିକ୍‌ ମଣିଥାଏ। ଏହାଦ୍ୱାରା ନିଜ ବ୍ୟବହାର ଓ ଚରିତ୍ର ଠିକ୍‌ ରହିଥାଏ ଏବଂ ଅନ୍ୟ କାହାକୁ ମୋ ବ୍ୟକ୍ତିତ୍ୱ ଉପରେ ଆଙ୍ଗୁଳି ଉଠାଇବାକୁ ସାହସ ହୋଇ ନ ଥାଏ। ନିଜ କାମରେ ନିଜେ ବ୍ୟସ୍ତ ରହେ। ପରିବାର, ସାହି ପଡ଼ିଶା ସମସ୍ତଙ୍କ ସହ ମନ ଖୋଲି ମିଶେ। କିନ୍ତୁ କୌଣସି ଝଗଡ଼ାରେ ଭାଗ ନିଏନି କି କାହା ନାଁ ରେ ଚୁଗୁଲି କରିବାକୁ ଠିକ୍‌ ଭାବେନି।

କଲ୍ୟାଣୀ ପଣ୍ଡା( ଅଧ୍ୟାପିକା, ଶ୍ରୀହରି ବିହାର, ଜଟଣୀ, ଖୋର୍ଦ୍ଧା)- ଆତ୍ମସମ୍ମାନ ରକ୍ଷା କରିବା ପ୍ରତ୍ୟେକ ମଣିଷର ଏକ ଗୁରୁଦାୟିତ୍ୱ। କାରଣ ଏହାହିଁ ସମାଜରେ ଏକ ପରିଚୟ ଦିଏ। ଦେଖିଛି, ଅନେକ ମହିଳା ସାମାନ୍ୟ ପ୍ରଶଂସା ପାଇଲେ ଆତ୍ମବିଭୋର ହୋଇ ଅନେକ କଥା ଗପି ଦିଅନ୍ତି, ଯାହାକି ଅପରପକ୍ଷେ ସେମାନଙ୍କ ସମ୍ମାନ ହାନି କରାଇଥାଏ। ମୁଁ ଆଦୌ ସେଭଳି ନ କରିବା ପ୍ରତି ଯତ୍ନଶୀଳ ରୁହେ। କଥା ହେବା ବେଳେ ବାକ୍‌ ସଂଯମ ରକ୍ଷାକରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?