Posted inଫୁରସତ

ଖୁବ୍‌ଶୀଘ୍ର ସମଗ୍ର ବିଶ୍ୱରୁ ଶେଷ ହୋଇଯିବ ସୁନା, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ସାଧାରଣତଃ ଯେ କୌଣସି ପୂଜା ପାର୍ବଣ ପଡ଼ିଲେ ସୁନା କିଣାବିକାର ଚାହିଦା ଟିକେ ବଢ଼ିଯାଇଥାଏ। ବିଶେଷକରି ଦୁର୍ଗାପୂଜା, ଧନନ୍ତ୍ୱରୀ, ଦୀପାବଳି ଆଦିରେ ସୁନା ବିକ୍ରି ଅଧିକ ହୋଇଥାଏ। ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବାରୁ ସୁନା ବେପାର ମାନ୍ଦା ରହିଛି। ତଥାପି ସୁନାର ଦର୍‌ କମୁନାହିଁ। ସୁନାର ଦାମ୍‌ ବଢୁଥିବାରୁ ମନରେ ପ୍ରଶ୍ନ ଉଠୁଛି କ’ଣ ଖଣିରୁ ସୁନା ଶେଷ ହୋଇଗଲାକି? ଆପଣ ଏକଥା କେବେ ଭାବିଛନ୍ତି କି, ଯଦି ପୃଥିବୀରୁ ସୁନା ସମ୍ପୂର୍ଣ୍ଣ ଶେଷ ହୋଇଯିବ ତେବେ କ’ଣ ହେବ ବୋଲି। ତେବେ ଜାଣନ୍ତୁ ଏ ସମ୍ପର୍କରେ କ’ଣ କୁହନ୍ତି ବୈଜ୍ଞାନିକ…


ବିଶେଷଜ୍ଞ କିଛିଦିନ ତଳେ ସୁନା ଶେଷ ହୋଇଯିବାର କଥା କହିଥିଲେ। ଏହାକୁ ପିକ୍‌ ଗୋଲ୍ଡ କହନ୍ତି। କିଛି ବିଶେଷଜ୍ଞଙ୍କ ମତରେ ପୃଥିବୀରୁ ସୁନା ସରିଯିବ। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲର ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ସମଗ୍ର ବିଶ୍ୱରେ ପ୍ରାୟ ୩,୫୩୧ ଟନ୍‌ ସୁନା ବାହାରିଥିଲା। କିନ୍ତୁ ଆଗାମୀ ବର୍ଷରେ ସୁନା ଆହୁରି କମ୍‌ ବାହାରିବ। ଏହାସହିତ ନୂଆ ଖଣି ଅନୁସନ୍ଧାନ ମଧ୍ୟ କମ୍‌ ରହୁଛି।


ବିଶ୍ୱରେ କେତେ ସୁନା ବାକି ଅଛି କେତେକ ଖନନ କମ୍ପାନୀ ଅନୁମାନ ଲଗାଇଛନ୍ତି। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲ(ଡବ୍ଲୁଜିସି) ଅନୁସାରେ ବର୍ତ୍ତମାନ ପୃଥିବୀରେ ୫୪,୦୦୦ ଟନ୍‌ ସୁନା ଅଛି। ଯାହାର ଖନନ ଏବେ ବି ବାକି ଅଛି। ଏଥିରୁ ୩୦ ପ୍ରତିଶତ ସୁନା ବାହାର କରାଯାଇଛି। ଅବଶିଷ୍ଟ ସୁନା ଘର ଏବଂ ବ୍ୟାଙ୍କକୁ ଯାଇଛି।
ବୈଷୟିକ କମ୍ପାନୀ ଗୋଲ୍ଡମ୍ୟାନ ସୈଶ ଅନୁଯାୟୀ, ୨୦୩୫ରେ ପୃଥିବୀରୁ ସମ୍ପୂର୍ଣ୍ଣ ସୁନା ଶେଷ ହୋଇଯିବ। ସବୁ ଖଣିରୁ ସୁନା ସରିଆସିଲାଣି। ଅନ୍ୟପକ୍ଷରେ ନୂଆ ଖଣିର ସନ୍ଧାନ କରାଯାଉ ନ ଥିବାରୁ ଏପରି ସ୍ଥିତି ଉପୁଜିଥିବା ବିଶେଷଜ୍ଞମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ବୁଧବାର ହେବାର ଥିଲା, ପୁଣି ଏହି ଦିନ…

ଭୁବନେଶ୍ବର,୨୯।୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?