ଉତ୍ତମ ସ୍ବାସ୍ଥ୍ୟ ଓ ମସଲା

ବିଭିନ୍ନ ଦେଶରେ ଦୈନନ୍ଦିନ ଖାଦ୍ୟ ନିମନ୍ତେ ବ୍ୟବହୃତ ଚାଉଳ, ଅଟା, ମଇଦା, ଡାଲି,ବିଭିନ୍ନ ପନିପରିବା କେତେ ସ୍ବାସ୍ଥ୍ୟୋପଯୋଗୀ ତାହା କହିବା ଅନାବଶ୍ୟକ। କିନ୍ତୁ ଖାଦ୍ୟ ପ୍ରସ୍ତୁତ ଲାଗି ବ୍ୟବହାର କରାଯାଉଥିବା ମସଲା ମଧ୍ୟ ସୁସ୍ଥ ତଥା ନୀରୋଗ ଶରୀର ପାଇଁ ଦରକାର। ଜିରା, ଧନିଆ, ମେଥି, ପାନମହୁରି, ସୋରିଷ, ଜୁଆଣି, ଅଦା, ରସୁଣ, ଅଳେଇଚ, ତେଜପତ୍ର, ହଳଦୀ, କସ୍ତୁରୀ ମେଥି, ଡାଳଚିନି, ଅନାସି ଫୁଲ, ଗୋଲମରିଚ,ଶୁଣ୍ଠି ପିପ୍ପଳୀ, ପୋସ୍ତ, ଲଙ୍କା ଆଦି ମସଲା ପ୍ରସ୍ତୁତି ପାଇଁ କିମ୍ବା ବେଳେ ବେଳେ ଉକ୍ତ ଦ୍ରବ୍ୟଗୁଡିକ ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଇଥାଏ। କାରଣ ସେଗୁଡିକ ଖାଦ୍ୟର ଗୁଣବତ୍ତା ବଢ଼ାଇବା ସହ ତାହାକୁ ସୁସ୍ବାଦୁ, ଉତ୍ତମ ବାସ୍ନାଯୁକ୍ତ କରିଥାଏ। ଉକ୍ତ ମସଲା ଦ୍ରବ୍ୟଗୁଡିକରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ତା’ସହ ଏହା ମଧ୍ୟ ଦୀର୍ଘାୟୁ ସ୍ବାସ୍ଥ୍ୟ ପାଇଁ ସହାୟକ ହୋଇଥାଏ। ଏଗୁଡିକ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଖାଦ୍ୟ ନିମନ୍ତେ ବ୍ୟବହୃତ ମସଲା ସାମଗ୍ରୀ ପାଇଁ ଉପଯୋଗ ହେଉଥିବା ପ୍ରତ୍ୟେକ ଦ୍ରବ୍ୟରେ ଭିନ୍ନ ଭିନ୍ନ ଭିଟାମିନ ଏବଂ ଔଷଧୀୟ ଗୁଣ ଭରି ରହିଛି। ଏହା ନୀରୋଗ ତଥା ଦୀର୍ଘଦିନ ବଞ୍ଚିରହିବାରେ ସାହାଯ୍ୟ କରିଥାଏ। ଉକ୍ତ ମସଲା ଦ୍ରବ୍ୟ ଗୁଡିକରେ କ୍ୟାଲସିୟମ, ମ୍ୟାଗ୍ନେସିୟମ,ଆଇରନ ରହିଥାଏ ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ। ଏହା ସହ ଏପରି କିଛି ମସଲା ଦ୍ରବ୍ୟ ରହିଛି ଯାହାକି ଆମ ଶରୀରକୁ ଫିଟ୍‌ ରଖିବା ସହ ଶାରୀରିକ ଗଠନ ତଥା ବୟସ ଅନୁଯାୟୀ ଓଜନକୁ ସନ୍ତୁଳିତ ରଖିଥାଏ। ଏସବୁ ବିଷୟରେ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି।
ଜିରା: ଦୈନନ୍ଦିନ ପ୍ରସ୍ତୁତ କରାଯାଉଥିବା ତରକାରିରେ ବ୍ୟବହୃତ ହେଉଥିବା ମସଲା ଦ୍ରବ୍ୟ ମଧ୍ୟରେ ଜିରା ଏକ ପ୍ରମୁଖ ବ୍ୟବହାର ଉପଯୋଗୀ ତଥା ଔଷଧୀୟ ଗୁଣସମ୍ପନ୍ନ ଦ୍ରବ୍ୟ। ଏହା ଜିରାରାଇସ, ଡାଲି, ସନ୍ତୁଳା ଆଦିରେ ଫୁଟଣ ରୂପେ ବ୍ୟବହାର କରଯାଇଥାଏ। ଏହା ଖାଦ୍ୟର ଗୁଣବତ୍ତା, ବାସ୍ନା, ଖାଦ୍ୟର ସ୍ବାଦ ବଢ଼ାଇବା ସହ ହଜମଶକ୍ତିକୁ ବୃଦ୍ଧି କରିଥାଏ। ଜିରା ମଧ୍ୟ ପାକସ୍ଥଳୀ ଏବଂ ପାଚନ ତନ୍ତ୍ରକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ। ଜିରାକୁ ଖାଦ୍ୟ ଖାଇସାରିବା ପରେ ଚୋବାଇ ଖାଇବା ଦ୍ୱାରା ଗରିଷ୍ଠ ଖାଦ୍ୟ ହଜମ ହେବା ସହ ଶରୀରର ଓଜନକୁ କେତେକାଂଶରେ ସନ୍ତୁଳିତ ରଖିଥାଏ।
ଜୁଆଣି: ବିଭିନ୍ନ ମସଲା ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇଥାଏ। ତା’ ସହ ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରିରହିଛି। ଏହାକୁ କଞ୍ଚା ଚୋବାଇ ଖାଇବା କିମ୍ବା ପାଣିରେ ବତୁରାଇ ଉକ୍ତ ପାଣିକୁ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୋଇଥାଏ।
ମେଥି: ମେଥି ମସଲା ପ୍ରସ୍ତୁତିରେ ଏକ ପ୍ରମୁଖ ଦ୍ରବ୍ୟ। ଏହା ଶରୀର ନିମନ୍ତେ ଅମୃତ ତୁଲ୍ୟ। ମେଥିକୁ ଉଷୁମ ପାଣିରେ ୨-୩ ଘଣ୍ଟା ବତୁରାଇ ଚୋବାଇ ଖାଇପାରନ୍ତି। ତା’ ସହ ଉକ୍ତ ବତୁରା ପାଣିକୁ ସେବନ କରିବା ଦ୍ୱାରା ପେଟର ବିଭିନ୍ନ ସମସ୍ୟା ଦୂର ହେବା ସହ ଡାଇବେଟିସ୍‌କୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ମେଥି ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମ ବୃଦ୍ଧି ଘଟାଇବା ସହିତ ଓଜନକୁ ସନ୍ତୁଳିତ ରଖିଥାଏ।
ରସୁଣ: ଭାରତୀୟ ପ୍ରାଚୀନ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ରସୁଣ ଆମ ଶରୀର ପାଇଁ କିପରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ ତାହା ବର୍ଣ୍ଣନା କରାଯାଇଛି। ପ୍ରତିଦିନ କଞ୍ଚା ରସୁଣ ୧-୩ ପାଖୁଡା ଖାଲି ପେଟରେ ଖାଇଲେ ତାହା ଶରୀର ପାଇଁ ଉପକାରୀ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଏବଂ ବେଦନା ନାଶକ ଉପାଦାନ ରହିଛି। ଏହା ବଦ ହଜମି, ଥଣ୍ଡା, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଡାଇବେଟିସ୍‌ ଏବଂ ରକ୍ତରେ ଶର୍କରା (ସୁଗାର) ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। କଞ୍ଚା ରସୁଣକୁ ଛୋଟ ଛୋଟ କରି କାଟି ଖାଇବା ଉଚିତ। କାରଣ ଏହି କଟା ରସୁଣ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ରହିଥିବା ଜୀବାଣୁ ନାଶକ ଦ୍ରବ୍ୟ (ଲାଇସିନ୍‌) ଅଧିକ କ୍ରିୟାଶୀଳ ହୋଇଥାଏ, ଯାହାକି ଆମ ଶରୀର ପାଇଁ ଯଥେଷ୍ଟ ଉପକାରୀ।
ହଳଦୀ: କଞ୍ଚାହଳଦୀକୁ ଶିଳରେ ବାଟି ଛୋଟ ଗିଲ ସଦୃଶ କରି ୨ରୁ ୩ଟି ଗୁଳା ଖାଲି ପେଟରେ ଖାଇବା ଦ୍ୱାରା ଶରୀରରେ କୃମି ନଷ୍ଟ ହୋଇଥାଏ। ତା’ସହ ପେଟର ଯାବତୀୟ ରୋଗ ନଷ୍ଟ ହେବା ସହ ରକ୍ତ ପରିଷ୍କାର ରହିଥାଏ। ଏହା ଶରୀରରେ ଆଣ୍ଟିବାୟୋଟିକ ସଦୃଶ କାମ କରିଥାଏ। କଞ୍ଚାହଳଦୀକୁ ପାଣିରେ ସିଝାଇ ଚାରି ଭାଗରୁ ଭାଗେ ରହିବା ପରେ ସେଥିରେ ମହୁ ମିଶାଇ ପିଇବା ଦ୍ୱାରା ବହୁ ଉପକାର ମିଳିଥାଏ। କଞ୍ଚା ହଳଦୀରେ ୧୦-୧୨ ପ୍ରତିଶତ ଜଳ, ୪-୧୨ ପ୍ରତିଶତ ଫ୍ୟାଟି ଅଏଲ, ୪-୧୪ ପ୍ରତିଶତ ଏସେନ୍ସିଆଲ ଅଏଲ, ୫-୧୩ ପ୍ରତିଶତ ମିନେରାଲ୍ସ ଏବଂ ୭୦ ପ୍ରତିଶତ କାର୍ବୋହାଇଡ୍ରେଟ ଓ ଭିଟାମିନ ‘ଇ’ ମଧ୍ୟ ଥାଏ। ହଳଦୀ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଧନିଆ: ଧନିଆ ଓ ଧନିଆ ପତ୍ର ଖାଦ୍ୟ ଓ ମସଲାରେ ବ୍ୟବହାର ବହୁ ପୁରାତନ। ଏହା ହୃଦ୍‌ରୋଗ, ପେଟ ରୋଗ, ଅଜୀର୍ଣ୍ଣ, ବାନ୍ତି, ପେଟରେ ଅମ୍ଳ ହେବା ତଥା ବିଭିନ୍ନ ଚର୍ମରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଧନିଆ ପତ୍ର ଖାଦ୍ୟପଦାର୍ଥର ବାସ୍ନା ଓ ସ୍ବାଦ ବଢ଼ାଇ ଥାଏ।
ପାନମହୁରି: ଭାରତୀୟ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ପାନମହୁରିକୁ ଘରୋଇ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଏହା ଏକ ସୁଗନ୍ଧ, ରୁଚିକର, ସୁସ୍ବାଦୁ ଦ୍ରବ୍ୟ। ଏହା ବିଭିନ୍ନ ପେଟରୋଗ, ଅମ୍ଳନାଶକ, ବାୟୁ ନାଶକ, କୋଷ୍ଠକାଠିନ୍ୟ, ପାଟିର ଦୁର୍ଗନ୍ଧ ଦୂର କରିବା ସହ ପାଟିର ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ପାନମହୁରିରେ ଆସପେରିଟିକ ଏସିଡ, ଭିଟାମିନ ସି, ଆମିନୋଚ ଏସିଡ, ମ୍ୟାଗ୍ନେସିୟମ, ମିନେରାଲ ଆଦି ତତ୍ତ୍ୱ ରହିଛି। ଏହା ରକ୍ତଚାପ ଏବଂ ଓଜନକୁ ସନ୍ତୁଳିତ ରଖେ। ଏହାବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଭାରତୀୟ ମୌଳକ ଚିକିତ୍ସା ଶାସ୍ତ୍ରରେ ଦୈନନ୍ଦିନ ଖାଦ୍ୟ ପଦାର୍ଥରେ ବ୍ୟବହୃତ ହେଉଥିବା ଉପରୋକ୍ତ ମସଲା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଗୁଡିକୁ ଆମ ପୂର୍ବ ପୁରୁଷମାନେ ବ୍ୟବହାର କରିଆସୁଥୁଲେ ଏବଂ ବର୍ତ୍ତମାନ ଆମେ ସେଗୁଡିକୁ ବ୍ୟବହାର କରୁଛେ। ଆଜିର ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଏହି ମସଲାଗୁଡିକୁ ବହୁ ପରୀକ୍ଷା ନିରୀକ୍ଷା କରି ତାହାର ଉପକାରୀ ଗୁଣ ବିଷୟରେ ସୂଚନା ଦିଆଯାଇଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?