ସୁନାକୁ ମାଟି

୧୫୦ ବର୍ଷର ଯାତ୍ରା ମଧ୍ୟରେ ବିଶ୍ୱର ଚତୁର୍ଥ ବୃହତ୍‌ ଭାରତୀୟ ରେଲଓ୍ବେ ତା’ର ସେବା ଜାରି ରଖିଛି। କିନ୍ତୁ ଏବେସୁଦ୍ଧା ଏହା ଯାତ୍ରୀମାନଙ୍କ ଚାହିଦା ପୂରଣ କରିପାରିନାହିଁ। ଏକ ପ୍ରକାଶିତ ଆର୍‌ଟିଆଇ ବା ସୂଚନା ଅଧିକାର ବଳରେ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ଓ୍ବେଟିଂ ଲିଷ୍ଟ ବା ପ୍ରତୀକ୍ଷା ତାଲିକାରେ ରହିବା ଯୋଗୁ ୨୦୨୨-୨୩ ଆର୍ଥିକ ବର୍ଷରେ ୨.୭ କୋଟିରୁ ଊର୍ଦ୍ଧ୍ୱ ଯାତ୍ରୀ ଟ୍ରେନ୍‌ ଟିକେଟ କରି ମଧ୍ୟ ଯାତ୍ରା କରିପାରିନାହାନ୍ତି। ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌରଙ୍କ ଆର୍‌ଟିଆଇ ଆବେଦନ ଉପରେ ରେଲଓ୍ବେ ବୋର୍ଡ ପକ୍ଷରୁ ଉକ୍ତ ତଥ୍ୟ ପ୍ରଦାନ କରାଯାଇଛି। ପାସେଞ୍ଜର ନେମ୍‌ ରେକର୍ଡ(ପିଏନ୍‌ଆର୍‌) ନମ୍ବର ବାତିଲ ପରେ ଯାତ୍ରୀମାନଙ୍କୁ ଟଙ୍କା ଫେରାଇ ଦିଆଯାଇଛି। ଉଲ୍ଲେଖନୀୟ ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ୧.୬୫ କୋଟି ଲୋକ ଓ୍ବେଟିଂ ତାଲିକାରେ ରହି ଟ୍ରେନ ଯାତ୍ରାରୁ ବଞ୍ଚିତ ହୋଇଥିଲେ।
ଭାରତୀୟ ରେଲଓ୍ବେ ବିଟ୍ରିଶ ଶାସକଙ୍କର ଏ ଦେଶକୁ ଅବଦାନ ଥିଲା। ଏ ପର୍ଯ୍ୟନ୍ତ ଅଧିକାଂଶ ରେଳଲାଇନ ସେହି ପୁରୁଣା ଢାଞ୍ଚାରେ ଗଡିଚାଲିଛି। ଜାପାନ ଭଳି ବୁଲେଟ୍‌ ଟ୍ରେନ ଚଳାଇବା ସ୍ବପ୍ନ ଦେଖୁଛି ଭାରତ। କିନ୍ତୁ ତା’ର ସାଧାରଣ ଟ୍ରେନ ଆଧୁନିକୀକରଣ ପ୍ରକ୍ରିୟା ଅତି ମନ୍ଥର ଗତିରେ ଚାଲିଛି। ଏ ପର୍ଯ୍ୟନ୍ତ ମାନବରହିତ ଲେଭଲ କ୍ରସିଂରେ ଲୋକଙ୍କ ପ୍ରାଣହାନି ଘଟୁଛି। ରେଳ ଲାଇନ୍‌ରେ ଜୀବଜନ୍ତୁ ମୃତ୍ୟୁବରଣ କରୁଛନ୍ତି ଏବଂ ରେଳଗାଡ଼ି ଲାଇନ୍‌ଚ୍ୟୁତ ହୋଇ କ୍ଷୟକ୍ଷତି ଘଟିବା ମଧ୍ୟ ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି। ଏଥିସହ ଭାରତର ରେଳ ସମୟର ନିୟମିତତା କଥା ଭାବିଲେ ସ୍ବପ୍ନ ଭଳି ମନେହୁଏ। ଆଧୁନିକୀକରଣ ସୀମିତ ରହିଯାଉଛି ଗୋଟିଏ କିମ୍ବା ଦୁଇଟି ଆଖିଦୃଶିଆ ରେଳ ପ୍ରୋଜେକ୍ଟ ଉପରେ, ଯାହାକୁ ସୁନ୍ଦର ଭାବେ ଜନସାଧାଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉଛି। ଏହା ସହ ବନ୍ଦେ ଭାରତ ଏକ୍ସପ୍ରେସ ଭଳି ରାଜନୈତିକ ପ୍ରଚାରରେ ବହୁ ସମୟ ନଷ୍ଟ କରାଯାଉଛି। କିନ୍ତୁ ସାମଗ୍ରିକ ଭାବେ ରେଳଲାଇନ ବଢ଼ାଇବା ଓ ରେଳଗାଡ଼ିକୁ ଆଧୁନିକୀକରଣ କରିବା ଉପରେ ଦୃଷ୍ଟି ରହୁନାହିଁ। ରେଲଓ୍ବେ ଉପରୁ ସରକାରଙ୍କ ଦୃଷ୍ଟି ହଟିବା ରେଳ ବଜେଟ ଉପସ୍ଥାପନରୁ ଜଣାପଡ଼ୁଛି। ପୂର୍ବରୁ ସ୍ବତନ୍ତ୍ର ଭାବେ ରେଳ ବଜେଟ ଉପସ୍ଥାପନ ହେଉଥିଲା ଓ ତାହାକୁ ନେଇ ଲୋକଙ୍କ ମନରେ ଅନେକ ଆଶା ଆକାଂକ୍ଷା ରହୁଥିଲା ଏବଂ ସରକାରଙ୍କ ରେଲଓ୍ବେ ସମ୍ପର୍କିତ ଘୋଷଣା ଉପରେ ନଜର ଥିଲା। ଏବେ ୨୦୧୭-୧୮ ଆର୍ଥିକ ବର୍ଷଠାରୁ ସାଧାରଣ ବଜେଟ ସହ ରେଳ ବଜେଟ ମିଶିକି ଉପସ୍ଥାପନ ହେବା ପରେ ସରକାରଙ୍କ ଏଥିପ୍ରତି କେତେ ଗୁରୁତ୍ୱ ଅଛି ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି।
ଉପରସୂଚିତ ଆର୍‌ଟିଆଇ ତଥ୍ୟ ପ୍ରକାଶ ପାଇବା ପରେ ରେଲଓ୍ବେ ପକ୍ଷରୁ କୁହାଯାଇଛି ଯେ,ଯାତ୍ରୀଙ୍କ ଚାହିଦା ଅନୁଯାୟୀ ଟ୍ରେନ ଉପଲବ୍ଧ କରାଇବା ପାଇଁ ଚେଷ୍ଟା କରାଯାଉଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ,କୋଭିଡ୍‌ ପୂର୍ବରୁ ୧୦,୧୮୬ଟି ଟ୍ରେନ ଚାଲୁଥିବାବେଳେ ଏବେ ୧୦,୬୭୮ଟି ଟ୍ରେନ ଚାଲୁଛି। ତେବେ ଯାତ୍ରୀଙ୍କ ଚାହିଦା ପୂରଣ କରିବା ଲାଗି କେତେସଂଖ୍ୟକ ଟ୍ରେନ ଆବଶ୍ୟକ ତାହା କୁହାଯାଇନାହିଁ। ଏକ ରିପୋର୍ଟରୁ ଜଣାପଡ଼ିଛି, ଭାରତର ମୋଟ ଜନସଂଖ୍ୟାର ମାତ୍ର ୨ ପ୍ରତିଶତରୁ ସାମାନ୍ୟ ଅଧିକ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରିପାରୁଛନ୍ତି। ମନେରଖିବାକୁ ହେବ, ଭାରତ ଏବେ ଚାଇନାକୁ ଟପି ବିଶ୍ୱର ସବୁୁଠୁ ଜନବହୁଳ ଦେଶ ହୋଇଗଲାଣି। ଏଠାରେ ସଡ଼କ ପରିବହନ ବ୍ୟବସ୍ଥା ଦୁର୍ବଳ ଓ ତାହା ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ।
ଏଥିସହ ଗତ କିଛିବର୍ଷ ହେଲା ଅହେତୁକ ତୈଳଦର ବୃଦ୍ଧି ଯୋଗୁ ଏହା ବ୍ୟୟବହୁଳ ହୋଇଯାଇଛି। ଏଥିପାଇଁ ଲମ୍ବାଯାତ୍ରା ଲାଗି ନିମ୍ନମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ଲୋକେ ଟ୍ରେନ୍‌ ଯାତ୍ରାକୁ ଅଧିକ ପସନ୍ଦ କରିଥାନ୍ତି। ଏଣୁ ଏଠାରେ ଲୋକଙ୍କ ପାଇଁ ବୁଲେଟ ଟ୍ରେନ୍‌ ଅପେକ୍ଷା ସାଧାରଣ ଯାତ୍ରୀବାହୀ ଟ୍ରେନର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଦରକାର। ୨୦୧୭ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୁମ୍ବାଇ-ଅହମଦାବାଦ ମଧ୍ୟରେ ବୁଲେଟ ଟ୍ରେନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କମ୍‌ ସମୟରେ ଅଧିକ ଦୂରତା ଯିବା ଲାଗି ଉଦ୍ଦିିଷ୍ଟ ଏହି ଟ୍ରେନକୁ ଭାରତର ଆଧୁନିକ ରେଲଓ୍ବେର ପ୍ରତୀକ ଭାବେ ଦର୍ଶାଯାଇପାରେ। କିନ୍ତୁ ଭାରତୀୟଙ୍କ ପାଇଁ ଆବଶ୍ୟକ ଅଧିକ ପାସେଞ୍ଜର ଟ୍ରେନର ଭିତ୍ତିଭୂମି। କେବଳ ରେଲଓ୍ବେର ଆଭ୍ୟନ୍ତରୀଣ ପୁନର୍ଗଠନ ଓ ହାଇସ୍ପିିଡ ଟ୍ରେନର ପ୍ରଚାର କରିଚାଲିଲେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରିବ ନାହିଁ। ଏଥିପାଇଁ ଦରକାର ଦୃଢ ଇଚ୍ଛାଶକ୍ତି, ଦୂରଦୃଷ୍ଟି ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବଜେଟ ପ୍ରାବଧାନ।
ସବୁଠାରୁ ବଡ଼ କଥା ହେଲା,କୌଣସି ସରକାର ଆସିଲେ ମଧ୍ୟ ଭାରତୀୟ ରେଲଓ୍ବେକୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ କରିବାକୁ ଚେଷ୍ଟା କରିନାହାନ୍ତି। ଅର୍ଥନୀତିରେ କୁହାଯାଏ, ଯାହାର ଡିମାଣ୍ଡ ବା ଚାହିଦା ଅଧିକ ଥିବ ଏବଂ ସପ୍ଲାଏ ବା ଯୋଗାଣ କମ୍‌ ଥିବ ତାହା ଏକ ଲାଭଜନକ ଉପତ୍ାଦ ହୋଇପାରିବ। ରେଲଓ୍ବେର ଚାହିଦା ସ୍ବାଭାବିକ ଭାବେ ଅତ୍ୟନ୍ତ ଅଧିକ ତାହା ଓ୍ବେଟିଂ ଲିଷ୍ଟରୁ ଜଣାପଡ଼ୁଛି। ଧରିନିଆଯାଉ ଆର୍‌ଟିଆଇ ତଥ୍ୟରେ ପ୍ରକାଶିତ ଓ୍ବେଟିଂ ଲିଷ୍ଟରେ ଥିବା ୨.୭ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗତବର୍ଷ ରେଲଓ୍ବେ ଯାତାୟାତ ସୁବିଧା ଯୋଗାଇ ପାରିଥାଆନ୍ତା। ଗୋଟିଏ ଟିକେଟ ପିଛା ମାତ୍ର ୨୦୦ ଟଙ୍କା ଲେଖାଏ ରେଟ୍‌ ଧରିଲେ ମଧ୍ୟ ରେଲଓ୍ବେ କି ପ୍ରକାର ଆୟ କରିପାରିଥାଆନ୍ତା ତାହା ଅନୁମାନ ଲଗାଯାଇପାରେ। କିନ୍ତୁ ତାହା ନ ହୋଇଲା। ଏଠାରେ କୁହାଯାଇପାରେ ଯେ, ଭାରତୀୟ ରେଲଓ୍ବେର ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ କେହି ନାହାନ୍ତି। ସ୍ବଚ୍ଛ ଏବଂ ସବଳ ପରିଚାଳନା ରହିଲେ କୌଣସି କାରଣ ନାହିଁ ଯେ, ଭାରତୀୟ ରେଲଓ୍ବେ ଏକ ଅତ୍ୟନ୍ତ ଲାଭଜନକ ସଂସ୍ଥା ହୋଇପାରିବ ନାହିଁ। ତ୍ରୁଟିଗତ ପରିଚାଳନା, ଦୁର୍ନୀତି ଏବଂ ଅସାଧୁ କାରବାର ଯୋଗୁ ଏହି ସୁନା ମାଟିରେ ମିଶିବାକୁ ଯାଉଛି। ଅତିଶୀଘ୍ର ଏୟାର ଇଣ୍ଡିଆ ଭଳି ଭାରତୀୟ ରେଲଓ୍ବେକୁ ମଧ୍ୟ କ୍ଷତି ସହୁଥିବା ସଂସ୍ଥାର ମୋହର ଲଗାଇ କୌଣସି ଏକ ବଡ଼ କର୍ପୋରେଟକୁ ବିକି ଦେବାକୁ ଭବିଷ୍ୟତରେ ଚେଷ୍ଟା କରାଯିବା ଅସମ୍ଭବ ମନେହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri