Posted inଫୁରସତ

ଖୁବ୍‌ଶୀଘ୍ର ସମଗ୍ର ବିଶ୍ୱରୁ ଶେଷ ହୋଇଯିବ ସୁନା, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ସାଧାରଣତଃ ଯେ କୌଣସି ପୂଜା ପାର୍ବଣ ପଡ଼ିଲେ ସୁନା କିଣାବିକାର ଚାହିଦା ଟିକେ ବଢ଼ିଯାଇଥାଏ। ବିଶେଷକରି ଦୁର୍ଗାପୂଜା, ଧନନ୍ତ୍ୱରୀ, ଦୀପାବଳି ଆଦିରେ ସୁନା ବିକ୍ରି ଅଧିକ ହୋଇଥାଏ। ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବାରୁ ସୁନା ବେପାର ମାନ୍ଦା ରହିଛି। ତଥାପି ସୁନାର ଦର୍‌ କମୁନାହିଁ। ସୁନାର ଦାମ୍‌ ବଢୁଥିବାରୁ ମନରେ ପ୍ରଶ୍ନ ଉଠୁଛି କ’ଣ ଖଣିରୁ ସୁନା ଶେଷ ହୋଇଗଲାକି? ଆପଣ ଏକଥା କେବେ ଭାବିଛନ୍ତି କି, ଯଦି ପୃଥିବୀରୁ ସୁନା ସମ୍ପୂର୍ଣ୍ଣ ଶେଷ ହୋଇଯିବ ତେବେ କ’ଣ ହେବ ବୋଲି। ତେବେ ଜାଣନ୍ତୁ ଏ ସମ୍ପର୍କରେ କ’ଣ କୁହନ୍ତି ବୈଜ୍ଞାନିକ…


ବିଶେଷଜ୍ଞ କିଛିଦିନ ତଳେ ସୁନା ଶେଷ ହୋଇଯିବାର କଥା କହିଥିଲେ। ଏହାକୁ ପିକ୍‌ ଗୋଲ୍ଡ କହନ୍ତି। କିଛି ବିଶେଷଜ୍ଞଙ୍କ ମତରେ ପୃଥିବୀରୁ ସୁନା ସରିଯିବ। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲର ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ସମଗ୍ର ବିଶ୍ୱରେ ପ୍ରାୟ ୩,୫୩୧ ଟନ୍‌ ସୁନା ବାହାରିଥିଲା। କିନ୍ତୁ ଆଗାମୀ ବର୍ଷରେ ସୁନା ଆହୁରି କମ୍‌ ବାହାରିବ। ଏହାସହିତ ନୂଆ ଖଣି ଅନୁସନ୍ଧାନ ମଧ୍ୟ କମ୍‌ ରହୁଛି।


ବିଶ୍ୱରେ କେତେ ସୁନା ବାକି ଅଛି କେତେକ ଖନନ କମ୍ପାନୀ ଅନୁମାନ ଲଗାଇଛନ୍ତି। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲ(ଡବ୍ଲୁଜିସି) ଅନୁସାରେ ବର୍ତ୍ତମାନ ପୃଥିବୀରେ ୫୪,୦୦୦ ଟନ୍‌ ସୁନା ଅଛି। ଯାହାର ଖନନ ଏବେ ବି ବାକି ଅଛି। ଏଥିରୁ ୩୦ ପ୍ରତିଶତ ସୁନା ବାହାର କରାଯାଇଛି। ଅବଶିଷ୍ଟ ସୁନା ଘର ଏବଂ ବ୍ୟାଙ୍କକୁ ଯାଇଛି।
ବୈଷୟିକ କମ୍ପାନୀ ଗୋଲ୍ଡମ୍ୟାନ ସୈଶ ଅନୁଯାୟୀ, ୨୦୩୫ରେ ପୃଥିବୀରୁ ସମ୍ପୂର୍ଣ୍ଣ ସୁନା ଶେଷ ହୋଇଯିବ। ସବୁ ଖଣିରୁ ସୁନା ସରିଆସିଲାଣି। ଅନ୍ୟପକ୍ଷରେ ନୂଆ ଖଣିର ସନ୍ଧାନ କରାଯାଉ ନ ଥିବାରୁ ଏପରି ସ୍ଥିତି ଉପୁଜିଥିବା ବିଶେଷଜ୍ଞମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri