Posted inଜାତୀୟ

ଛତିଶଗଡରେ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କଲା ଭାଜପା

ରାୟପୁର,୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ କୁ ନେଇ ସାରା ଦେଶରେ ରାଜନୀତି ଚାଲିଛି। ଅନେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରାଯାଉଥିବା ବେଳେ କେତେକ ରାଜ୍ୟରେ ଏହାକୁ ସମର୍ଥନ କରୁଛନ୍ତି। ତେବେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମ ଟିକସମୁକ୍ତ କରିଛନ୍ତି। ଏହି କ୍ରମରେ ଏବେ ଛତିଶଗଡରେ ‘ଦ କେରଲା ଷ୍ଟୋରି’ ଟିକସମୁକ୍ତ କରିବାକୁ ଦାବି ରହିଛି। ଏହାକୁ ନେଇ ଭାଜପା ଓ କଂଗ୍ରେସ ମଧ୍ୟରେ ତୀବ୍ର ବିତର୍କ ଚାଲିଛି।

ମଙ୍ଗଳବାର ରାୟପୁରରେ ଭାଜପାର ରାଜ୍ୟ ଅଧ୍ୟକ୍ଷ ଅରୁଣ ସାଓ, ବିରୋଧୀ ଦଳର ନେତା ନାରାୟଣ ଚନ୍ଦେଲ ଏବଂ ଭାଜପା କର୍ମୀମାନେ ଏହି ଫିଲ୍ମ ଦେଖିବାକୁ ଆସିଥିଲେ। ଏଥିପାଇଁ ରାୟପୁରର ଏକ ଘରୋଇ ସିନେମା ହଲରେ ଏକ ଶୋ’ ବୁକ କରାଯାଇଥିଲା। ଫିଲ୍ମ ଦେଖିବା ପରେ ଅରୁଣ ସାଓ ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି। ଏହା ସହିତ ବିରୋଧୀ ଦଳର ନେତା ନାରାୟଣ ଚନ୍ଦେଲ ଫିଲ୍ମକୁ ରାଜ୍ୟରେ ଟିକସମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଦାବି କରିଥିଲେ।

ବିରୋଧୀ ଦଳର ନେତା ନାରାୟଣ ଚନ୍ଦେଲ କହିଛନ୍ତି, ଏହି ଫିଲ୍ମ ସତ୍ୟର ନିକଟତର ଏବଂ କଂଗ୍ରେସ ଏହି ସତ୍ୟକୁ ଅସ୍ବୀକାର କରୁଛି। ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏହି ଫିଲ୍ମକୁ ଦେଖିବା ଉଚିତ୍‌ ଏବଂ ତୁରନ୍ତ ସେ ଫିଲ୍ମକୁ ଟିକସମୁକ୍ତ ଘୋଷଣା କରିବା ଉଚିତ। ସେ କହିଛନ୍ତ, ଯଦି କଂଗ୍ରେସ ଏହି ଫିଲ୍ମକୁ ଟିକସମୁକ୍ତ କରେ ନାହିଁ, ତେବେ କଂଗ୍ରେସ କାହା ହାତରେ ଅଛି ତାହା ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

ବଡ଼ ହଲଚଲ! TMCରେ ଫାଟ ଭିତରେ ଦିଲ୍ଲୀ ଗସ୍ତ କଲେ ମମତା, ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି

କୋଲକାତା,୭।୬: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବା ପାଇଁ ଟିଏମ୍‌ସି ସୁପ୍ରିମୋ ମମତା…

ଭାଜପା ଛାଡିବା ପରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ, ଆଖି ପିଛୁଳାକେ ଯୋଡି ହେଲେ ୧୫ ଲକ୍ଷରୁ ଅଧିକ ସଦସ୍ୟ

ନୂଆଦିଲ୍ଲୀ,୭।୬: ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି…

ଭାରତକୁ ବନ୍ଦ ହୋଇଯିବ କି LPG ଯୋଗାଣ? ହର୍ମୁଜରେ ଫସି ରହିଥିବା ଜାହାଜକୁ ନେଇ…

ନୂଆଦିଲ୍ଲୀ,୭।୬: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଫେବୃଆରୀ ୨୮, ୨୦୨୬ ରେ ଆରମ୍ଭ ହୋଇଥିଲା। ପ୍ରତିଶୋଧ ସ୍ବରୂପ, ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri