ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର ଶିଳ୍ପୀ ଯେଉଁ କାର୍ଯ୍ୟ କୁଶଳରେ କରିପାରିବେ, ଖିଚିଂ ଅଞ୍ଚଳ ଶିଳ୍ପୀ ତାହା ସେପରି କରି ନ ପାରନ୍ତି। ସେଥିପାଇଁ ପଥର ଅନୁଯାୟୀ ଶିଳ୍ପୀଙ୍କୁ କୋଣାର୍କକୁ ଆମନ୍ତ୍ରଣ କରାଯାଉଥିଲା ।
ମାଙ୍କଡ଼ା ପଥର ବ୍ୟବହାର ଲାଗି ଖୋର୍ଦ୍ଧାରୁ ଆସିଥିଲେ ଶିଳ୍ପୀ।
କୋଣାର୍କରେ କୁମ୍ଭାରମାନଙ୍କ ଅବଦାନ ଥିଲା ଠିକ୍‌ ପଥର ଶିଳ୍ପୀଙ୍କ ପରି। ମାଟିପାତ୍ର ସବୁ କାଦୁଆ ମାଟିରେ ଗଢ଼ିବା ସହିତ ମାଟିର ବଡ଼ ବଡ଼ ନଳ ବି ନିର୍ମାଣ ହେଉଥିଲା। ଡିହସାହିର ଦାମ ମୁଦୁଲିଙ୍କ ନେତୃତ୍ୱରେ କୁମ୍ଭାରମାନେ ଏକ ଶିବିରରେ ରହୁଥିଲେ। ପାଖ ଶିବିରରେ ରହୁଥିଲେ କାଶୀ ଓଝା। ଓଝା ସାଙ୍ଗିଆ କମାରମାନଙ୍କ ପାଇଁ ପୋଥିରେ ବ୍ୟବହାର ହୋଇଛି। ଓଝାମାନେ ଦିନରାତି ପରିଶ୍ରମ କରି ବାଗିଆ (କ୍ରାମ୍ପ୍‌) ତିଆରି କରୁଥିଲେ। ତାଙ୍କରି ଶିବିର ପାଖରେ ଗୋବିନ୍ଦ ବଢ଼େଇ ‘କଳଶଗଡ଼ି’ ନିର୍ମାଣ କରୁଥିଲେ। କଳଶଗଡ଼ିରେ ଚକ ଲାଗୁଥିଲା। ଏହାକୁ କଳଚକ କୁହାଯାଉଥିଲା। ଓଜନିଆ ଜିନିଷ ଉପରକୁ ଉଠାଇବା ପାଇଁ ‘କଳଚକ’ ବ୍ୟବହାର ହୁଏ। ଏଥିଲାଗି ଶହେ ହାତର ଦଉଡ଼ି ବ୍ୟବହାର ହୋଇଥିଲା। ମୁଗୁନିପଥରର ଖମ୍ବ ସବୁ ‘କଳଗୟଳ’ରେ ବ୍ୟବହାର ହୋଇଥିଲା। କଳଶଗଡ଼ିରେ ୩୪ ହାତ ଲମ୍ବର ମୁଗୁନିପଥର କୁଣ୍ଟି ସବୁ ‘କଳଗୟଳ’ ନିକଟକୁ ଅଣାଯାଇଥିଲା।
ଶହେ ହାତର ଦଉଡ଼ି ଯେତେ ବ୍ୟବହାର ହୋଇଥିଲା, ତାହା ଗୋଲରାଗଡ଼ ବିଶୋଇ ଯୋଗାଇଥିଲେ। କୋଣାର୍କରୁ କାକଟପୁର ରାସ୍ତାରେ ଗଲେ ବାଲି ଦୋକାନର ଦକ୍ଷିଣ ପାର୍ଶ୍ୱରେ ଏହି ପ୍ରାଚୀନ ଗଡ଼ ଅବସ୍ଥିତ। ଗଙ୍ଗବଂଶ ରାଜତ୍ୱରେ ପ୍ରତିଷ୍ଠିତ ୧୬ଗଡ଼ ମଧ୍ୟରୁ ଏହି ଗଡ଼ ସବୁଠାରୁ ପ୍ରାଚୀନ। ଚିତ୍ରୋତ୍ପଳା ନଦୀ ଉପତ୍ୟକାରେ ପ୍ରତିଷ୍ଠିତ ଏହି ଗଡ଼କୁ ଲାଗି ବିଶାଳ ଜଙ୍ଗଲ ଅଛି। ଏହା ଗୋଲରା ଜଙ୍ଗଲ ଭାବରେ ପ୍ରସିଦ୍ଧ।
ମନ୍ଦିର ନିର୍ମାଣ ପାଇଁ ଅନ୍ୟତମ ମୁଖ୍ୟ ଆଧାର ଥିଲା ସେତେବେଳେ ଦଉଡ଼ି। ଗୋଲରାଗଡ଼ ବିଶୋଇ ଆବଶ୍ୟକ ଅନୁଯାୟୀ ସମସ୍ତ ଦଉଡ଼ି ଯୋଗାଇଥିଲେ। ଏହି ଦଉଡ଼ି ନଡ଼ିଆକତା କିମ୍ବା ସୁତୁଲି ଦଉଡ଼ି ନୁହେଁ। ବେତ ଗଛ ପାକଳ ହୋଇ ଆସିଲେ କଟାଯାଇ ପାଣିରେ ପଡ଼େ। ପାଣିରୁ ଛଣା ହୋଇ ବାଡ଼ିଆଯାଏ। ସରୁ ସରୁ କାଣ୍ଡଗୁଡ଼ିକୁ ନେଇ ଦଉଡ଼ି ବୋଳା ଆରମ୍ଭ ହୁଏ। ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ବ୍ୟବହୃତ ହେଉଥିବା ଦଉଡ଼ିଠାରୁ ସାମାନ୍ୟ ମୋଟା ହୁଏ। ଶହେହାତିଆ ଦଉଡ଼ି ଖୁଣ୍ଟି ପୋତାଯାଇ ଦି’ ମୁଣ୍ଡ ଜୋର୍‌ରେ ଭିଡ଼ାହୋଇ ବନ୍ଧାଯାଏ। ଘିକୁଆଁରୀ ରସ ହଣ୍ଡାରେ ସଂଗ୍ରହ ହୋଇ ରହିଥାଏ। ସେଇ ରସକୁ ଦଉଡ଼ିରେ ପ୍ରଥମ ପରସ୍ତ ବୋଳାଯାଏ। ଶୁଖିଗଲେ ପୁଣି ବୋଳାଯାଏ। ଏହିପରି ପାଞ୍ଚ ପରସ୍ତ ବୋଳା ହୋଇ ଖରାରେ ଶୁଖେ। ସେଇ ଟାଣ ଦଉଡ଼ି କପିକଳରେ ଲାଗି ମହଣ ସଦୃଶ ଓଜନର ପଥର ଉପରକୁ ଯାଏ। ଘିକୁଆଁରୀ ରସ ଯୋଗୁ ଦଉଡ଼ି ଯିବା ଆସିବାରେ ଅସୁବିଧା ହୁଏ ନାହିଁ।
ଆମେ ୨୦୨୧ ଫେବୃୟାରୀ ୨୪ ତାରିଖରେ ଗୋଲରାଗଡ଼ ଯାଇ ପୋଥି ବର୍ଣ୍ଣିତ ଘଟଣାର ଅନୁସନ୍ଧାନ କରିଥିଲୁ। ଦିନସାରା ଗଡ଼ରେ ରହିଥିଲୁ। ଆମ ସହିତ ଓଡ଼ିଶା ଐତିହ୍ୟ ପରିଷଦ ଏବଂ କୋଣାର୍କ ଐତିହ୍ୟ ପରିଷଦର ସମ୍ପାଦକ ଯଥାକ୍ରମେ ଦେବୀ ପ୍ରସନ୍ନ ନନ୍ଦ ଓ ସଞ୍ଜୟ ବରାଳ ଥିଲେ। ଗୋଲରାଗଡ଼, ସାନ୍ତ ପ୍ରତାପ ଚନ୍ଦ୍ର ବୀରବର ମର୍ଦ୍ଦରାଜଙ୍କ ସଭାପତିତ୍ୱରେ ସଭା ମଧ୍ୟ କରିଥିଲୁ।
ଗୋଲରାଗଡ଼ର ମୁଖିଆ ପୂର୍ବେ ‘ଦଳବେହେରା’ ଭାବରେ ପରିଚିତ ଥିଲେ। ବାସ୍ତରି ଖଣ୍ଡ ଗଁାକୁ ନେଇ ଗୋଲରାଗଡ଼ ସମୃଦ୍ଧ ଥିଲା। ଗଡ଼ର ପୂର୍ବ ଦିଗରେ ତିନି କି.ମି. ଜଙ୍ଗଲରେ ଗଲେ ‘କେଳୁଣୀ’ ମୁହାଣ। ଚିତ୍ରୋତ୍ପଳା ନଦୀ, ପ୍ରାଚୀନଦୀର ଗୋଟିଏ ଧାର ଓ ଚନ୍ଦ୍ରଭାଗା ନଦୀ ମିଶି ଏଇଠି ମହୋଦଧିରେ ମିଶିଥିଲେ। ଏଇଠି ଥିଲା ଆମର ପ୍ରାଚୀନ ବନ୍ଦର।
ଗଡ଼ର ଉତ୍ତର-ପଶ୍ଚିମ ଦିଗ ହୋଇ ବହିଯାଇଛି ଚିତ୍ରୋତ୍ପଳା ନଦୀ। ନଦୀଘାଟରେ ରହିଛି ଗଡ଼ଦେବୀ ମା’ ଚିତ୍ରେଶ୍ୱରୀଙ୍କ ମନ୍ଦିର। ଏଇଠି ପୂଜା ପାଉଥିଲେ ଦେବୀ ସିଦ୍ଧେଶ୍ୱରୀ। ଗଡ଼ସାନ୍ତଙ୍କ ଉପାସ୍ୟା ହେଉଛନ୍ତି ଦେବୀ କନକ ଦୁର୍ଗା। ସେଇଠି ରହିଛି ବାରବାଟୀ ପଡ଼ିଆ। ସାମରିକ କୌଶଳର ଶିକ୍ଷାଘର ଓ ପାଇକଆଖଡ଼ା ଏହି ପଡ଼ିଆରେ ହେଉଥିଲା। ନଦୀକୂଳରେ ଆଜି ବି ଘଞ୍ଚ ବେତ ଜଙ୍ଗଲ ରହିଛି। ଗୋଲରା ଜଙ୍ଗଲର ପ୍ରତି ମୋଡ଼ରେ ଘିକୁଆଁରୀ ବଣ। ଏହି ଗଡ଼ କାଞ୍ଚତ୍ ଅଭିଯାନବେଳେ ମୁଖ୍ୟ ଭୂମିକା ନେଇଥିବାର ପ୍ରମାଣ ଆଜି ବି ଅଛି। ଗଡ଼ର ଗଡ଼ଖାଇ ଆଜି ଖଣ୍ଡିଆ ନଈ ଭାବରେ ପରିଚିତ ହେଉଛି। ଗଡ଼ର ଶେଷ ସୀମାରେ ଦର୍ଶନୀବନ୍ତ ରହିଛି। ଏହି ବାଲିବନ୍ତର ଶୀର୍ଷକୁ ଗଲେ ଶ୍ରୀନୀଳଚକ୍ର ଦର୍ଶନ ହୁଏ ଶ୍ରୀମନ୍ଦିରରେ।
ଗୋଲରାଗଡ଼ ବିନା ପାରିଶ୍ରମିକରେ କୋଣାର୍କରେ ମନ୍ଦିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁ ତ୍ୟାଗ କରିଛି, ତାହା ଇତିହାସରେ ସ୍ଥାନ ପାଇଲା ପରି ମନେହୁଏ ନାହିଁ। ପ୍ରଥମେ ଶିଳ୍ପୀମାନେ କୋଣାର୍କରେ ପହଞ୍ଚତ୍ବା ବେଳେ ୮୦ଜଣ ପାଇକଙ୍କୁ ନେଇ ନିଜେ ଗଡ଼ସାନ୍ତ ଠିଆ ହୋଇ କୁଟୀର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ଗଡ଼ ଖାଦ୍ୟଶସ୍ୟ ଯୋଗାଇ ଦେଇଥିଲା। ଗୋଲରା ଜଙ୍ଗଲରୁ ସାନ୍ତ ଯୋଗାଇ ଦେଇଥିଲେ ୧୯୦୦ ଟିଣିଆ କଡ଼ି, ୨୩୦ ବନ୍ଧନ ପଟା, ୨୦୦ ପଣଶକାଠ ପଟା ଓ ୩୦୦ ଆମ୍ବକାଠର କଡ଼ି। ଧନ୍ୟ କହିବା ଗୋଲରାଗଡ଼ର ସାନ୍ତ ବିଶୋଇ ଓ ବୀର ପାଇକମାନଙ୍କୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri