ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି କଳି ଅବତାର) ଏକ ବଳଦକୁ (ଯେକି ଧର୍ମର ପ୍ରତୀକ) ଯାହାର ତିନୋଟି ଗୋଡ ଭାଙ୍ଗି ଯାଇଥିଲା, ଯେ କେବଳ ଗୋଟିଏ ଗୋଡ଼ରେ(ସତ୍ୟ)ହିଁ ଠିଆ ହୋଇଥିଲା ଓ ଏକ ଗାଈକୁ (ପୃଥିବୀ ମାତା) ନିର୍ମମ ଭାବେ ଆଘାତ ଦେଉଥିବାର ରାଜା ପରିକ୍ଷିତଙ୍କର ଦୃଷ୍ଟି ଗୋଚର ହେଲା। ତା’ର ଅତ୍ୟାଚାରରେ ଏ ଦୁହେଁ ପୀଡ଼ିତ ଓ ଦୁଃଖିତ ଥିଲେ। ଏ ଦୃଶ୍ୟ ଦେଖି ରାଜା ନିଜର କ୍ରୋଧ ସମ୍ବରଣ କରି ନ ପାରି କଳିକୁ ବଧ କରିବାକୁ ଉଦ୍ୟତ ହୁଅନ୍ତେ କଳି ତାଙ୍କର ଶରଣ ପଶିଥିଲା। ଶରଣାଗତର ବଧ କରିବା ଅନୁଚିତ ବୋଲି ମନେକରି ରାଜା ପରିକ୍ଷିତ ନିଜର ମର୍ଯ୍ୟାଦା ରକ୍ଷା ପୂର୍ବକ କଳିକୁ ପ୍ରାଣ ଦାନ କରିଥିଲେ। ଏବଂ ନିଜ ରାଜ୍ୟରୁ ବାହାରି ଯିବା ପାଇଁ ଆଦେଶ ଦେଇଥିଲେ I କିନ୍ତୁ କଳି ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନର ଅନୁରୋଧ କରିଥିଲା I ତେଣୁ ପରିକ୍ଷିତ ପାଞ୍ଚଗୋଟି ସ୍ଥାନ ମଧ୍ୟରୁ ଗୋଟିଏ ଚୟନ କରିବାକୁ କହିଥିଲେ। ଯେଉଁଠାରେ ଅଧର୍ମ, ଅସତ୍ୟ ବିରାଜମାନ କରେ। ଯଥା- ଦ୍ୟୁତ, ମଦିରା, ବେଶ୍ୟା, ହିଂସା ଓ ସୁବର୍ଣ୍ଣ। ଏସବୁ ମଧ୍ୟରୁ ସୁବର୍ଣ୍ଣକୁ ନିଜର ଅନୁକୂଳ ସ୍ଥାନ ଭାବେ ବାଛି ନେଇଥିଲା କଳି। ତେଣୁ ରାଜାଙ୍କ ମସ୍ତକରେ ଶୋଭା ପାଉଥିବା ସୁବର୍ଣ୍ଣ ମୁକୁଟରେ ଯାଇ ପ୍ରବେଶ କଲା। ତା’ ପ୍ରଭାବରେ ରାଜାଙ୍କର ବୁଦ୍ଧି ଭ୍ରଷ୍ଟ ହୋଇଗଲା। ତା’ପରେ ସେ ଶୃଙ୍ଗି ମୁନିଙ୍କ ଦ୍ୱାରା ଶାପଗ୍ରସ୍ତ ହୋଇଥିଲେ। ତତ୍ପଶ୍ଚାତ୍‌ ପରିକ୍ଷିତ ନିଜର ରାଜ ପରିପାଟୀ ଓ ତଜ୍ଜନିତ ସୁଖ ତ୍ୟାଗ କରି ଗଙ୍ଗା ନଦୀକୂଳକୁ ମୋକ୍ଷ ପ୍ରାପ୍ତି ପାଇଁ ଚାଲିଯାଇଥିଲେ I
ଉପରୋକ୍ତ ପୌରାଣିକ କଥାରୁ ଏହା ସ୍ପଷ୍ଟ ପ୍ରତୀତ ହୁଏ ଯେ ସୁବର୍ଣ୍ଣ ଯେଉଁଠି କଳିର ସ୍ଥାନ ସେଇଠି I ବର୍ତ୍ତମାନ ସମୟରେ ଏହି ଧାତୁର ଅମୂଲ ମୂଲ୍ୟ ହେତୁ ଏଥିପ୍ରତି ଥିବା ଜନାଦୃତି ଧୀରେ ଧୀରେ ମଳିନ ପଡିବାକୁ ଲାଗିଲାଣି। ତେବେ ଏଥିରୁ କ’ଣ କଳି ଅବସାନ ହେବାର ପ୍ରାକ୍‌ ସୂଚନା ମିଳେ କି। ଏହା ତ ଥିଲା ପୌରାଣିକ ତଥା ଭାବନାତ୍ମକ ଦୃଷ୍ଟିକୋଣ। ଯଦି ଆଜିର ସମୟରେ ଏହି ଧାତୁ ବିଷୟରେ ଆଲୋଚନା କରାଯାଏ ତେବେ ଯେଉଁ ହରିଦ୍ରା ବର୍ଣ୍ଣ ଧାତୁର ଔଜ୍ଜଲ୍ୟରେ ସମସ୍ତେ ଆକର୍ଷିତ ହୁଅନ୍ତି ତାହା ନାରୀମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ମୁଖ୍ୟ ଶୃଙ୍ଗାର ସାଜିଥିବା ବେଳେ ବଂଶ ପରମ୍ପରାର ସ୍ବାଭିମାନର ପ୍ରତୀକ ହୋଇଛି। ଦାନ, ଧର୍ମ, ବିବାହ, ବ୍ରତାଦି କର୍ମରେ ମଧ୍ୟ ଏହାର ବହୁଳ ବ୍ୟବହାର ହୋଇଥାଏ। ସୁବର୍ଣ୍ଣ ସହିତ ଗୃହକୁ ଲକ୍ଷ୍ମୀମାତାଙ୍କ ଆଗମନ ହୁଏ ବୋଲି ବିଶ୍ବାସ ରହିଛି । କେବଳ ମାନବ ନୁହେଁ ଦେବତାଙ୍କ ଆଭୂଷଣ ନିମନ୍ତେ ମଧ୍ୟ ଏହାର ବ୍ୟବହାର ହୁଏ। କିନ୍ତୁ ବର୍ତ୍ତମାନ ଏହି ଧାତୁଟିର ଆକାଶଛୁଆଁ ଦର କାହାରିକୁ ସୁହାଉ ନାହିଁ I
ଏହି ଧାତୁ ଗରିବଙ୍କ ପାଇଁ ସ୍ବପ୍ନ ଓ ମଧ୍ୟବିତ୍ତଙ୍କ ପାଇଁ ଦୁର୍ଲଭ ହୋଇଯାଇଛି। ଆକାଶର ଚାନ୍ଦ ପରି ଚାନ୍ଦିର ମୂଲ୍ୟ ଆଉ ହାତପାଆନ୍ତାରେ ନାହିଁ। ଅଧୁନା ଦେଶ ଦୁନିଆରେ ଏହି ଧାତୁର ମୂଲ୍ୟରେ ଏଭଳି ଆକାଶଛୁଆଁ ବୃଦ୍ଧି ଘଟିଛି ଯେ, ଏହାକୁ କିଣିବା ତ ଦୂରର କଥା ଆଉ ଭାବିବାକୁ ମଧ୍ୟ ଇଚ୍ଛା ହେଉନାହିଁ। ବିବାହ ବେଳେ ଝିଅକୁ ସ୍ବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ କରିବାର ଯେଉଁ ପ୍ରଥା ଥିଲା ବୋଧହୁଏ ତାହା ଧୀରେ ଧୀରେ ଦୁଷ୍କର ହୋଇପଡିବ। ଉତ୍ସବରେ ନିଜର ବନ୍ଧୁ ବାନ୍ଧବମାନଙ୍କୁ ସୁନାଗହଣା ଆଦି ଉପହାର ଦେବା ସମ୍ଭବପର ନୁହେଁ। କିଛି ସମୟ ବ୍ୟବଧାନରେ ନାରୀଟିଏ ନିଜର ବ୍ୟବହାର ପାଇଁ ହେଉ କି ଝିଅ ବୋହୂଙ୍କ ପାଇଁ ସଞ୍ଚୟ ଲାଗି ହେଉ ସୁନା କିଣିଥାନ୍ତି। କିନ୍ତୁ ଏବେ ସୁନା ଦର ଯାହା, ଉତ୍ସବ ଋତୁ ଆସିଲେ ସାଧାରଣ ପରିବାରରେ ଭାଳେଣି ପଡେ। ଲାଗୁଛି ଏହା କେବଳ ଧନୀକ ଶ୍ରେଣୀଙ୍କ ବ୍ୟବହୃତ ଦ୍ରବ୍ୟ ହୋଇ ରହିଯିବ। ଯେଉଁ ଧାତୁ ମୂଲ୍ୟ ଆଜକୁ ୨୦ବର୍ଷ ତଳେ ୭ ହଜାର ଓ ଦଶ ବର୍ଷ ତଳେ ପାଖାପାଖି ୩୦ ହଜାର ଟଙ୍କା ଥିଲା ତାହା ଏବେ ଏକ ଲକ୍ଷ ଟପିଗଲାଣି। ଏହା ଦ୍ବାରା ଏହି ଧାତୁଟିର ଉଜ୍ଜ୍ୱଳତା ମଳିନ ପଡି ନ ପାରେ ହେଲେ ଲୋକଙ୍କ ମଧ୍ୟରେ ଏହାର ଆଦୃତି ନିଶ୍ଚୟ କମିଯାଇପାରେ। ଯେପରି ଅଜା ଜେଜେବାପା ଅମଳରେ କାଂସ୍ୟ ପିତ୍ତଳର ବାସନ କୁସନ ବହୁଳ ଭାବରେ ପ୍ରଚଳନ ରହିଥିଲା। କିନ୍ତୁ କାଳକ୍ରମେ ମୂଲ୍ୟ ଏବଂ ବ୍ୟବହାରରେ ସୁବିଧା ଦୃଷ୍ଟିରୁ ଷ୍ଟିଲ, ଚିନା ମାଟି, ଫାଇବର୍‌ ଆଦି ପାତ୍ରକୁ ବିକଳ୍ପ ଭାବେ ଜନସମାଜ ବାଛିନେଲା। ଠିକ୍‌ ସେହିପରି ଦିନେ ସୁବର୍ଣ୍ଣର ବିକଳ୍ପ ବାଛିବାକୁ ମଧ୍ୟ ବାଧ୍ୟ ହେବେ। ଏମିତି ତ ଆଜିକାଲିର ଯୁବପିଢି ସୁନା ଗହଣା ଅପେକ୍ଷା ତା’ର ପ୍ରତିରୂପ, ଆଖି ଝଲସାଇ ଦେଉଥିବା ନାନାଦି ପଥର ଖଚିତ ଅଳଙ୍କାର ପ୍ରତି ନିଜର ଆଗ୍ରହ ପ୍ରକାଶ କରୁଛନ୍ତି। ଖାଲି ସେତିକି ନୁହେଁ ବ୍ୟାପାର ବାଣିଜ୍ୟରେ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିବ। ଗ୍ରାହକମାନଙ୍କୁ ନେଇ ହିଁ ବ୍ୟାପାର। ଯଦି ଗ୍ରାହକମାନେ ଏହାକୁ କିଣିବାକୁ ବିମୁଖ ହେବେ ତେବେ କାଚର ବିରାଟ ବିରାଟ ମହଲ ଭଳି ଦୋକାନ କରିଥିବା ସୁନା, ରୁପା ବ୍ୟବସାୟୀମାନେ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେବେ। ସେହି ବ୍ୟବସାୟରେ କାର୍ଯ୍ୟରତ କାରିଗର, କର୍ମଚାରୀମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେବ। କୁଳବେଉସା ବୁଡିଯିବ। ମୋଟାମୋଟି ଭାବେ କହିବାକୁ ଗଲେ ଅର୍ଥ ବ୍ୟବସ୍ଥା ଓ ଜୀବନ ଜୀବିକାର ଗୋଟେ ସମୀକରଣ ବିଗିଡିଯିବାର ସମ୍ଭାବନା ରହିଛି I ତେଣୁ ଏକ ବିକଳ୍ପ ପନ୍ଥା ଚିନ୍ତାଶୀଳ ବୁଦ୍ଧିଜୀବୀମାନଙ୍କଠାରୁ ଏକାନ୍ତ କାମ୍ୟ I ଯାହାକି ସମସ୍ତଙ୍କ ହିତାର୍ଥେ ହୋଇପାରିବ।

ସୁଦୀପ୍ତା ମିଶ୍ର
ମୋ:୮୭୬୩୮୩୯୭୪୨


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri