Categories: ଖେଳ

ଗୋଞ୍ଜାଲେଜ୍‌ ଏଫ୍‌ସି ଗୋଆ କ୍ଲବର କଣ୍ଡିଶନିଂ କୋଚ୍‌

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ସ୍ପେନର ଜାଭିଏର୍‌ ଗୋଞ୍ଜାଲେଜ୍‌ ଇଣ୍ଡିଆନ୍‌ ସୁପର ଲିଗ୍‌ ଦଳ ଏଫ୍‌ସି ଗୋଆର ଷ୍ଟ୍ରେନ୍ଥ୍‌ ଓ କଣ୍ଡିଶନିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। କ୍ଲବ ତରଫରୁ ସୋମବାର ଏହା ଘୋଷଣା କରାଯାଇଛି। ଆସନ୍ତା ଆଇଏସ୍‌ଏଲ୍‌ ସିଜନ ଓ ଦଳର ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଅଭିଯାନ ପାଇଁ ସେ ଦଳର ନୂଆ ମୁଖ୍ୟ କୋଚ୍‌ ଜୁଆନ ଫର୍ନାଣ୍ଡୋଙ୍କ ଅଧୀନରେ କାର୍ଯ୍ୟ କରିବେ। ହାଇପରଫର୍ମାନ୍ସ ଓ ଫିଜିକାଲ ଟ୍ରେନର ଭାବେ ଗୋଞ୍ଜାଲେଜ୍‌ଙ୍କ ୮ବର୍ଷର ଅଭିଜ୍ଞତା ରହିଛି। ଲା ଲିଗାରେ ସେ ରିଅଲ ଭାଲାଡୋଲିଡ୍‌ ୟୁଫାର ୟୁରୋପା ଲିଗ୍‌ କ୍ୱାଲିଫାଇଂ ରାଉଣ୍ଡରେ ସାଇପ୍ରସ୍‌ ଦଳ ଆଏକ୍‌ଲାର୍ନାକା ଦଳ ସହିତ କାର୍ଯ୍ୟ କରିଛନ୍ତି। ନିକଟରେ ସେ ୨୦୨୨ ଫିଫା ବିଶ୍ୱକପ୍‌ ତାଇଓ୍ବାନ ଜାତୀୟ ଦଳର ଯୋଗ୍ୟତାପର୍ଯ୍ୟାୟ ଅଭିଯାନରେ ସ୍ପୋଟର୍‌ସ ପରଫର୍ମାନ୍ସ ଏରିଆ ଡାଇରେକ୍ଟର ଭାବେ କାର୍ଯ୍ୟ କରିଛନ୍ତି।

Share